ପ୍ରାପ୍ତେଷୁ
ଶ୍ରୀଯୁକ୍ତ କମିଶନର ମହାନଗର ନିଗମ ଭୁବନେଶ୍ୱର.
ଶ୍ରୀଯୁକ୍ତ ପ୍ରମୁଖ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ, ବିଭାଗ, ଓଡିଶା.
ଶ୍ରୀଯୁକ୍ତ ମୁଖ୍ୟ ଶାସନ ସଚିବ ଓଡିଶା.
ବିଷୟ – ପରିବାର ପୋଷଣ ପ୍ରଦାନ ପାଇଁ ଦାବି.
ମହାଶୟ
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର
ଠାରେ ପ୍ରବାସୀ ଭାରତୀୟ ସମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ତାହା ଓଡିଶା ପାଇଁ ଏକ ଗୌରବମୟ ପଦକ୍ଷେପ ଏବଂ ଭାରତୀୟ ବିକାଶ ପରିଷଦ ଏହାକୁ ସ୍ୱାଗତ କରୁଛି କିନ୍ତୁ ଲଘୁଚାପ ଜନିତ ଦୁଇଦିନିଆ ପ୍ରବଳ ବର୍ଷା ରେ ସାରା ଓଡିଶା ସମେତ ଭୁବନେଶ୍ୱର ମହାନଗର ନିଗମ ତା 20.12.24 ଏବଂ 21.12.24 ରେ
ପଳାଶୁଣୀ ବ୍ରିଜ ନିକଟ କେନାଲ ବଜ଼ାର ରାସ୍ତାକଡରେ ବିକ୍ରୀ କରୁଥିବା ଛୋଟ ଛୋଟ ବେପାରୀଙ୍କୁ ଯେପରି ବିଏମସି ଉଛେଦ କରିଲା ଅଫଗାନିସ୍ଥାନର ତାଲିବାନ ସରକାର ଠାରୁ ମଧ୍ୟ ଅମାନୁଷିକ, ବର୍ବରତା, ମାନବିଧିକାର ଉଲଂଘନ ମୋହନ ସରକାର କାର୍ଯ୍ୟ ବଳିଗଲା, ବାସ୍ତବରେ ଏହା ଏକ ନିନ୍ଦନୀୟ ଘଟଣା l
ଏଣୁ ନିମ୍ନ ସ୍ୱାଖରିତ ଉଛେଦ ଛୋଟ ଛୋଟ ବେପାରୀଙ୍କୁ ତୁରନ୍ତ ଥଇଥାନ ପର୍ଯ୍ୟନ୍ତ ପରିବାର ପୋଷଣ ନିମନ୍ତେ ଦୈନିକ ଟ 1000/ ଲେଖାଏଁ ପ୍ରଦାନ ସହିତ ଉଛେଦ ଦିନ ନଷ୍ଟ ହେଇଥିବା ଜିନିଷର ମୂଲ୍ୟ ମଧ୍ୟ ଦେବା ପାଇଁ ଦାବିl l
ପ୍ରକାଶ ଥାଉକି ପୁରୀ ବଡ ଦlଣ୍ଡରେ ଯେତେବେଳେ ଉଛେଦ କରାଗଲା ପ୍ରତି ରାସ୍ତା କୋଡ଼ରେ ବିକ୍ରିକରୁଥୁବା ସମସ୍ତ ଛୋଟ ବେପାରୀଙ୍କୁ ଥଇଥାନ ପର୍ଯ୍ୟନ୍ତ ପରିବାର ପୋଷଣ ପାଇଁ ଦୈନିକ ହିସାବରେ ମାସିକ ଆର୍ଥିକ ସାହାଯ୍ୟ ପୁରୀ ମୁନିସିପାଲିଟି ପ୍ରଦାନ କରିଆସୁଛି l
ଏହି ପରିପ୍ରେକ୍ଷୀରେ ଭାରତୀୟ ବିକାଶ ପରିଷଦ ଜଣାଇବାକୁ ଚାହେଁ ଯେ ପ୍ରବାସୀ ଭାରତୀୟ ସମିଳନୀ ପାଇଁ ଶହ ଶହ କୋଟି ଟଙ୍କା ଓଡ଼ିଶାର 4.5 କୋଟି ଜନତାଙ୍କ ଟାକ୍ସ ରୁ ରାଜକୋଷ ଖର୍ଚ୍ଚ ହେବ l ତେଣୁ ଉଛେଦ ହେଇଥିବା ସମସ୍ତ ଛୋଟ ବେପାରୀଙ୍କୁ ପରିବାର ପୋଷଣ ପାଇଁ ଥଇଥାନ ପର୍ଯ୍ୟନ୍ତ ଦୈନିକ ଟ 1000/ (ଏକ ହଜାର ) ଲେଖାଏଁ ପ୍ରଦାନ ପାଇଁ ଭାରତୀୟ ବିକାଶ ପରିଷଦର ଦାବି l
ପୁନଶ୍ଚ ଅଭିଯୋଗ କରାଯାଉଛି ଯେ BMC ତରଫରୁ ନିର୍ମାଣ ହେଇଥିବା ଭେଣ୍ଡିଙ୍ଗ ଜୋନ କିମ୍ଭା ରାସ୍ତାକୋଡ଼ରେ ନିର୍ମିତ ପକା ଦୋକାନ ଗୃହ ଗୁଡିକ ତତ୍କାଳୀନ ରାଜନୈତିକ ତୁଙ୍ଗ ନେତା, କର୍ପୋରେଟର ଜ୍ଞାତି କୁଟୁମ୍ବ,ବିଧାୟକଙ୍କ ପରିବାର ମାନଙ୍କ ପରିବାର କୁ ଏକାଧିକ ଷ୍ଟଲ ଓ ଦୋକାନ ଗୃହ ପ୍ରଦାନ କରାଯାଇଛି I ଉକ୍ତ ଭେଣ୍ଡିଙ୍ଗ ଜୋନ ଦୋକାନ ଗୃହକୁ ସେମାନେ ଛୋଟ ବେପାରୀଙ୍କୁ ଉଚ୍ଚ ଦରରେ ମାସିକ ଭଡାରେ ଦେଇ ଏକାଧିକ ଗୃହରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆଦାୟ କରି ରାଜକୀୟ ଢଙ୍ଗରେ ବIସକରୁଛନ୍ତି I
ତେଣୁ ଏହାର ତଦନ୍ତ କରି ALLOTMENT କୁ ରଦ୍ଦ କରି ପ୍ରକୃତ ହିତାଧିକାରୀ ଙ୍କୁ ପ୍ରଦାନ କରନ୍ତୁI
ଯଦି ରାଜ୍ୟ ସରକାର ଆମ୍ଭ ଉପରୋକ୍ତ ଦୁଇଗୋଟି ଦାବି ତୁରନ୍ତ ଗ୍ରହଣ କରୁନାହାନ୍ତି ଭାରତୀୟ ବିକାଶ ପରିଷଦ ରାଜରାରାସ୍ତାକୁ ଅଲ୍ଲାହାଇବା ଏଥିରେ କୌଣସି ଧନ ଓ ଜୀବନ ନଷ୍ଟ ହେଲେ କମିଶନର ବିଏମସି ଓ ପ୍ରମୁଖ ଶାସନ ସଚିବ ବ୍ୟକ୍ତି ଗତ ଭାବେ ଦାୟୀ ରହିବେ I
ଉଛେଦ ହେଇଥିବା ଛୋଟ ବେପାରୀ ଓ ଭାରତୀୟ ବିକାଶ ପରିଷଦର କର୍ମକର୍ତ୍ତାଙ୍କ ସ୍ଵାକ୍ଷର.
==≠==================