Spread the love

ତମ୍ୱା ବୋତଲରେ ପାଣି ପିଉଛନ୍ତି କି? ଗଣ୍ଠି ବିନ୍ଧାରୁ ମିଳିବ ଆଜୀବନ ମୁକ୍ତି….

.ଯୁଗଯୁଗ ଧରି ଲୋକମାନେ ତମ୍ୱା ବୋତଲରେ ପାଣି ପିଇ ଆସୁଛନ୍ତି। ଏଥିରେ ପାଣି ପିଇବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ । ସେହିପରି କୌଣସି ପ୍ରକାରର ରୋଗ ସହଜରେ ଶରୀରରେ ପ୍ରବେଶ କରିପାରିନଥାଏ।ତମ୍ୱା ପାଚନତନ୍ତ୍ରକୁ ସୁସ୍ଥ ରଖିବା ସହ ଏସିଡିଟି ଭଳି ସମସ୍ୟାରୁ ମୁକ୍ତ କରିଥାଏ। ତମ୍ୱା ବୋତଲରେ ପାଣି ପିଇବା ଦ୍ୱାରା ହୃଦରୋଗ ଏବଂ ଷ୍ଟ୍ରୋକର ବିପଦ ଦୂର ହୋଇଥାଏ।ଦୈନିକ ତମ୍ୱା ବୋତଲରେ ପାଣି ପିଇବା ଦ୍ୱାରା ତ୍ୱଚା ଏବଂ କେଶଜନିତ ସମସ୍ୟା ଦୂର କରି ସୁସ୍ଥ ରଖିଥାଏ। ଏହା ମେଟାବୋଲିଜିମକୁ ବଢାଇଥାଏ। ଯାହାଦ୍ୱାରା ଶରୀରର କ୍ୟାଲୋରୀ ବର୍ନ ହୋଇଥାଏ ଏବଂ ମୋଟାପଣ କମିଥାଏ। ତମ୍ୱା ବୋତଲରେ ପାଣି ପିଇବାଦ୍ୱାରା ଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ।

ଏଥିସହ ଥାଇରଏଡ୍ ଗ୍ଲାଣ୍ଡକୁ ନିୟନ୍ତ୍ରିତ କରି ରଖିଥାଏ। ଏହା କର୍କଟ ରୋଗର ଉପଚାର ମଧ୍ୟ କରିଥାଏ। କୋଲେଷ୍ଚ୍ରୋଲ ଏବଂ ଫ୍ୟାଟି ସବଷ୍ଟାନ୍ସକୁ ମଧ୍ୟ କମାଇଥାଏ । ଶରୀରରେ ହେଉଥିବା ନାନାଦି ସଂକ୍ରମଣକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଯାହାଦ୍ୱାରା ଆପଣ ରୋଗମୁକ୍ତ ରହିଥାନ୍ତି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତରେ ଜଣେ ବ୍ୟକ୍ତି ଦୈନିକ ଲିଟର ପିଛା ୨ ମିଲିଗ୍ରାମ ତମ୍ୱା ଗ୍ରହଣ କରିବା ଉଚିତ।

Related Post

Leave a Reply

Your email address will not be published. Required fields are marked *