ଓଡ଼ିଶୀ ନୃତ୍ୟର ତିନିଗୋଟି ପର୍ଯ୍ୟାୟ ଏକକ, ଦୈତ୍ୟ ଓ ଦଳଗତ ନୃତ୍ୟରେ ଦର୍ଶକ ବିଭୋର
(ଶ୍ରୀ ନୃତ୍ୟୋତ୍ସବ ୨୦୨୪ ଉଦ୍ଯାପିତ)
ଭୁବନେଶ୍ୱର (୧୫.୧୨.୨୦୨୪) : ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ଆୟୋଜିତ ଶ୍ରୀ ନୃତ୍ୟୋତ୍ସବ ୨୦୨୪ ଆଜି ରବିନ୍ଦ୍ର ମଣ୍ଡପରେ ଉଦ୍ଯାପିତ ହୋଇଯାଇଅଛି । ଉଦ୍ଯାପନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟର ଏକକ, ଦୈତ୍ୟ ଓ ଦଳଗତ ପର୍ଯ୍ୟାୟରେ ବିଶିଷ୍ଟ ଖ୍ୟାତନାମା ଶିଳ୍ପୀମାନଙ୍କ ପରିବେଷଣ ସହିତ ପୁରଷ୍କାର ବିତରଣ ଉତ୍ସବ ଦେଖିବାକୁ ମିଳିଥିଲା ।
ଉଦ୍ଘାଟନୀ ସଂଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ବିଶିଷ୍ଟ ଲେଖକ ତଥା ଅଲ୍ ଇଣ୍ଡିଆ ରେଡ଼ିଓର ଷ୍ଟେସନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସାନ୍ତନୁ ରଥ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ମଧୁମିତା ରଥ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ରାଜଶ୍ରୀ ଚିନ୍ତକ୍, ପାରାଦ୍ୱୀପ ଫସଫେଟ୍ ଲିମିଟେଡର ମୁଖ୍ୟ ନିଗମ ପରିଚାଳକ ଶ୍ରୀଯୁକ୍ତ ସୁଦ୍ଧି ରଞ୍ଜନ ମିଶ୍ର, ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଓ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦିକା ଶ୍ରୀମତୀ ନମିତା ରାୟ । କାର୍ଯ୍ୟକ୍ରମ ଆରମ୍ଭରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ ଆଲୋକ କାନୁନ୍ଗୋ ଓ ପ୍ରଖ୍ୟାତ ସମସାମୟିକ ଭିଜୁଆଲ ଆର୍ଟିଷ୍ଟ ଶ୍ରୀଯୁକ୍ତ ବିରେନ୍ଦ୍ର ପାଣିଙ୍କୁ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ସମ୍ମାନିତ କରାଯାଇଥିଲା ।
ସଂଧ୍ୟାର ପ୍ରଥମ ଉପସ୍ଥାପନା ଥିଲା ଗୁରୁ ନମିତା ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ । ସେମାନଙ୍କ ପ୍ରସ୍ତୁତିରେ ଥିଲା ଭକ୍ତି ରଚନାତ୍ମକ ନୃତ୍ୟାଭିନୟ ପରମ୍ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ, ଯାହାର ସଙ୍ଗୀତ ସଂଯୋଜନା ଶ୍ରୀ ରବି ଶଙ୍କର ପ୍ରଧାନ, ବାଦ୍ୟ ସଂଯୋଜନା ଗୁରୁ ସଚ୍ଚିଦାନନ୍ଦ ଦାସ ଓ ନୃତ୍ୟ ସଂରଚନା ଗୁରୁ ନମିତା ରାୟ କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଏକକ ଓଡ଼ିଶୀ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଆଲୋକ କାନୁନଗୋଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟାଭିନୟ କବି ଲୋକନାଥ ପଟ୍ଟନାୟକଙ୍କ ଦ୍ୱାରା ରଚିତ ମୋ କୃଷ୍ଣ ପରି ଯାହା ରାଗ ମିଶ୍ର ଖମାଜ ଓ ତାଳ ଖେମଟା ଉପରେ ନିବଦ୍ଧ ଥିଲା ଯାହାର ସଙ୍ଗୀତ ସଂଯୋଜନା ଗୁରୁ ସଚ୍ଚିଦାନନ୍ଦ ଦାସ ଓ ଧୀରଜ ମହାପାତ୍ର ଏବଂ ନୃତ୍ୟ ସଂରଚନା ଗୁରୁ ଆଲୋକ କାନୁନ୍ଗୋ କରିଥିଲେ । ପରେ ପରେ ଓଡ଼ିଶୀ ଦୈତ୍ୟ ନୃତ୍ୟ ପର୍ଯ୍ୟାୟରେ ସପ୍ନାରାଣୀ ସିହ୍ନା ଓ ଅଙ୍କିତା ରଥଙ୍କ ଦ୍ୱାରା କୃଷ୍ଣାଷ୍ଟକମ୍ ପରିବେଷିତ ହୋଇଥିଲା । ପରିବର୍ତ୍ତୀ ପ୍ରସ୍ତୁତିରେ ଥିଲା ଦଳଗତ ଓଡ଼ିଶୀ ନୃତ୍ୟ ପଞ୍ଚପରମେଶ୍ୱର ଯାହାକୁ ପରିବେଷଣ କରିଥିଲେ ଶ୍ରୀରାଧା କଳାକୁଞ୍ଜ ଅନୁଷ୍ଠାନର ଶିଳ୍ପୀଗଣ । ଉଦ୍ଯାପନୀ ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ନୃତ୍ୟାଳୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ନିଳାଦ୍ରୀନାଥ ।
ଏହି କାର୍ଯ୍ୟକ୍ରମଟିକୁ ପ୍ରସ୍ତୁତିରେ ସହଯୋଗ କରିଥିଲେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସଙ୍ଗୀତ ନାଟକ ଏକାଡ଼େମୀ, ଇଫୋରିୟା, ଇମ୍ଫା, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଓଡ଼ିଶା ଖଣି ନିଗମ, ଏସ୍.ବି.ଏଲ୍, ପାରାଦ୍ୱୀପ ଫସଫେଟ ଲିମିଟେଡ଼୍, ମା ସାରଦା ପବ୍ଲିକେଶନ୍, ଗ୍ରୀଡ୍କୋ ଏବଂ ଓ.ପି.ଟି.ସି.ଏଲ୍ । ଏହି କାର୍ଯ୍ୟକ୍ରମଟିକୁ ବିଶ୍ୱଜିତ୍ ବଳିଆରସିଂହ ପରିଚାଳନା କରିଥିବା ବେଳେ ସଂଯୋଜନା କରିଥିଲେ ଗୁରୁ ନମିତା ରାୟ ।