Spread the love

ଓଡିଶା ଏବଂ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ଯେଉଁ ଲଢେ଼ଇ ଜାରି ରଖିଛି ତାହା ଆହୁରି ଶାଣିତ ହେବ। ମୁଁ ବି ଲଢିବି, ତୁମେ ବି ଶେଷ ଯାଏଁ ଲଢ । ପୋଲାଭରମ ନେଇ ଦଳୀୟ ନେତା ଓ କର୍ମୀଙ୍କୁ ଏପରି ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପୋଲାଭରମ ପ୍ରକଳ୍ପ ବିରୋଧରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେବା ପରେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧିଦଳ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଜେଡି ପ୍ରତିନିଧିଦଳ ସହ ନବୀନ ଆଲୋଚନା କରିବା ପରେ ନବୀନ କହିଛନ୍ତି  ଜାନୁଆରୀରୁ ପୋଲାଭରମ ବିରୋଧୀ ଆନ୍ଦୋଳନ ଜୋରଦାର ହେବ । ମାଲକାନଗିରି ମୋଟୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *