Spread the love

ତୋ ଦେହରେ କୋଣାର୍କର କାରୁକାର୍ଯ୍ୟ,
ତୋ ହସରେ ଅଛି ରଜନିଗନ୍ଧାର ବାସ୍ନା,
ତୋ ଓଠରେ ଲକ୍ଷେ ଫଗୁଣର ନାଲି ନେଳି ରଙ୍ଗ,
ତୋ ଚାଲିରେ ଅଜନ୍ତା, ଏଲୋରାର ଆକର୍ଷଣ ।
ତୋ ଚାହାଣୀରେ ଶୃଙ୍ଗାର,
କଥାରେ ଶବ୍ଦର ନିଖୁଣ ତାରକସି,
ତୋ ଯୌବନରେ ଅସଂଖ୍ୟ ସମୁଦ୍ରର ଜୁଆର,
ତୋ ସୌନ୍ଦର୍ଯ୍ୟ ଆଗରେ ଫିକା…
ରମ୍ଭା, ମେନକା, ଉର୍ବଶୀ ।
ପ୍ରିୟା ମୋର!
ଏବେ ସୁଯୋଗ ଅପେକ୍ଷାରେ ମୁଁ,
କେବେ ତୁ, ଇଶାରା ଦେବୁ
ଆଉ ମୁଁ, ବିଶୁ ମହାରଣା ହେବି ।
ପୁଣି ଥରେ ତୋ’ ସାନ୍ନିଧ୍ୟରେ ରହି
ନୂତନ କୋଣାର୍କ ଗଢିବି ।

ନିହାର

©ନିହାର ରଂଜନ ଆଚାର୍ଯ୍ୟ

Leave a Reply

Your email address will not be published. Required fields are marked *