ଖୋଲୁଛି ରାସନକାର୍ଡ ମହାଦୁର୍ନୀତିର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଇ-କେଓ୍ୱାସିର ଯାଞ୍ଚରୁ ଆସିଛି ସାଂଘାତିକ ତଥ୍ୟ । ଖାଲି ବଡ଼ ବଡ଼ିଆ ନୁହନ୍ତି କିମ୍ବା ସରକାରୀ ଚାକିରିଆ ନୁହନ୍ତି, ପ୍ରଶାସନିକ ବାବୁ ବି ଗରିବଙ୍କ ଯୋଜନାରେ ଭାଗ ବସାଇଛନ୍ତି। ଅର୍ଥାତ ବର୍ଷ ବର୍ଷ ଧରି ରାସନ କାର୍ଡ ହାତେଇଛନ୍ତି ଓଏଏସ୍ ଅଫିସର। ଡାକ୍ତର, ଅଧ୍ୟାପକ, ଶିକ୍ଷକ ଓ ଆୟକରଦାତା ନେଇଛନ୍ତି ରାସନ କାର୍ଡ। ଯେଉଁ ସରକାରୀ ଚାକିରିଆ ରାସନ କାର୍ଡ ହାତେଇଛନ୍ତି, ସେମାନେ ତୁରନ୍ତ କାର୍ଡ ଫେରାଇ ଦେବାକୁ ଯୋଗାଣ ମନ୍ତ୍ରୀ ଅପିଲ କରିବା ସହିତ ତାଗିଦ କରିଛନ୍ତି ।
ପୂର୍ବ ସରକାର ସମୟରେ ବଡ଼ ବଡ଼ିଆ ମ୍ୟାନେଜ କରି ରାସନ କାର୍ଡ ହାତେଇଛନ୍ତି। ମନ୍ତ୍ରୀ କହିଛନ୍ତି, କାର୍ଡ ନଫେରାଇଲେ ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଫାଇନ ଭଳି ଆର୍ଥିକ ତଣ୍ଡ ଗଣିବେ ସରକାରୀ ଅଧିକାରୀ। ଖାଲି ସେତିକି ନୁହେଁ, ଯେଉଁ ଦିନରୁ କାର୍ଡ ନେଇଥିବେ, ସେବେଠାରୁ ହିସାବ କରି ତାଙ୍କଠାରୁ ଜରିମାନା ଅସୁଲ କରାଯିବ ।
ନିୟମକୁ ମୋଡ଼ି ମକଚି କେମିତି ରାସନ କାର୍ଡ ହାତେଇଥିଲେ ପ୍ରଶାସନିକ ବାବୁ?
ଏମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବେ ନୂଆ ସରକାର?
ରାସନ କାର୍ଡ ସହ ଜଡ଼ିତ ଥିବା କେଉଁ କେଉଁ ଯୋଜନା ହାତେଇଛନ୍ତି ଏହି ବଡ଼ି ବଡ଼ିଆ?
ଲାଭ ଉଠାଉଥିବା ବଡ଼ ବଡ଼ିଆଙ୍କୁ କିଏ ଏହି ଯୋଜନାରେ ସାମିଲ କରିଥିଲେ?
ମାଗଣା ଯୋଜନାର ଲାଭ ଉଠାଉଥିଲେ ପ୍ରଭାବଶାଳୀ, କେମିତି ଜାଣି ପାରିଲେନି ପୂର୍ବ ସରକାର?