ଆଜି ଆସନ୍ତୁ ଜାଣିବା କେଉଁ କେଉଁ ପ୍ରକାର ରଙ୍ଗର ଚାଉଳ ରହିଛି ଏବଂ ଏହାର ଉପକାରିତା ସମ୍ବନ୍ଧରେ :-
ସାଧାରଣତ ଆମେ ଘରେ କେବଳ ଧଳା ଚାଉଳ ଖାଉ। ବାଦାମି ଚାଉଳ ବିଷୟରେ ଆପଣ ଶୁଣିଥିବେ କିମ୍ବା ପରୀକ୍ଷା କରିଥିବେ? କିନ୍ତୁ ଆପଣ କେବେ ନାଲି ଓ କଳା ଚାଉଳ କଥା ଶୁଣିଛନ୍ତି କି? ଆପଣ ଜାଣନ୍ତି କି ଚାଉଳ କେବଳ ଗୋଟିଏ ନୁହେଁ ଚାରିଟି ରଙ୍ଗରେ ଉପଲବ୍ଧ ଅଛି । ଆଜି ଆମେ ଚାରିଟି ରଙ୍ଗର ଚାଉଳ ବିଷୟରେ ଜାଣିବା ଓ ଏହି ଚାଉଳ ସ୍ୱାସ୍ଥ୍ୟ ପାଇଁ କେମିତି ଲାଭଦାୟକ ତାହା ବି ଜାଣିବା।
କଳା ଚାଉଳ :-
ଏହି ଚାଉଳର ରଙ୍ଗ କଳା। ଏହା ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ହେବା ସହ ଏଥିରେ ପ୍ରୋଟିନ୍, ଫାଇବର ଓ ଭିଟାମିନ୍-ଇ ମଧ୍ୟ ପ୍ରଚୁର ପରିମାଣରେ ଥାଏ। ଧଳା ଚାଉଳ ଯେଉଁଭଳି ବିଭିନ୍ନ ପ୍ରକାରରେ ଆସେ । ସେହିଭଳି, ଅନେକ ପ୍ରକାର କଳା ଚାଉଳ ମଧ୍ୟ ମିଳିଥାଏ। ସବୁ ପ୍ରକାରର କଳା ଚାଉଳ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ । କଳା ଚାଉଳ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସହ ଶରୀରର ଓଜନ ମଧ୍ୟ ହ୍ରାସ ପାଇଥାଏ।
ଲାଲ ଚାଉଳ :-
ନାଲି ଚାଉଳ ବାଦାମୀ ରଙ୍ଗର ଚାଉଳଠାରୁ ସାମାନ୍ୟ ଅଲଗା ଅର୍ଥାତ୍ ନାଲି ରଙ୍ଗ। ଏଥିରେ ଫାଇବର ଓ ଆଇରନ ଭରପୂର ରହିଛି। ଏହି ଚାଉଳର ଭାତ ଖାଇବା ପରେ ବାରମ୍ବାର ଭୋକ ଲାଗେ ନାହିଁ। ରକ୍ତଚାପ ନିୟନ୍ତ୍ରଣ କରିବାରେ ଏହାର ବିଶେଷ ଭୂମିକା ରହିଛି। ଏହି ଚାଉଳ ଶରୀରର ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ବାଦାମି ଚାଉଳ :-
ବ୍ରାଉନ୍ ଚାଉଳ ଯାହାକୁ ସାଧାରଣ ଭାଷାରେ ବାଦାମି ଚାଉଳ କୁହାଯାଏ। ଏହି ଚାଉଳକୁ ଆପଣ କେବେ ନା କେବେ ନିଶ୍ଚୟ ଖାଇଥିବେ । କିନ୍ତୁ ଏହାର ଉପକାରିତା ବିଷୟରେ ଜାଣନ୍ତୁ । ଧଳା ଚାଉଳ ଅପେକ୍ଷା ବାଦାମି ଚାଉଳ ଅଧିକ ପୁଷ୍ଟିକର। ଏଥିରେ ଫାଇବର ଓ ପ୍ରୋଟିନର ପରିମାଣ ଅଧିକ ଥାଏ। କିନ୍ତୁ ଏହାର କ୍ୟାଲୋରୀ ଧଳା ଚାଉଳ ସହ ସମାନ ହୋଇଥାଏ। ଏହା ଖାଇବା ଦ୍ୱାରା ଆପଣ ଶୀଘ୍ର ଭୋକିଲା ଅନୁଭବ କରିବେ ନାହିଁ ।
ଧଳା ଚାଉଳ :-
ଧଳା ଚାଉଳ ବିଷୟରେ ଆପଣ ପୂର୍ବରୁ ଜାଣିଛନ୍ତି ଓ ଏହାକୁ ପ୍ରାୟ ଆପଣ ପ୍ରତିଦିନ ଖାଉଛନ୍ତି। ଏଥିରେ ପ୍ରୋଟିନ୍, ଆଣ୍ଟି-ଅକ୍ସିଡାଣ୍ଟ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି। କିନ୍ତୁ ଅନ୍ୟ ଚାଉଳ ତୁଳନାରେ ଏଥିରେ ଅଳ୍ପ ପରିମାଣରେ ଥାଏ। ଏଥିରେ ଥିବା କ୍ୟାଲସିୟମ ଓ ଫୋଲେଟର ପରିମାଣ ବହୁତ ଭଲ ଅଟେ ।
(ବି:ଦ୍ର: ଉପର ଲିଖିତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ)