ତାମିଲନାଡୁ :ବିଧାନସଭା ଅଧିବେଶନ ଆରମ୍ଭ ସମୟରେ ତାମିଲନାଡୁ ସରକାରଙ୍କ ରାଜ୍ୟ ସଙ୍ଗୀତ ‘ତାମିଲ ଥାଇ ଭାଜାଥୁ’ ଗାନ କରାଯାଇଥିଲା। ଏହାପରେ ରାଜ୍ୟପାଳ ଆରଏନ ରବି ଜାତୀୟ ସଙ୍ଗୀତ ବଜାଇବାକୁ ଦାବି କରିଥିଲେ। ରାଜ୍ୟପାଳଙ୍କ ଏହି ଦାବିକୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଗୃହର ବାଚସ୍ପତି ଅଣଦେଖା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ରାଜ୍ୟପାଳ ଆରଏନ ରବି ରାଗି ଯାଇ ଅଧିବେଶନକୁ ସମ୍ବୋଧିତ କରି ନଥିଲେ। ଏଥିସହିତ ସେ କାହାକୁ କିଛି ନଜଣାଇ ଅଧିବେଶନକୁ ଛାଡ଼ି ନିଜ କକ୍ଷରୁ ବାିହାରି ଆସିଥିଲେ।