Spread the love

ଜୀବିକା ମିଶନ୍ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ।

ନିମାପଡା,୨୦/୦୧-ଦର୍ଶନ ସମୀକ୍ଷା :ଆଜି ଅପରାହ୍ଣରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡିଶା ଜୀବିକା ମିଶନ ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ସମୀକ୍ଷା ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ କର୍ମଚାରୀ ମାନଙ୍କ ସହିତ କାର୍ଯ୍ୟ ସମ୍ପାଦନ ଜନିତ ସମସ୍ୟା ଓ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।ଆଗକୁ ମହିଳା ସଶକ୍ତିକରଣ ଅଭିଯାନ କିପରି ଭାବରେ ମହିଳା ମାନଙ୍କୁ ବାସ୍ତବରେ ଆର୍ଥିକ ସ୍ତରରେ ମଜବୁତ୍ କରି ପାରିବ ସେ ବିଷୟରେ ସହଭାଗୀ କର୍ମଚାରୀ ମାନଙ୍କ ଠାରୁ ସେମାନଙ୍କ ସୁଚିନ୍ତିତ ମତାମତ ମାଗିଥିଲେ।କାର୍ଯ୍ୟକ୍ଷେତ୍ରରେ କିପରି ଭାବରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ଟାର୍ଗେଟରେ କିମ୍ବା ତଦୁର୍ଦ୍ଧ ରେ ପହଞ୍ଚି ପାରିବା ସେ ବିଷୟରେ ଗୁରୁତ୍ବ ପ୍ରଦାନ କରିଥିଲେ।ବିଶେଷକରି ରାଜନୈତିକ ଚିନ୍ତାଧାରାରୁ ଉର୍ଦ୍ଧ୍ବରେ ରହି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ଵାନ ଦେଇଥିଲେ।ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ମୀନଲତା ମହାନ୍ତି,ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମାଧବୀଲତା ମହାପାତ୍ର,ପ୍ରୋଜେକ୍ଟ୍ ମ୍ୟାନେଜର ମୋନାଲିସା ତ୍ରିପାଠୀ,ମିଶନଶକ୍ତି ପ୍ରୋଜେକ୍ଟ କୋଅର୍ଡିନେଟର୍ ନୟନ କୁମାର ଜେନା ଏବଂ ସହକାରୀ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ଜେନାଙ୍କ ସହିତ ଜୀବିକା ସଂଯୋଜକ, ଦକ୍ଷ ନଥିପତ୍ର ରକ୍ଷକ,ବ୍ୟାଙ୍କ୍ ମିତ୍ର,କୃଷି ମିତ୍ର,ପ୍ରାଣୀ ମିତ୍ର ଓ ଜିବୀକା ସହାୟକ ମାନେ ଉପସ୍ଥିତ ଥିଲେ।

Related Post

Leave a Reply

Your email address will not be published. Required fields are marked *