ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍କେ
ଡ଼ାଇମଣ୍ଡ ଏଫସି ଖୋର୍ଦ୍ଧା ସେମିଫାଇନାଲରେ
ନିମାପଡା,୨/୨ (ଦର୍ଶନ ସମୀକ୍ଷା ) ନିମାପଡା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ୧0ମ
ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍କେ ବାରବାଟି ମିନି ଷ୍ଟାଡିଅମରେ ରବିବାର
ଅପରାହ୍ନ ୩ ଘଟିକା ସମୟରେ ୪ର୍ଥ କ୍ଵାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଡ଼ାଇମଣ୍ଡ ଏଫସି ଖୋର୍ଦ୍ଧl ଏବଂ ନିପେନ ଏକାଦଶ କଟକ
ମଧ୍ୟରେ ଅନୁଷ୍ଠିତ ହୋଇଥିଲା ନିପେନ ଏକାଦଶକୁ 0 – ୩ ଗୋଲରେ ହରାଇ ଡ଼ାଇମଣ୍ଡ ଏଫସି ଖୋର୍ଦ୍ଧା ସେମିଫାଇନାଲରେ ପ୍ରବେଶ କରିଛି l ଶ୍ରେଷ୍ଠ ଖେଳ ପ୍ରଦର୍ଶନ ନିମନ୍ତେ ଡ଼ାଇମଣ୍ଡ ଏଫସି ଘ
ଖେଳାଳି ଟିକି ନାୟକଙ୍କୁ ମ୍ୟାନ ଅଫ ଦିମ୍ୟାଚ ଭାବେ ସ୍ୱତନ୍ତ୍ର ପୁରସ୍କୃତ କରାଯାଇଥିଲା l ଅତିଥି ଭାବେ ଆଥେଲେଟିକ ଆସୋସିଏସନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ, ଶିକ୍ଷାବିତି ଜଗତ ପ୍ରସାଦ ସାବୁତ, ସମାଜସେବୀ ବିନୋଦ ବିହାରୀ ସ୍ୱାଇଁ ଏବଂ ଆଇନୀଜୀବୀ ଅଭିମନ୍ୟୁ ସ୍ୱାଇଁ ପ୍ରମୁଖ
ଯୋଗଦେଇଥିଲେ l
ଖେଳ ପରିଚାଳନା କରିଥିଲେ ରେଫରି ବିଜୟ ମଙ୍ଗରାଜ ଲାଇନିରେ ସହଯୋଗ କରିଥିଲେ ସୁଦୀପ୍ତ ଦାଶ,ଓ ଜ୍ୟୋତି ରଞ୍ଜନ ସ୍ୱାଇଁ
ଏବଂ ୪ର୍ଥ ରେଫରିଥିଲେ ସମରବରାଳ, l.
ତାରିଖ ୨/୨ ସମୟ – ଅପରାହ୍ନ ୩ ଘଟିକା l
ଆଜି କଣ କେଉଁଠି
୧0ମ ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ସେମି ଫାଇନାଲ ମୀଚ l
ତାରିଖ – ୩/୨
ସମୟ – ଅପରାହ୍ନ ୩ ଟା
ସ୍ଥାନ – ବାରବାଟୀ ମିନିଷ୍ଟାଡିଅମ, ନିମାପଡା l