Spread the love


ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି

“सर्वधर्मान्परित्यज्य मामेकं शरणं व्रज।
अहं त्वा सर्वपापेभ्यो मोक्षयिष्यामि मा शुचः”।।18.66।।

(सम्पूर्ण धर्मोंका आश्रय छोड़कर तू केवल मेरी शरणमें आ जा।
मैं तुझे सम्पूर्ण पापोंसे मुक्त कर दूँगा, चिन्ता मत कर।)

” ମୋରି ମୁଣି” ବୋଧେ ମୋ ଉପରେ ଭୀଷଣଭାବେ ରାଗି ଯାଇଥିବାରୁ,
” ଓଡ଼ିଆ ରାଗିଲେ ହିନ୍ଦି କୁହନ୍ତି” ଭଳି ଓଡ଼ିଆ ଲୋକକଥାଟିର ଆଧାରରେ,
ଆଜି ହିନ୍ଦି ଅକ୍ଷରରେ ଉଭୟ ସଂସ୍କୃତ ଓ ହିନ୍ଦିଭାଷାରେ ,ପ୍ରଥମରେ”ଶ୍ରୀମଦ୍ ଭଗବତ ଗୀତା”ର ଶେଷ ଶ୍ଳୋକଟିକୁ
ସଂସ୍କୃତଭାଷାରେ ଲେଖିଦେଇ, ମୁଁ ସେହି ଭାଷାରେ ଦୁର୍ବଳଥିବାରୁ,ଶ୍ଳୋକଟିର ତଳେ ତାହାର ହିନ୍ଦି ଭାବାର୍ଥଟିକୁ ଲେଖି ଦେଇଛି।
………. 🖊️……..
କୁଋକ୍ଷେତ୍ରରେ ମହାଭାରତ ଯୁଦ୍ଧର ଆରମ୍ଭରେ ଅର୍ଜୁନ ନିଦ ସମ୍ମୁଖରେ ଅପରପଟରେ ନିଜର ଭାଇବିରାଦରମାନଙ୍କୁ ଦେଖି, ସେମାନଙ୍କୁ ହତ୍ୟା
କରିବା ଅଧର୍ମ ହେବ ଭାବି ଯୁଦ୍ଧରେ ଭାଗ ନନେବାର ମନୋଭାବକୁ ଦେଖି, ଶ୍ରୀକୃଷ୍ଣ ତାଙ୍କୁ ବିଭିନ୍ନ ପ୍ରକାର ବାଣୀ ଶୁଣେଇ, ଶେଷରେ କହିଥିଲେ ଯେ, “ଧର୍ମକୁ ସଂପୂର୍ଣ୍ଣ ଋପେ ପରିତ୍ୟାଗ କରି ତୁ କେବଳ ମୋରି ଶରଣାପନ୍ନ ହେଲେ, ମୁଁ ତୋତେ ସବୁ ପାପରୁ ମୁକ୍ତିଲାଭ କରେଇବି, ଚିନ୍ତା କରନା”। ଏହାପରେ ଅର୍ଜ୍ଜନ ଯୁଦ୍ଧରେ ଭାଗ ନେଇଥିଲେ।

ତେବେ, ଧର୍ମର ଆଳରେ ଆମ ଦେଶର ଜାମ୍ମୁ ଓ କାଶ୍ମୀର ଅନ୍ତର୍ଗତ ପହେଲଗାମ ଯେଉଁ ଅଞ୍ଚଳକୁ ‘ କ୍ଷୁଦ୍ର ସୁଇଜରଲ୍ୟାଣ୍ଡ ‘ କୁହାଯାଏ, ସେଠାରେ ତା୨୨.୦୪.୨୦୨୫ରିଖରେ ପାକିସ୍ଥାନ ପ୍ରାୟୋଜିତ ସନ୍ତ୍ରାସବାଦୀମାନଙ୍କ ଦ୍ଵାରା ଅଠେଇଜଣ ନିରୀହ ପର୍ଯ୍ୟଟକଙ୍କ ହତ୍ୟା
ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ବୋଧହୁଏ ତାରି ଉପରେ କିଛି ମତବ୍ୟକ୍ତ କରିବାକୁ ଆଜି ” ମୋରି ମୁଣି” ମୋତେ ବୋଧେ ପ୍ରବର୍ତ୍ତାଇ,ଉପରେ ଲେଖାଯାଇଥିବା କାଗଜଖଣ୍ଡିକ ଧରେଇ ଦେଇଛି।

କିନ୍ତୁ, ” ମାଛି ପଡ଼ିଲେ ନବଖଣ୍ଡ” ଭଳି ଓଡ଼ିଆ ଲୋକକଥାଟିର ଆଧାରରେ, ଅବସ୍ଥା ଯେଉଁଠି ଅତି ସଙ୍ଗୀନ ଓ ମୁହଁରୁ ସତକଥା ବି ବାହାରିଲେ ବହୁ ତାଡ଼ନାର ଶୀକାର ହେବାର ସମ୍ଭାବନା ଅଛି, ସେଠାରେ ଓଡ଼ିଶାରେ ବ୍ୟବହୃତ କିନ୍ତୁ ହିନ୍ଦିଭାଷାର ଲୋକକଥା
” ସବସେ ଭଲା ଚୁପ୍”କୁ ଆପଣେଇ ନେବା ଶ୍ରେୟସ୍କର।

ତେବେ,ଏହାଉପରେ କିଛି ମତାମତ ନଦେଲେ”ମୋରି ମୁଣି”ର ଲେଖା ଉପରେ କିଛି ମତାମତ ନଦେଲେ ସେ ମୋତେ ତାତ୍ସଲ୍ୟ କରିବ ଜାଣି ମୁଁ କିଛି ମତାମତ ରଖୁଛି।

ଶ୍ରୀକୃଷ୍ଣଙ୍କ ଭଳି ସବୁ ଧର୍ମର ପ୍ରବର୍ତ୍ତକଗଣ ନିଜ ନିଜର ଅନୁଗତମାନଙ୍କୁ ଠିକ ଏହିଭଳି ଶିକ୍ଷା ଦେଇଛନ୍ତି।ସବୁ ଧର୍ମରେ “ଅହିଂସା ପରମ ଧର୍ମ” ବୋଲି କୁହାଯାଇ, ପ୍ରଭୂଙ୍କ ଶରଣାପନ୍ନ ହୋଇ ଶାନ୍ତି ଓ ଭାଇଚାରାକୁ ଆପଣେଇବାକୁ କୁହାଯାଇଛି।

ତଥାପି ମଧ୍ୟ, ନିଜକୁ ପ୍ରଭୂମାନଙ୍କ ଖୁବ ନିକଟତମ ବୋଲି ଦାବି କରୁଥିବା
ଲୋକମାନେ ତା ୦୮.୦୯.୨୦୦୬ରିଖର ମାଲେଗାଓ ବିସ୍ଫୋରଣରେ, ତା୨୮.୧୧.୨୦୦୮ରିଖରୁ ତା୨୮.୧୧.୨୦୦୮ରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଚାଲିଥିବା ନରସଂହାରେ,
ତା୦୧.୦୮.୨୦୨୩ରିଖର ଏକ ରେଳଯାତ୍ରାରେ,
ତା୨୨.୦୪.୨୦୨୪ ରିଖର ପହେଲଗାମ ଘଟଣାରେ (ସମଗ୍ର ବିଶ୍ବରେ ଏହିପରି ଅନେକ ଘଟଣା ରହିଛି)ନିରୀହ ଲୋକମାନଙ୍କୁ କାହିଁକି ମାରିଦିଅନ୍ତି ତଥା କ୍ଷତାକ୍ତ କରିଦିଅନ୍ତି, ତାହାର ଉତ୍ତର ସେହି ପ୍ରଭୂମାନଙ୍କ ପାଖରେ ଥାଇପାରେ, ଯେହେତୁ ତାଙ୍କର ବିନା ନିର୍ଦ୍ଦେଶରେ ଗଛର ପତ୍ର ହେଲେନି କି ଦୁବଘାସ କଅଁଳେ ନାହିଁ।

ଆମ ପ୍ରଭୂ ତାଙ୍କର ଶ୍ରେଷ୍ଠଭକ୍ତ ଉଦ୍ଧବଙ୍କୁ ” ମୋ ମାୟା ମୋତେ ଅଗୋଚର, କାହୁଁ ବୁଝିବ ନର ଛାର” କହିଥିବା ପରିପ୍ରେକ୍ଷୀରେ,
ମୁଁ ଅକିଞ୍ଚନଟି କଣ ବା ଉତ୍ତର ଦେବି ରେ “ମୋରି ମୁଣି”, ବିଶେଷକରି
ସୃଷ୍ଟି ଆରମ୍ଭରୁ ପ୍ରତ୍ୟେକ ଧର୍ମର ଲୋକେ, ଧର୍ମ ଓ ଶାସକଙ୍କ ପ୍ରରୋଚନାରେ ନିଜ ତଥା ଅନ୍ୟାନ୍ୟ ଧର୍ମର ଲୋକମାନଙ୍କୁ ହତ୍ୟା, ଶୋଷଣ , ଧର୍ଷଣ କରିଆସୁଥିବାରୁ, ଯାହା ସୃଷ୍ଟିର ଶେଷ ପର୍ଯ୍ୟନ୍ତ ରହିପାରେ।

“ଏଭଳି ସବୁ ଘଟଣା କେବଳ ନେତାମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ହାସଲପାଇଁ କରାଯାଇଥାଏ , ଯେଉଁଥିରେ ନୀରିହ ଜନତା ହିଁ ବଳି ପଡୁଥାଆନ୍ତି”,
ବାସ୍, ଏତିକି ହିଁ ମୋର ତୋ ପାଇଁ ଆଜିର ଶେଷ ଉତ୍ତର ରେ “ମୋରି ମୁଣି”।

Leave a Reply

Your email address will not be published. Required fields are marked *