ପୂଜା ମଣ୍ଡପରେ ପତିଆରା ପାଇଁ ପ୍ରତିଯୋଗୀତା। ଏଥର ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମାଆଙ୍କ ଆଶୀର୍ବାଦ ନେବେ, ଓଡ଼ିଶାର ସମୃଦ୍ଧି କାମନା କରିବେ। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ମଣ୍ଡପରୁ ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି।

ଧରାପୃଷ୍ଠକୁ ମା’ ଜଗତଜନନୀଙ୍କ ଆଗମନ ହୋଇଛି । ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ନେବାକୁ ପୀଠ ମଣ୍ଡପକୁ ଲୋକଙ୍କ ସୁଅ ଛୁଟୁଛି । ଏବେ ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ବୁଲିବେ, ମାଆଙ୍କ ଆଶୀର୍ବାଦ ନେବେ। ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ପୂଜା ପେଣ୍ଡାଲ ବୁଲିବେ। ରାଜ୍ୟର ଦୁଇ ଶୀର୍ଷ ନେତାଙ୍କ ପୂଜା ପେଣ୍ଡାଲ ବୁଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚା ବଢିଛି ।
ପୂଜା ପେଣ୍ଡାଲରେ ଲୋକପ୍ରିୟତାର ପ୍ରମାଣ ଦେବେ ରାଜ୍ୟର ଦୁଇ ନେତା । ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଟି କୋଟି ଓଡ଼ିଆଙ୍କ ଆସ୍ଥା ଓ ଧର୍ମୀୟ ଭାବନା ସହ ଜଡିତ ଦୁର୍ଗାପୂଜାରେ ମଣ୍ଡପ ବୁଲି ସୁଖ, ଶାନ୍ତି ଓ ସମୃଦ୍ଧ ଓଡ଼ିଶାର କାମନା କରିବେ ।
୧୧ ତାରିଖ- ଭୁବନେଶ୍ୱର ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ
୧୨ ତାରିଖ- କଟକରେ ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିବେ
୧୩ ତାରିଖ – କେନ୍ଦୁଝରରେ ପୂଜା ମଣ୍ଡପ ଯାଇ ଆଶୀର୍ବାଦ ନେବେ
ପୂଜା ମଣ୍ଡପ ବୁଲିବେ ପୂର୍ବତନ ମୁଖ୍ୟମନ୍ତ୍ରୀ
୧୧ ତାରିଖ- ରସୁଲଗଡ଼, ସହିଦନଗର, ବଡ଼ଗଡ଼ ପୂଜା ମଣ୍ଡପ ବୁଲିବେ ନବୀନ ପଟ୍ଟନାୟକ