ତା୨୭.୦୩.୨୦୨୫ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି
” ମୁଁ ତୋତେ ଚୋଟ ମାରିବାକୁ ମନା କରିଥିଲି,
ଫଣା ଟେକି ଡରେଇବାକୁ ମନା କରିନଥିଲି”
…… 🐍…..
ଆଜି ଝୁଲାମୁଣି “ମୁଁ ତୋତେ ଚୋଟ ମାରିବାକୁ ମନା କରିଥିଲି,
ଫଣା ଟେକି ଡରେଇବାକୁ ମନା କରିନଥିଲି” ଲେଖାଥିବା କାଗଜଖଣ୍ଡିଏ ଧରେଇ ଦିଅନ୍ତେ , ମୋତେ ଲାଗିଲା ଯେ, ସତେ ଯେମିତି ଝୁଲାମୁଣି ନିର୍ଦ୍ଦେଶ ଦେଉଛି ଯେ,” ରେ ଅଧମ, ବୁଲଡୋଜରବାବାଙ୍କ କର୍ତ୍ତୃକ ବେଆଇନ ସମ୍ପତ୍ତି/ଘରଭଙ୍ଗାବାବଦରେ ସୁପ୍ରିମକୋର୍ଟଙ୍କ ତରଫରୁ ତା୧୩.୧୧.୨୦୨୪ରିଖରେ ଯେଉଁ ଫଣାଟେକା ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା, ତାହା ଉପରେ ଆଜିର ଲେଖାଟି ପର୍ଯ୍ୟବେସିତ ହେଉ”
ଓ ତଦନୁଯାୟୀ ଆଜିର ଲେଖାଟି ପ୍ରସ୍ତୁତ ହୋଇଛି।
ପ୍ରଥମେ ‘ଫଣାଟେକା’ ବାବଦରେ ସମ୍ୟକ ସୂଚନା:-
……………………………………………….
ହଜାର ହଜାର ବର୍ଷ ପୂର୍ବର କଥାଟିଏ , ଯେତେବେଳେ ବାଘ, ସାପ, କୋଇଲି ଇତ୍ୟାଦି ସମସ୍ତ ଜନ୍ତୁ ବି କଥାବାର୍ତ୍ତା କରୁଥିଲେ। ସେତେବେଳେ ବି ପାପଥିଲା ଓ ସେଥିରୁ ରକ୍ଷା ପାଇବାକୁ ପ୍ରବଚନ ବି ଦିଆଯାଉଥିଲା।
ବହୁତଲୋକଙ୍କୁ ଦଂଶନଦ୍ଵାର ମାରିଥିବା ବିଷଧର ସାପଟିଏ, ସେ ରହୁଥିବା ଅଞ୍ଚଳରେ ଦିଆଯାଉଥିବା ପ୍ରବଚନସ୍ଥଳକୁ ଯାଇ , ପ୍ରବଚକଙ୍କୁ ନିଜ ପାପର ପ୍ରାୟଶ୍ଚିତ ବାବଦରେ ପଚାରନ୍ତେ, ପ୍ରବଚକ କହିଥିଲେ,
” ମୋତେ ଦକ୍ଷୀଣା ହିସାବରେ ଗୋଟିଏ ସ୍ୱର୍ଣମୂଦ୍ରା ଦେଇ ଏଣିକି ଆଉ ଦଂଶନ ନକଲେ ସବୁପାପରୁ ମୁକ୍ତି ମିଳିବ। ‘ଦକ୍ଷୀଣା ନଦେଲେ ଫଳ ମିଳିବନାହିଁ ‘ ଭଳି ନିୟମଥିବାରୁ, ମୁଁ ବହୁତ ରିହାତିଦେଇ ତୋଠାରୁ ମାତ୍ର ଗୋଟିଏ ସ୍ୱର୍ଣମୂଦ୍ରା ନେବି”।
ତଦନୁସାରେ ସାପଟି ଗୋଟିଏ ସ୍ୱର୍ଣମୂଦ୍ରାଦେଇ ଓ ଫେରିଆସି ଆଉ ଫଣାନଟେକିବାରୁ ବାଳୁଙ୍ଗାପିଲାଏ ତା ଉପରକୁ ଟେକା ପକେଇ ତାକୁ କ୍ଷତାକ୍ତ କରିଦେବାର ଦୁଇଦିନପରେ ସାପଟି ପୁଣିଥରେ ପ୍ରବଚକଙ୍କ ପାଖକୁ ଯାଇ ଏହା କୁହନ୍ତେ, ସେ କହିଥିଲେ ” ମୁଁ ଦଂଶନ କରିବାକୁ ମନା କରିଥିଲି, ଫଣାଟେକି ଭୟ ଦେଖେଇବାକୁ ମନା କରିନଥିଲି”।
ଥରେ ଡାକ୍ତରଙ୍କ ପରାମର୍ଶ ନେବାର ସାତଦିନ ଭିତରେ ସେହି ରୋଗ ବାବଦରେ ଆଉଥରେ ପରାମର୍ଶ ନେଲେ ଆଉ ଫି ଦେବାକୁ ପଡ଼ୁନଥିବା
ଭଳି, ସାପଟି ତୃତୀୟଦିନ ପୁନଃ ପରାମର୍ଶ ନେଇଥିବାରୁ ତାକୁ ଆଉ ଫି ଦେବାକୁ ପଡ଼ିନଥିଲା ଓ ସେ ଫଣାଟେକି ସୁ ସୁ ହେବାରୁ ବାଳୁଙ୍ଗାପିଲାଏ ଆଉ ହଇରାଣ କରିନଥିଲେ।
ଏବେ ସୁପ୍ରିମକୋର୍ଟଙ୍କ ଫଣାଟେକା ନିର୍ଦ୍ଦେଶାବଳୀ ବାବଦରେ ଛୋଟିଆ
ଆଲୋଚନା ଟିଏ:-
…………………………………………………
” ରାଜନୈତିକ ଶତୃତା କାରଣରୁ ବୁଲଡୋଜରବାବାମାନେ ସମସ୍ତପ୍ରକାର ଆଇନ କାନୁନର ବ୍ୟବସ୍ଥାକୁ ଜଳାଞ୍ଜଳିଦେଇ ବେନିୟମ ଭାବେ ଘର ଭାଙ୍ଗି ପକାଉଛନ୍ତି”ଭଳି ଆରୋପରେ ସୁପ୍ରିମକୋର୍ଟରେ
ଗୋଟିଏ” ଜନସ୍ୱାର୍ଥ ସମ୍ବଳିତ ମାମଲା- PIL” କରାଯାଇଥିଲା, ଯାହାର ଶୁଣାଣି କରି, ବିଚାରପତି ବି.ଆର.ଗଭାଇ ଓ ବିଚାରପତି କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପିଠ ତରଫରୁ,ତା୧୩.୧୧.୨୦୨୫ରିଖରେ ” ଘର/ସମ୍ପତ୍ତି ଭଙ୍ଗାଯିବା ଉପରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା, ଯେଉଁଥିରେ ଯେ କୈାଣସି ଭଙ୍ଗାଭଙ୍ଗି ପୂର୍ବରୁ କର୍ତୃପକ୍ଷଙ୍କୁ କି କି ପଦକ୍ଷେପ ନେବାକୁ ହେବ, ସେସବୁ ବାବଦରେ ଟିକିନିଖି ବିବରଣୀ ରହିଛି”,ଯଥା,
(୧) କାର୍ଯ୍ୟନିର୍ବାହୀ (Executive) ନିଜକୁ ବିଚାରପତି ଆସନରେ ରଖି କାହାକୁ ଦୋଷୀଋପେ ଚିହ୍ନଟ କରିପାରିବେ ନାହିଁ,
(୨)ଆଇନର ବିରୁଦ୍ଧାଚରଣ ଆଳରେ ଘରଭଙ୍ଗୀ ” ବୁଲଡୋଜର ନ୍ୟାୟ ଏବଂ କ୍ଷମତାର ଅପବ୍ୟବହାର”,
(୩) ଯାହାଙ୍କର ଘର ବା ସମ୍ପତ୍ତି ଭଙ୍ଗାଯିବ, କର୍ତ୍ତୃପକ୍ଷଙ୍କ ତରଫରୁ ତାଙ୍କୁ ଉତ୍ତର ଦିଆଯିବାପାଇଁ ୧୫ ଦିନର ସମୟ ଦିଆଯାଇ ରେଜିଷ୍ଟ୍ରିଡାକରେ ଚିଠି ପଠାଯିବ। ସେ ଚିଠିର ପ୍ରାପ୍ତି ସ୍ବୀକାର କରିବା ଦିନଠାରୁ ହିଁ ୧୫ ଦିନର ଗଣତି ଆରମ୍ଭ ହେବ,
(୪) ଅଭିଯୁକ୍ତଙ୍କ ଘରର ବାହାର କାନ୍ଥରେ ନୋଟିସର ଗୋଟିଏ କପି ଲଗାହେବ,
(୫)ନୋଟିସରେ “ବେନିୟମ କାମ” ର ବିବରଣୀ ଓ ” ଭଙ୍ଗାଯିବାର କାରଣ” ରହିବ, ବ୍ୟକ୍ତିଗତ ଶୁଣାଣିର ତାରିଖ ରହିବ,
(୬)”ଅପିଲ” (Appeal)ର ଅବଧି ସରିନଥିଲେ ଭଙ୍ଗା ଯାଇ ପାରିବନାହିଁ,
(୭) ସଂପୃକ୍ତ କର୍ତ୍ତୁପକ୍ଷ ଏସବୁକୁ ଗୋଟିଏ ସ୍ୱତନ୍ତ୍ର ଡିଜିଟାଲ ପ୍ଲାଟଫର୍ମରେ
ସ୍ଥାନିତକରି , ତାହା ଜିଲ୍ଲାପାଳଙ୍କ ଡିଜିଟାଲ ପ୍ଲାଟଫର୍ମକୁ ପଠେଇବେ,
(୮) ଘରଭଙ୍ଗା ପ୍ରକ୍ରିୟାର ଭିଡିଓ ରେକଡିଙ୍ଗ ହେବ ଓ ସେଠାରେ ଉପସ୍ଥିତ ସମସ୍ତଙ୍କ ବାବଦରେ ତଥ୍ୟ ରଖାଯିବ,
(୯) ଯେଉଁ କର୍ତ୍ତୃପକ୍ଷ ଏହିସବୁ ନିର୍ଦ୍ଦେଶାବଳୀର (ଆହୁରି ଅଧିକ ଅଛି) ଧାରାକୁ ଉଲଂଘନ କରିବେ, ସେମାନଙ୍କପ୍ରତି ” ନ୍ୟାୟାଳୟ ଅବମାନନା – Contempt of Court” ଧାରା ଲାଗୁହେବ।
ଏଭଳି କଡ଼ା ( ଫଣାଟେକା) ନିର୍ଦ୍ଦେଶାବଳୀ ସତ୍ତ୍ଵେ, “ଏ ସବୁକୁ ଅଣଦେଖା କରାଯାଇ ପୁଋଣା ଢଙ୍ଗରେ ଘରଭଙ୍ଗା ଚାଲିଛି” ଭଳି ଏକ ଆରୋପପତ୍ର ସୁପ୍ରିମକୋର୍ଟରେ ଦାଖଲ ହେବାପରେ “ସେଠାରେ ତାହାକୁ ଗ୍ରହଣ କରାଯାଇ କର୍ତ୍ତୃପକ୍ଷଙ୍କୁ ନିଜର ପକ୍ଷ ରଖିବାପାଇଁ ସେଠାରୁ ନିର୍ଦ୍ଦେଶ ପଠାଯିବା ” ମୋ ଝୁଲାମୁଣିର ମନରେ ” ଫଣା ଟେକୁନଥିବା ସାପ ଓ ବାଳୁଙ୍ଗାପିଲାଙ୍କ ଟେକାପକା” ଭଳି ଦ୍ୱନ୍ଦଟିଏ ସୃଷ୍ଟି କରିଥିବାରୁ, ଆଜି ଝୁଲାମୁଣି,
” ମୁଁ ତୋତେ ଚୋଟ ମାରିବାକୁ ମନା କରିଥିଲି, ଫଣା ଟେକି ଡରେଇବାକୁ ମନା କରିନଥିଲି” ଲେଖାଥିବା କାଗଜଖଣ୍ଡିକ
ମୋତେ ଧରେଇ ଦେଇଥିଲା କି?”
Just Asking to Know
(ଅଂଗ୍ରେଜୀ ଦୈନିକ ଖବରକାଗଜର DECAN HERALD ର ତା୦୩.୦୯.୨୦୨୪ରିଖର ସଂସ୍କୃରଣରେ ପ୍ରକାଶିତ ସାଜିଥ କୁମାରଙ୍କ ବ୍ୟଙ୍ଗଚିତ୍ର ଉପରେ ଅଛି)