Spread the love

ଧନୁ ସଂକ୍ରାନ୍ତି

ପବିତ୍ର ଧନୁସଂକ୍ରାନ୍ତି ଧନୁସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ

ଧନୁସଂକ୍ରାନ୍ତି ଦିନ ସୂର୍ଯ୍ୟ
ଧନୁରାଶିରେ ପ୍ରବେଶ କରିଥାନ୍ତି… ତେଣୁ ଏହି ସଂକ୍ରାନ୍ତିର ନାମ “ଧନୁ ସଂକ୍ରାନ୍ତି”…ଏହାର ଅନ୍ୟ ନାମ “ମହୋଦରୀ ସଂକ୍ରାନ୍ତି”

ମାର୍ଗଶୀର ମାସରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପୂଜା ପରେ ପୌଷମାସର ଆରମ୍ଭରେ ସଂଯୋଗବଶତଃ ଆଖୁ ଅମଳ (ଆଖୁରୁ ଗୁଡ଼ ପ୍ରସ୍ତୁତ ହୁଏ) ମଧ୍ୟ ସରିଥାଏ । ତେଣୁ ଶର୍କରାଯୁକ୍ତ ମିଶ୍ରିତ ପଦାର୍ଥରେ ତିଆରି ହୋଇଥିବା ମୁଆଁ ବା ଉଖୁଡ଼ା ଗୃହର ଆରାଧ୍ୟ ଦେବଦେବୀ ଓ ଧନଲକ୍ଷ୍ମୀଙ୍କ ପାଖରେ ନୈବେଦ୍ୟ ଭାବେ ଅର୍ପଣ କରାଯାଇଥାଏ….

ଉତ୍କଳଘଣ୍ଟ ହାସ୍ୟରସ କବି ଯଦୁମଣିଙ୍କ ଭାଷାରେ :

( ଧନୁ ମାସ ହେଲା ହନୁ ନ ଚଳିଲା
କହିବାକୁ ବଡ଼ ଲାଜ,
ମୁଁ ଆଁ କରିଅଛି, ମୁଆଁ ଖାଇବାକୁ
ଆଜ୍ଞା ହେଉ ମହାରାଜ )

ପୁଷ ମାସରେ ଧାନ ଅମଳ ପରେ “#ଉଖୁଡ଼ା’ ବା “ମୁଆଁ’ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ l ପୁନଶ୍ଚ :

ଧନୁସଂକ୍ରାନ୍ତିଠାରୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହିଲିଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ, ଯାହାକୁ ମା’ ଲକ୍ଷ୍ମୀଙ୍କ ଅନୁପସ୍ଥିତିରେ ମା’ ଯଶୋଦା ନିଜେ ପ୍ରସ୍ତୁତ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ…..

( ଧନୁସଂକ୍ରାନ୍ତିରୁ ମକର ଯାଏଁ ଲୋ
ମା’ ଲକ୍ଷ୍ମୀ ଯିବେ ବାପଘର
ମା’ ଯଶୋଦାଙ୍କ ପହିଲିଭୋଗରେ
ମହକିବ ଶ୍ରୀମନ୍ଦିର…….. )

ଧନୁସଂକ୍ରାନ୍ତି ଅବସରରେ ପ୍ରସ୍ତୁତ
ଧନୁମୁଆଁର ସ୍ୱତନ୍ତ୍ରତା ରହିଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ ଏହି ମୁଆଁ। ମୁଆଁ ତିଆରିରେ ନଡ଼ିଆ,ଗୁଡ଼ ସହ ଜୁଆଣୀ ରହୁଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ । ଗାଁ, ସହର,ମଠ ମନ୍ଦିର ସବୁଠି ଧନୁ ସଂକ୍ରାନ୍ତିର ଅପୂର୍ବ ମହନୀୟତା ମୁଆଁ ସହିତ ସମ୍ପର୍କିତ ହୋଇଥାଏ । ଆଜିର ପାଶ୍ଚାତ୍ୟ ବିପଣୀର ପସରା ଇନ୍ଦ୍ରଜାଲ ମଧ୍ୟରେ ଭେଳିକି ଭେଳି ବଜାର ସଉଦା ଭିତରେ ବି ଧନୁ ମୁଆଁର ମହକ କିନ୍ତୁ ହଜି ଯାଇନାହିଁ । ଧନୁ ସଂକ୍ରାନ୍ତିର ପବିତ୍ର ଅବସରରେ ଆମ ପ୍ରିୟ ଓଡ଼ିଆ ଘରର ପାଟି ସୁଆଦ ଧନୁମୁଆଁଟିକୁ ନ ହଜାଇ ବରଂ ଆମ ପୂର୍ବସୁରୀଙ୍କ ହାତ ପ୍ରସ୍ତୁତି ସହ ସେମାନଙ୍କ ଅପୂର୍ବ ଖାଦ୍ୟ ପ୍ରସ୍ତୁତିର ପରିପାଟିକୁ ଯେ ଉଜ୍ଜୀବିତ କରୁଛି ଏଥିରେ ସନ୍ଦେହ ନାହିଁ।

Related Post

Leave a Reply

Your email address will not be published. Required fields are marked *

You Missed