ସେଣ୍ଟ ଜାଭିୟାର୍ସ ଓ ସୁବ୍ରତା ଆଇଟିଆଇ ତରଫରୁ କୁଆଁସ ମଙ୍ଗଳା ପୀଠରେ ସାମୁହିକ ପ୍ରସାଦ ବଣ୍ଟନ
ଦଶରଥପୁର , ୧୪/୪ (ଦର୍ଶନ ସମୀକ୍ଷା ):
ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଦଶରଥପୁର ବ୍ଲକ ଡାହାଣହତା ପଞ୍ଚାୟତସ୍ତ କୁଆଁସ ମଙ୍ଗଳା ପୀଠରେ ଆଜି ମା ମଙ୍ଗଳାଙ୍କ ୧୫ ତମ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ହଜାର ହଜାର ଭକ୍ତ ମାନଙ୍କ ସମାଗମ ହୋଇଥିଲା | ବିସିଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନସ ମଙ୍ଗଳପୁର ଶାଖାରେ ଥିବା ସୁବ୍ରତା ଆଇଟିଆଇ ଓ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ତରଫରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା | ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ନିତ୍ୟାନନ୍ଦ ବିଶ୍ୱାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ମା ମଙ୍ଗଳାଙ୍କ ପୀଠରେ ଏହି କାର୍ଯ୍ୟକ୍ରମ ଦୀର୍ଘ ୯ ବର୍ଷ ଧରି ହୋଇ ଆସୁଅଛି। ଏହି ଗ୍ରୁପର ଚେୟାରମ୍ୟାନ ଡକ୍ଟର ମନ୍ମଥ କୁମାର ବିଶ୍ୱାଳ ଓ ମଙ୍ଗଳପୁର ଶାଖାର ମୁଖ୍ୟ ନିହାର ରଞ୍ଜନ ମଲ୍ଲିକଙ୍କ ପ୍ରତେକ୍ଷ ତତ୍ଵାବଧାନରେ ପ୍ରାୟ ୫୦୦୦ ଲୋକଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା | ଏଥିରେ ବିସିଇଟି ଗ୍ରୁପ ସମ୍ପାଦିକା ସୁବ୍ରତା ବିଶ୍ୱାଳ ଉପସ୍ଥିତ ରହି ମାଙ୍କ ପୂଜାର୍ଚନା କରିଥିବା ବେଳେ ଆଇଟିଆଇର ଅଧ୍ୟକ୍ଷ ସୀତାକାନ୍ତ ଓଝା, ବିଦ୍ୟାଳୟ ଅଧକ୍ଷ,ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଧର ଓଝା, ପ୍ରଭାତ ପାତ୍ର,ମାନସ ସାମଲ, ପିତାମ୍ବର ଦଳାଇ, ଜୟଦେବ ମହାନ୍ତି, ମିଲନ କୁମାର ମହାନ୍ତି, ହେମନ୍ତ କୁମାର ବେହେରା, ପ୍ରଭାତ ପାତ୍ର, କିରଣ ମିଶ୍ର, ଅମୀୟ ଧଳ,ସ୍ମିତା ମହାନ୍ତି ,ଅରଣ୍ୟା ନାୟକ, ଶସ୍ମିତା ନାୟକ, ସୁଜାତା ନାୟକ,ଅପରାଜିତା ଭୋଇ,ଅକ୍ଷତା ମହାନ୍ତି, ଧନଞ୍ଜୟ ନାୟକ, ସୁଧାଂଶୁ ପାତ୍ର, ସତୀଶ ଚନ୍ଦ୍ର ପାତ୍ର, ଗିରିଜା ମିଶ୍ର ସମେତ ଉଭୟ ବିଦ୍ୟାଳୟର ୩୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ | ମା ମଙ୍ଗଳା କମିଟିର ସମସ୍ତ କର୍ମକର୍ତା ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କ ପ୍ରସାଦ ସେବନ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ |
ଫଟୋ
ଦଶରଥପୁର