Spread the love

ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି

                "କାରଣ, ମୁଁ ମିଛ କହେ ନାହିଁ"
    (क्योंकि मैं झूठ नहीं बोलता-            ତା21.09.2001ରିଖରେ ମୁକ୍ତିଲାଭ କରିଥିବା ଏକ  ହାସ୍ୟରସାତ୍ମକ  ହିନ୍ଦି ସିନେମାର ନାମ )

(ଗୋବିନ୍ଦା, ରମ୍ଭା ଓ କଟ୍ଟରପନ୍ଥୀ ଦେଶଭକ୍ତ ଅନୁପମ ଖେର ଅଭିନୀତ ଏହି ସିନେମାରେ ଗୋବିନ୍ଦା କେବଳ ମିଛ ହିଁ ମିଛ କହିବାରୁ, ତାଙ୍କ ସହଧର୍ମୀଣୀ ଓ ଛୋଟପୁଅ ତାଙ୍କଠାରୁ ଅଲଗା ହେବା ପରେ, ପୁଅ ଭଗବାନଙ୍କୁ ପ୍ରାର୍ଥନା କରିଛି, ତାଙ୍କୁ ” ସତ କହିବା ପାଇଁ ଆଶୀର୍ବାଦ କରିବାକୁ “, ଯାହାପରେ ଗୋବିନ୍ଦା କେବଳ ସତ ହିଁ କହିଥିଲେ )।

        

ଏହା ତ ସିନେମାର କଥା। କିନ୍ତୁ, ସ୍ୱୟଂ ଭଗବାନ ଆସି ପ୍ରବର୍ତ୍ତେଇଲେ ବି
” ଯେଉଁମାନଙ୍କ ତୁଣ୍ଡରୁ ଆଦୌ ସତ ବାହାରେ ନାହିଁ ବା ବାହାରିବାର ସମ୍ଭାବନା ହିଁ ନାହିଁ
( ଯାହା ନୋହିଲା ବାଲ୍ୟ କାଳେ- ତାହା କି ହେବ ପାଚିଲା ବାଳେ) ,
ସେହି ବର୍ଗଙ୍କ ସଠିକ ନାମ କହି ପାରିବେ ଯିଏ, ବଢିଆ ରେଭଡିଟିଏ ଗ୍ୟାରେଣ୍ଟି ପାଇବେ ସିଏ”।

ସଠିକ ଉତ୍ତର ଦେବା ପାଇଁ

ତିନୋଟି ଛୁଙ୍କ:-( CUE)

(1) ହିଟଲରଙ୍କ ପ୍ରଚାରମନ୍ତ୍ରୀ ଗୋଏବଲସ କହିଥିବା ” ଗୋଟିଏ ମିଛକୁ ଶହେ ଥର ଦୋହରାଇଲେ ତାହା ସତ ବୋଲି ଲୋକେ ଭାବନ୍ତି” କଥାଟିକୁ ଏହି ବର୍ଗର ସମସ୍ତେମହାଶୟ ଅକ୍ଷରେ ଅକ୍ଷରେ ପାଳନ କରନ୍ତି।

(2) ହିଟଲର, ତାଙ୍କ ରଚିତ ” MEIN KAMPF-ମୋ ସଂଘର୍ଷ” ବହିରେ ଲେଖିଥିବା “ସମାଜରରେ ତିନି ପ୍ରକାର ଲୋକ ଅଛନ୍ତି, ଯେଉଁଥିରୁ (କ) ସବୁଠାରୁ ବଡ ବର୍ଗର ଲୋକେ ଗଣମାଧ୍ୟମ ଦ୍ବାରା ପ୍ରଚାରିତ କଥାର ସତ୍ୟାସତ୍ୟ ନିଋପଣ ନକରି ସେଗୁଡିକୁ ସଂପୂର୍ଣ୍ଣ ଋପେ ସତ୍ୟ ଉପରେ ଆଧାରିତ ଭାବି ଗ୍ରହଣ କରିଥାନ୍ତି। ଏମାନେ ଅତ୍ୟନ୍ତ ଇଶ୍ୱରବିଶ୍ୱାସୀ ତଥା ଧର୍ମାନ୍ଧ ଚରିତ୍ରର ହୋଇ “ଆମ ଧର୍ମ ବିପଦରେ ” ଡାକରାରେ ଧର୍ମର ରକ୍ଷା ପାଇଁ ଯେ କୌଣସି ତ୍ୟାଗ କରିବାକୁ ପ୍ରସ୍ତୁତ ଥାଆନ୍ତି । , (ଖ)ଆଉ ଗୋଟିଏ ଛୋଟ ବର୍ଗ କୌଣସି କଥାକୁ ଗ୍ରହଣ କରନ୍ତି ନାହିଁ ( ଗ) ଆଉ ଗୋଟିଏ ଆହୁରି ଛୋଟ ବର୍ଗ ସବୁ କଥାର ସାକ୍ଷୀ ପ୍ରମାଣ ଖୋଜନ୍ତି, ବିଶ୍ଳେଷଣ କରନ୍ତି ଓ ମିଥ୍ୟା ଉପରେ ଆଧାରିତ ତଥ୍ୟ ବାବଦରେ ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରିଥାନ୍ତି” ।
ସେ ପୁଣି ଲେଖିଥିଲେ”ଆମ ଶାସନ ବଳବତ୍ତର ରଖିବାକୁ ଆମକୁ ଗଣମାଧ୍ୟମ ଓ ‘କ’ ବର୍ଗର ଲୋକଙ୍କୁ ‘ଯେନ ତେନ ପ୍ରକାରେଣ’କରାୟତ୍ତ କରି ରଖିବା ସହିତ ‘ଗ’ବର୍ଗଙ୍କୁ ନିରସ୍ତ୍ର କରିବାକୁ ପଡିବ।”

ଏଭଳି ଉପଦେଶଟିକୁ ଏହି ବର୍ଗର ସମସ୍ତେ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ।   

(3)ପୃଥିବୀରେ ଶାସନରେ ରହିବାକୁ ହେଲେ ଦୁଇ ପ୍ରକାର ଦୁର୍ନୀତିର ଆଶ୍ରା ନେବାକୁ ବାଧ୍ୟ ହେବାକୁ ପଡିଥାଏ , ଯଥା (କ) SHAKEDOWN SYSTEM ଯେଉଁଥିରେ ସରକାରୀ ଲୋକମାନଙ୍କ ଦ୍ବାରା ଭୟ ପ୍ରଦର୍ଶନ କରେଇ ଅର୍ଥ ତଥା କାମ ଆଦାୟ କରାଯାଏ ଓ ( ଖ) PAYOFF SYSTEM, ଯାହା ଉପରସ୍ତରର ଶାସକ ଓ ନିଜ ମନ ପସନ୍ଦର ଜଣେ/ ଦୁଇଜଣ ପୁଞ୍ଜିପତିଙ୍କ ଅଲିଖିତ ସହଯୋଗିତାରେ ଚାଲିଥାଏ। ଏଥିରେ, ପୁଞ୍ଜିପତି ଶାସକଦଳକୁ ଅଜସ୍ର ଅର୍ଥ ଯୋଗାଇ ଦଳ ପରିଚାଳିତ ସରକାରଙ୍କ ସୌଜନ୍ୟରୁ ତାହାର ବହୁଗୁଣ ଆଦାୟ କରନ୍ତି । ଅଳ୍ପ ସମୟ ଭିତରେ ଏମାନେ ଅତି ବଡ ଧନୀ ହୁଅନ୍ତି ।
ଏହି ବର୍ଗର ସମସ୍ତେ ଏହି ଦୁଇଟି ପନ୍ଥାର ଆଶ୍ରୟ ବି ନିଅନ୍ତି।

ଏବଂ, ସେମାନଙ୍କର ଏଭଳି ଚାଲାକିର ପର୍ଦ୍ଦାଫାଶ/ ଖୁଲାସା ନେହେବାପାଇଁ ଏହି ବର୍ଗଟି ଗଣମାଧ୍ୟମକୁ ସଂପୂର୍ଣ୍ଣ ଋପେ କରାୟତ କରନ୍ତି।

ହିଟଲର ଓ ଗୋଏବଲସ’ଙ୍କ ସମୟରେ ସାମାଜିକ ଗଣମାଧ୍ୟମ ନଥିବାରୁ ସେମାନେ ସବୁ ଗଣମାଧ୍ୟମକୁ ଯେନତେନ ପ୍ରକାରେଣ କରାୟତ କରି ନିଜ ଉଦ୍ୟମରେ ସଫଳ ହେଉଥିଲେ। କିନ୍ତୁ, ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଜରିଆରେ କିଛି କିଛି ସତ୍ୟ ଆଧାରିତ ତଥ୍ୟ ପଦାକୁ ଆସୁଛି,ଯାହାର ସଦ୍ୟତମ ଉଦାହରଣଟିଏ ହେଉଛି,
ତା ୨୧.୦୨.୨୦୨୫ରିଖରେ
ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମହାଶୟ ” ମୋ ସାଙ୍ଗ ମୋଦିଙ୍କୁ ୨୧ ମିଲିୟନ ଆମେରିକୀୟ ଡଲାର ଆମେରିକାଦ୍ୱାରା ଦିଆଯାଇଛି, ଭାରତର ନିର୍ବାଚନରେ ଭୋଟର ପ୍ରତିଶତ ହାର ବୃଦ୍ଧିପାଇଁ “ଭଳି କଥାଟି ଉପରେ ମୂଖ୍ୟସ୍ରୋତ ଗଣମାଧ୍ୟମ ସଂପୂର୍ଣ୍ଣ ନୀରବ।
(ଏହା ଉପରେ ସବିଶେଷ ବିବରଣୀ ତା ୨୩.୦୨.୨୦୨୫ ରିଖର ଝୁଲାମୁଣି ଲେଖାରେ ଅଛି)
କିନ୍ତୁ, ଏହି ତଥ୍ୟଟି ତଥା ଏହିଭଳି ସରକାରଙ୍କ ସମାଲୋଚନାମୂଳକ ବହୁତ ତଥ୍ୟ ମୂଖ୍ୟସ୍ରୋତ ଗଣମାଧ୍ୟମର ଜରିଆରେ ମୋଟେ ପ୍ରସାରିତ ହେଉନାହିଁ, ଯାହା କିଛି ମାତ୍ରାରେ ସାମାଜିକ ଗଣମାଧ୍ୟମ, ବିଶେଷକରି YOU TUBE ରେ ପ୍ରସାରିତ କିଛି ଭିଡିଓ ଜରିଆରେ ହେଉଛି।

ତେଣୁ, ଏହି ସୁଯୋଗଟିକୁ ହଟାଇବାକୁ ବି ସବୁବେଳେ ପ୍ରଚେଷ୍ଟା ଚାଲୁ ରହିଥାଏ। କିନ୍ତୁ ଜନ ଅସନ୍ତୋଷ ତଥା ନ୍ୟାୟପାଳିକାଙ୍କ ହସ୍ତକ୍ଷେପ ଫଳରେ ତାହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ସଫଳ ହୋଇନାହିଁ।

ଅଥଚ, ଏବେ ଏବେ ସର୍ବୋଚ୍ଚ ନ୍ୟାୟପାଳିକାଙ୍କ ତରଫରୁ ଦିଆଯାଇଥିବା ବୟାନଟିଏର ଉପଯୋଗ କରାଯାଇ ଏହା କରାଯିବାର ବାଟ ଖୋଲିଦିଆଯାଇଛି,ଯାହା ବାବଦରେ ସମ୍ୟକ ବିବରଣୀ ନିମ୍ନରେ;

ରଣବୀର ଆଲାହାବାଦିଆ ନାମକ ଜଣେ YOU TUBER CUM INFLUENCER , INDIA GOT TALENT ନାମକ ଗୋଟିଏ YOU TUBE CHANNEL ରେ ଅତ୍ୟନ୍ତ କଦର୍ଯ୍ୟ ଓ ଅଶ୍ଳିଳନ ମନ୍ତବ୍ୟ ଦେବାପରେ ମହାରାଷ୍ଟ୍ର ସରକାର ତଥା ଅନ୍ୟାନ୍ୟ ବିଭିନ୍ନ ସୂତ୍ରରୁ ତାଙ୍କର ଗିରଫ ତଥା ତାଙ୍କୁ ଦଣ୍ଡ ଦିଆଯିବାପାଇଁ FIR ହୋଇଥିଲା।ଗିରଫ ହେବା ଭୟରେ ସେ ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ।
ସେଠାରୁ “ତାଙ୍କୁ ଗିରଫ ନ କରିବାକୁ” ଆଦେଶ ତ ମିଳିଗଲା, ତା ସହିତ”ସାମାଜିକ ଗଣମାଧ୍ୟମରେ ଏଭଳି ଆପତ୍ତିଜନକ କାର୍ଯ୍ୟକ୍ରମର ପ୍ରସାର ନେହେବାପାଇଁ ବ୍ୟବସ୍ଥା କରିବାକୁ ସରକାର ଆଗେଇ ଆସିବା ଦରକାର ” ଭଳି ଆହ୍ୱାନ ବି ଦିଆଯାଇଛି।

ଏହା ଶୁଣୁ ଶୁଣୁ,
” ମଳୁ (ରୋଗୀ) ଖୋଜୁଥିଲା କାକରପାଣି( ଥଣ୍ଡାପାଣି),
ବଇଦ(ଡାକ୍ତର) କହିଲେ ପି ତୋରାଣି (ଖଟାଳିଆ ଥଣ୍ଡାପାଣି)”
ଭଳି ଓଡ଼ିଆ ଲୋକକଥାଟିର ଆଧାରରେ ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଯିବା ଉଦ୍ଦେଶ୍ୟରେ ସରକାରଙ୍କ ଦଳର ଲୋକେ ଲାଗି ପଡିଲେଣି। “ଆପତ୍ତିଜନକ”ର ବାଖ୍ୟା ବି ସରକାରଙ୍କ ବଡ଼ବଡ଼ିଆ ଅଧିକାରୀ କରିବେ ଯେଉଁମାନେ ନିଜର ସ୍ୱାର୍ଥ ଛଡା ଆଉ କିଛି ଜାଣନ୍ତି ନାହିଁ।ସାମ୍ବିଧାନିକ ବିଧିବ୍ୟବସ୍ଥା, ଆଇନକାନୁକକୁ ମୋଡିମକଚି
ଫୋପାଡିଦେବାରେ ଏମାନେ ସିଦ୍ଧହସ୍ତ ହୋଇଥିବାରୁ , ଯାହା ବା କିଛି ସତ୍ୟ ଆଧାରିତ ତଥ୍ୟ ପଦାକୁ ଆସୁଛି, ତାହା ଆଉ ଆସିବନାହଁ।

ତାପରେ ନିଛକ ମିଥ୍ୟାଯୁଗର ପ୍ରଚଳନ ହେବ।

ଏପରି ହେବାପାଇଁ ରଣବୀର ଆଲାହାବାଦିଆଙ୍କୁ “ଚେସଖେଳର ଗୋଟି”
(Scape goat) କରାଯାଇଥିଲା କି, ତାଙ୍କର କିଛି ନହେବାର ଭରସା ଦିଆଯାଇ, ଯେହେତୁ ସେ ବି ସରକାରଙ୍କର ଜଣେ କଟ୍ଟର ସମର୍ଥକ?
Just Asking to Know.
ହିଟଲର ମହାଶୟଙ୍କର କି-ଜୟ
ଗୋଏବଲସଙ୍କର କି- ଜୟ

Leave a Reply

Your email address will not be published. Required fields are marked *

You Missed