Spread the love

ନୀଳକଣ୍ଠ ଜଣେ ଯୁଗ ସ୍ରଷ୍ଟା। ସେ ଅବାଟରେ ବାଟ ଫିଟାଇବା ଲୋକ। ଆମେ ଶଗଡ଼ ଗୁଳାରେ ଯିବା ଲୋକ। ତେଣୁ ତାଙ୍କ ବାଟରେ ଅଗ୍ରସର ହୋଇ ନପାରି ଆମେ ତାଙ୍କର ବିରୋଧ କରିବାକୁ ବାଧ୍ୟ ହୋଇଥିଲୁ।’- ପଣ୍ଡିତ ନୀଳକଣ୍ଠ ଦାସ (୧୮୮୪-୧୯୬୭)ଙ୍କ ମୃତ୍ୟୁ ପରେ ହରେକୃଷ ମହତାବଙ୍କ ବକ୍ତବ୍ୟ।
କଲିକତା ମହାନଗରୀରେ ନୀଳକଣ୍ଠ ଙ୍କର ଏକ ପ୍ରତିମୂର୍ତ୍ତି ସତ୍ୟବାଦୀ ବସଷ୍ଟାଣ୍ଡ ରେ ପଞ୍ଚଶଖା ପ୍ରତିମୂର୍ତ୍ତି ସରକାର ଙ୍କ ସହାୟତା ପ୍ରତିଷ୍ଠିତ ହେଇଛି,, ସତ୍ୟବାଦୀ ବନବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ତରଫରୁ ସ୍କୁଲ ପରିସର ମଧ୍ୟରେ ଏକ ଫଳକ ସହିତ ପଞ୍ଚସଖା ମୂର୍ତ୍ତି ସ୍ଥାପିତ ହେଇଛି, ଇବଂ ତାର ଗୁରୁ ସ୍ମୃତି କମିଟି ତରଫରୁ ନୀଳକଣ୍ଠ ଙ୍କ ଜନ୍ମ ପୀଠରେ ଏକ ପ୍ରତିମୂର୍ତ୍ତି ଭାରତର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଐତିହାସକ ତତ୍କାଳୀନ ଓଡ଼ିଶାର ରାଜ୍ୟପାଳ ଶ୍ରୀ ବିଶ୍ବମ୍ବର ନାଥ ପାଣ୍ଡେ ଙ୍କ ଦ୍ଵାରା ପ୍ରତିଷ୍ଠିତ ହେଇଛି, ସେ କହିଥିଲେ ମହାପୁରୁଷ ମାନଙ୍କ ସ୍ମୂର୍ଟିଚାରନହିଁ ଗୋଟିଏ ଜାତିକୁ ସମୃଦ୍ଧି କରେ, ନୀଳକଣ୍ଠ ଙ୍କ ତିରୋଧାନ ପରେ ତାଙ୍କର ଏକ ଶ୍ରାଦ୍ଧ ସଭାରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବ କହିଥିଲେ

ନୀଳକଣ୍ଠ ଜଣେ ଯୁଗସ୍ରଷ୍ଟା , ସେ ଅବାଟରେ ନୂତନ ବାଟ ଫିଟାଇବାର ଲୋକ, ଆମେ ଶଗଡ଼ ଗୁଲାରେ ଯିବା ଲୋକ ତେଣୁ ତାଙ୍କ ବାଟରେ ଆମେ ଅଗ୍ରସର ହୋଇ ନପାରି ତାଙ୍କ ବିରୋଧ କରିବାରେ ବାଧ୍ୟ ହେଇଥିଲେ ସୁଖର କଥା ନୀଳକଣ୍ଠ ଙ୍କ ମହାପ୍ରୟାଣ ପରେ ତାଙ୍କର ମହତ୍ତୱପୂର୍ଣ୍ଣ ଭାବନା ଦେଶବାସୀ ଙ୍କ ପାଖରେ ବେଶ ମହନୀୟ ହେଇ ଉଠିଥିଲା,,, ଏହା ବହୁ ପରିମାଣରେ ନୀଳକଣ୍ଠ ଙ୍କ ପ୍ରତି ପ୍ରଯୁଜ୍ୟ,,

୧୯୬୭ରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ମୃତ୍ୟୁ ହେଲା। ପରେ ତାଙ୍କ ପତ୍ନୀ ରାଧାମଣି ଦେବୀଙ୍କର ପୁରୀରେ ମୃତ୍ୟୁ ହେଲା।
ଦେହତ୍ୟାଗ ବେଳେ ରାଧାମଣି କହିଲେ, ମୋତେ ସ୍ୱର୍ଗଦ୍ୱାରରେ ନୁହେଁ, ନୀଳକଣ୍ଠଙ୍କ ସମାଧି(ବନ ବିଦ୍ୟାଳୟ) ପଛରେ ଦାହ କରିବ। ତାହାହିଁ ମୋର ସ୍ୱର୍ଗଦ୍ୱାର!

ଆଜି କେତେ ପ୍ରତିଶତ ଶିକ୍ଷିତ ମହିଳା ଏଭଳି କହିବେ?

Leave a Reply

Your email address will not be published. Required fields are marked *