ନିଆଳୀ ଦ୍ୱିପାଞ୍ଚଳରୁ ଶତାଧିକ କଂଗ୍ରେସ କର୍ମୀ ଭକ୍ତ ଦାସଙ୍କ ଶୋଭାଯାତ୍ରାରେ ସାମିଲ
ନିଆଳୀ-(ଦର୍ଶନ ସମୀକ୍ଷା ) ନିଆଳୀ ବ୍ଲକ ବିଭିନ୍ନ ଗ୍ରାମରୁ କର୍ମୀମାନେ
ଜଗତସିଂହପୁର ଜିଲ୍ଲା ମା ଶାରଳା ଙ୍କ ପୀଠରୁ ଜାତୀୟ କଂଗ୍ରେସ ଓଡିଶା ର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଡାକରାରେ ବିଶାଳ ଶୋଭାଯାତ୍ରା ବାହାରି ଗାନ୍ଧିଛକ ରେ ପହଞ୍ଚିଥିଲେ.କଟକ ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ନିଆଳୀ ରବିନ୍ଦ୍ର କୁମାର ମଲ୍ଲିକଙ୍କ ଡାକରାରେ ନିଆଳୀ ସମେତ ଦ୍ୱିପାଞ୍ଚଳରୁ ଶତାଧିକ ଆଗଧାଡିର କଂଗ୍ରେସ କର୍ମୀ କସର୍ଦା ସତସଂଘ ଛକରୁ ପ୍ରସନ୍ନ ପାତ୍ର ,ବିଶ୍ୱନାଥ ସ୍ୱାଇଁ,ଦିଲ୍ଲିପ ସ୍ୱାଇଁ,ମିହିର ପୁହାଣ,ସୋମନାଥ ସ୍ୱାଇଁ,ଖିରୋଦ ଭଟ୍ଟ ,ସୁକାନ୍ତ ପୁହାଣ, ଦିପୁ ସ୍ୱାଇଁ,ପବିତ୍ର ରାଉତ,ପୂର୍ବତନ କସର୍ଦା ସରପଞ୍ଚ ଭବାନି ଶଙ୍କର ମଲ୍ଲିକ,ଖିରୋଦ ସାହୁ,କୁଳଦିପ ମହାପାତ୍ର,ସୌମ୍ୟରଂଜନ ଲେଙ୍କା,ସୌମ୍ୟରଂଜନ ଜେନା,ସ୍ମୃତି ରଂଜନ ପାଢ଼ୀ ପ୍ରମୁଖଙ୍କ ଏକତ୍ର ହୋଇ ସିଠାଳ ଦେଇ ଉକ୍ତ ଶୋଭାଯାତ୍ରାରେ ଯୋଗଦେଇଥିଲେ.