Spread the love

-ଯେତେବେଳେ ମନୁଷ୍ୟ ମଧ୍ୟରେ ଦେବତ୍ଵ ଜାଗିବ, ସେତେବେଳେ ଯୁଗ ବଦଳିବ । ବ୍ୟକ୍ତିକୁ ଆନ୍ତରିକ ଓ ସାମାଜିକ ଦୁଷ୍ପ୍ରବୃତ୍ତିଗୁଡିକ ସହିତ ଲଢିବା ତଥା ଆଦର୍ଶକୁ ଆପଣାଇବା ପାଇଁ ଆତ୍ମବଳ ଓ ବିବେକ ଦୃଷ୍ଟି ଆବଶ୍ୟକ । ଏହା ଗାୟତ୍ରୀ ଉପାସନା ଓ ଜୀବନ ସାଧନା ଦ୍ବାରା ସମ୍ଭବ l


ସୁବିଚାର -ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଆଜିର ଯୁବା ପିଢ଼ି କେବଳ ବରିଷ୍ଠ ପରିଜନଙ୍କ ପ୍ରତି ବେପରୁଆ ନୁହନ୍ତି, ବରଂ ସେମାନେ ସେହି ଲୋକମାନଙ୍କ ସମସ୍ୟାଗୁଡ଼ିକ ପ୍ରତି ଜାଗରୂକ ମଧ୍ୟ ନୁହଁନ୍ତି । ସେମାନେ ପଡ଼ୋଶୀ ଗୁରୁଜନଙ୍କ ପ୍ରତି ତ ସମ୍ମାନ ଦେଖାଇବାରେ ତତ୍ପର ହୋଇଥାନ୍ତି, କିନ୍ତୁ ନିଜ ଘରେ ଥିବା ଗୁରୁଜନଙ୍କୁ ଉପେକ୍ଷା କରିଥାନ୍ତି ତଥା ସେମାନଙ୍କୁ ଅଣଦେଖା କରିଥାନ୍ତି ।


ପୁଣ୍ଯ ଓ ପାପର ଫଳ ଭୋଗିବାରେ କୌଣସି ନିର୍ଦ୍ଧିଷ୍ଟ ନିୟମ ନାହି୍ଁ, ନିଷ୍କାମ ଭାବରେ ଭଗବାନଙ୍କୁ ଅର୍ପଣ କରିଦେଲେ ପୁଣ୍ଯ ସମାପ୍ତ ହୋଇପାରେ,କିନ୍ତୁ ପାପ ଭଗବାନଙ୍କୁ ଅର୍ପଣ କରିଦେଲେ ସମାପ୍ତ ହୁଏ ନାହିଁ,ପାପର ଫଳ ଅବଶ୍ଯ ଭୋଗିବାକୁ ପଡେ, ଭଗବାନଙ୍କ ଆଜ୍ଞା ବିରୁଦ୍ଧ କର୍ମ ତାଙ୍କୁ ଅର୍ପଣ କରି ହେବ କିପରି ? ଅର୍ପଣକାରୀ ମଧ୍ଯ ସେହି କର୍ମ ଗୁଡିକୁ ଅର୍ପଣ କରି ପାରିବ କିପରି ?ବରଂ ଭଗବାନଙ୍କ ଆଜ୍ଞାନୁସାରେ ସମ୍ପାଦିତ କର୍ମ ହିଁ ତାଙ୍କୁ ଅର୍ପଣ କରାଯାଇ ପାରେ।

           


ନିର୍ବୋଧ, ଅସଭ୍ୟଙ୍କ ସହ ସମ୍ପର୍କ ନ ରଖି କେବଳ ଜ୍ଞାନୀ ବ୍ୟକ୍ତିଙ୍କ ସହ ସଙ୍ଗ ସ୍ଥାପନ କରିବା ଓ ସମ୍ମାନିତ ବ୍ୟକ୍ତିଙ୍କୁ ଉଚିତ ସମ୍ମାନ ଦେବା ହେଉଛି ସର୍ବୋଚ୍ଚ ସତ୍ କାର୍ଯ୍ୟ !!”

“ଉପଯୁକ୍ତ ପରିବେଶରେ ବସବାସ କରିବା, ଲୋକ ହିତକାରୀ କର୍ମରେ ନିଯୁକ୍ତ ରହିବା ଓ ଠିକ୍ ମାର୍ଗରେ ନିଜକୁ ପରିଚାଳିତ କରିବା ହେଉଛି ସର୍ବଶ୍ରେଷ୍ଠ ଆଶୀର୍ବାଦ !!”

“ଉପଯୁକ୍ତ ଶିକ୍ଷାଗ୍ରହଣ କରି, ବ୍ୟାବହାରିକ କର୍ମ କୌଶଳରେ ନିପୁଣ ହୋଇ ଶୃଙ୍ଖଳିତ ଆଚରଣ ସହ ମଧୁରଭାଷୀ ହେବା ସର୍ବଶ୍ରେଷ୍ଠ ଆଶୀର୍ବାଦ !!”

“ପିତାମାତାଙ୍କୁ ସହାୟ ହୋଇ, ପତ୍ନୀ ଓ ସନ୍ତାନସନ୍ତତିଙ୍କୁ ଆନନ୍ଦ ପ୍ରଦାନ କରି ଶାନ୍ତିପୂର୍ଣ୍ଣ ବୃତ୍ତିରେ ନିଯୁକ୍ତ ରହିବା ହେଉଛି ସର୍ବଶ୍ରେଷ୍ଠ ଆଶୀର୍ବାଦ !!”

“ଦେବାରେ ଉଦାର, ବ୍ୟବହାରରେ ସଦାଚାରୀ, ସମ୍ପର୍କୀୟଙ୍କୁ ସହାୟ ହୋଇ ଯଶଲାଭ କର୍ମରେ ଯୁକ୍ତ ରହିବା ସର୍ବଶ୍ରେଷ୍ଠ ଆଶୀର୍ବାଦ !!”

ଅପରାଧ ଓ ନିନ୍ଦାଯୁକ୍ତ କର୍ମରୁ ନିବୃତ ରହି, ମାଦକଦ୍ରବ୍ୟ ସେବନ ନ କରି, ପୁଣ୍ୟକର୍ମରେ ତତ୍ପର ରହିବା ହେଉଛି ମହାନ୍ ଆଶୀର୍ବାଦ !!”

ସମ୍ମାନଯୁକ୍ତ ଓ ବିନୀତ ହୋଇ, ସନ୍ତୁଷ୍ଟ ଏବଂ କୃତଜ୍ଞ ରହି ଉପଯୁକ୍ତ ସମୟରେ ଜ୍ଞାନବାଣୀ ଶୁଣିବା ହେଉଛି ସର୍ବଶ୍ରେଷ୍ଠ ଆଶୀର୍ବାଦ !!”

        

Related Post

Leave a Reply

Your email address will not be published. Required fields are marked *