ଢେଙ୍କାନାଳ :ଦର୍ଶନ ସମୀକ୍ଷା ଆଜି ତା 8-4-25 ରିଖ ମଙ୍ଗଳ ବାର ରାତ୍ର ତିନି ଘଣ୍ଟିକା ସମୟରେ ନିଜ ମିନା ବଜାର ବାସଭବନରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଭଞ୍ଜଙ୍କ 87 ବର୍ଷ ବୟସରେ ବିୟୋଗ ଘଟିଛି l ତାଙ୍କ ବିୟୋଗରେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ବରିଷ୍ଟ ସମାଜ ସେବୀ ଗଙ୍ଗାଧର ସାମଲ ଯୁବ ସମାଜ ସେବୀ ଶିଳ୍ପପତି ଡାକ୍ତର ଅବିନାଶ ସାମଲ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l
ସ୍ବର୍ଗତ ଭଞ୍ଜ ଗନ୍ଦିଆନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ସମୟରେ ଖାଲି ଗନ୍ଦିଆ ନୁହଁ ସମଗ୍ର ଢେଙ୍କାନାଳ ଜିଲ୍ଲା ର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ l ଜଣେ ମେଳlପି ପରୋଉପକରି ଧର୍ମପରାୟଣ ସମାଜସେବୀ ମଣିଷ ଥିଲେ l ରେଭେନ୍ସା କଲେଜରେ ପଢ଼ିଲାବେଳେ ୟୁନଭରସିଟି ର ହକି ଦଳର ଅଧିନାୟକ ରହିଥିଲେ କ୍ରୀଡାବିତ୍ ଭାବରେ ଜିଲ୍ଲା ତଥା ରାଜ୍ୟରେ ତାଙ୍କର ଅନେକ ସୁନାମ ରହିଥିଲା l
ଏଭଳି ଜଣେ ବହୁମୁଖି ପ୍ରତିଭାର ଅଧିକାରୀ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଭଞ୍ଜଙ୍କ ବିୟୋଗରେ ଜିଲ୍ଲା ତଥା ରାଜ୍ୟର ଅପୂରଣୀୟ କ୍ଷତି ଘଟିଲା l ତାଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାରକୁ ଭଗବାନ ଏହି ଦୁଃଖ ସମୟରେ ସହାୟ ହୁଅନ୍ତୁ ବୋଲି ପ୍ରକାଶ କରିଛନ୍ତି l