Spread the love

ମହିଳାଙ୍କୁ ବ୍ଲାକମେଲ କରୁଥିବା ସାଇବର ଅପରାଧୀ ଗିରଫ (ଫଟୋ)
ପାଟକୁରା ପୋଲିସ କୁ ବଡ଼ ସଫଳତା
ଗରଦପୁର,୧/୩( ଦର୍ଶନ ସମୀକ୍ଷା )- ପାଟକୁରା ପୋଲିସ କୁ ବଡ଼ ସଫଳତା ମିଳିଛି । କେନ୍ଦ୍ରାପଡ଼ା ଏସପି ଙ୍କ ନିର୍ଦ୍ଧେଶ କ୍ରମେ ଜିଲା ସାଇବର ସେଲ ସ୍ୱେସାଲ ସ୍କ୍ୱାର୍ଡ଼ ଓ ପାଟକୁରା ଥାନା ପୋଲିସ ର ମିଳିତ ଉଦ୍ୟମରେ ପୁରୀ ସମୁଦ୍ର କୂଳରୁ ମହିଳାଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ସାଇବର ଅପରାଧୀ ତଥା ମ୍ୟୁଜିକ ଭିଡ଼ିଓ ଅଭିନେତା କମଳ ବେହେରାଙ୍କୁ ଗିରଫ କରାଯାଇଛି । ତାଙ୍କୁ ୨୪ ବର୍ଷ ବୟସ ଓ ତାଙ୍କ ଘର ଢ଼େଙ୍କାନାଳର ଶଙ୍ଖୁଆ ସ୍ଥିତ କାଇମାଟି ଅଂଚଳରେ ବାଲି ଜଣାପଡ଼ିଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ସେ ଦୀର୍ଘ ଦିନ ହେବ ପାଟକୁରା ଗରଦପୁର ଅଂଚଳର ଜଣେ ବିବାହିତା ମହିଳା ୟୁଟୁବର ଙ୍କୁ ଏକତରଫା ପ୍ରେମ ନିବେଦନ କରି ବିଫଳ ହୋଇଥିଲେ । ତେଣୁ ଉକ୍ତ ମହିଳାଙ୍କ ଫଟୋ ଓ ଭିଡ଼ିଓକୁ ନେଇ ଡ଼ିପ୍ ଫେକ୍ ମାଧ୍ୟମରେ ଏଡ଼ିଟିଂ କରି ଇଷ୍ଟାଗ୍ରାମରେ ଫେକ୍ ଆଇଡ଼ି ଖୋଲି ଭାଇରାଲ କରି ଚାଲିଥିଲେ । କମଳ ବେହେରାଙ୍କ ସହିତ ତାଙ୍କ ସହଯୋଗୀ ବିପ୍ଲବ ପରିଡ଼ା ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ । ତେବେ ଗରଦପୁର ଅଂଚଳରୁ ଦୁଇ ଜଣ ମଧ୍ୟ ଏହି ସାଇବର ଅପରାଧ କାର୍ଯ୍ୟରେ କମଳ ଓ ବିପ୍ଲବ ସହ ମିଶି ଘଟାଇ ଚାଲିଥିଲେ ବୋଲି ମହିଳା ଜଣକ ପାଟକୁରା ଥାନାରେ ୨ ଥର ଅଭିଯୋଗ କରିଥିଲେ । ପାଟକୁରା ଥାନାରେ କମଳ ବେହେରା ଓ ବିପ୍ଲବ ପରିଡ଼ାଙ୍କ ନାମରେ ମାଲା ରୁଜୁ ହୋଇଥିଲା । କିଛି ଦିନ ହେଲା କମଳ ବେହେରା ମହିଳାଙ୍କୁ ବାରମ୍ବାର ଫୋନ୍ ଯୋଗେ ମାମଲଳ ପ୍ରତ୍ୟାହାର ପାଇଁ ଧମକ ଦେବା ସହ ୨ ଲକ୍ଷ ଟଙ୍କା ମାଗିଥିଲା । ମଳିଳା ଜଣକ ତାଙ୍କ ଗ୍ଦଥା ନମାନିବାରୁ ଡ଼ିପ୍ ଫେକ୍ ମାଧ୍ୟମରେ ମହିଳାଙ୍କର ଏକାଧିକ ଅନ୍ତରଙ୍ଗ ଭିଡ଼ିଓ ଓ ଫଟୋ ଏଡ଼ିଟିଂ କରି ନିଜ ସହ ଯୋଡ଼ି ହ୍ୱାଟ୍ସଆପ୍ ଓ ଇନ୍ଷ୍ଟାଗ୍ରାମରେ ଅପଲୋଡ଼୍ କରି ଭାଇରାଲ କରି ଚରିତ୍ର ସଂହାର କରି ଚାଲିଥିଲା । ପର୍ଣ୍ଣୋଗ୍ରାଫି ସାଇଟ୍ ରେ ଡ଼ିପ ଫେକ୍ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଦେବେ ବୋଲି କମଳ ଧମକ ଦେଇଥିଲା । ତେବେ ଏ ନେଇ କେନ୍ଦ୍ରାପଡ଼ା ଏସପି ଙ୍କୁ ମହିଳା ଜଣକ ଅଭିଯୋଗ କରିଥିଲେ । ଏସପି ଙ୍କ ନିର୍ଦ୍ଧେଶରେ ସାଇବର ସେଲ ସ୍ପେସାଲ ସ୍କ୍ୱାର୍ଡ଼େ ପୋଲିସ ଓ ପାଟକୁରା ଥାନା ପୋଲିସ ଅଭିଯୁକ୍ତ କମଳର ମୋବାଇଲ ଫୋନ୍ କୁ ଟ୍ରାକ୍ କରି ପୁରୀ ରୁ କମଳ ବେହେରାକୁ ଗିରଫ କରିଥିଲେ । କମଳ ପାଖରୁ ଏକ ମୋବାଇଲ ଫୋନ୍ ପୋଲିସ ଜବତ କରିଛି । ମୋବାଇଲ ରେ ଅନେକ ମହିଳାଙ୍କର ଅନେକ ଡ଼ିପ ଫେକ୍ ଅନ୍ତରଙ୍ଗ ମୁହୂର୍ତ ଫଟୋ ଓ ଭିଡ଼ିଓ ଥିବା ଜଣାପଡ଼ିଛି । ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଏଡ଼ିଟିଂ କରିଥିବା କମଳ ସ୍ୱିକାର କରିଛି ।

Related Post

Leave a Reply

Your email address will not be published. Required fields are marked *

You Missed