ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ
ଢେଙ୍କାନାଳ, ୧୭ । ୦୪: ୧୯୯୭ (ଦର୍ଶନ ସମୀକ୍ଷା) ଏପ୍ରିଲ ୧୭ ତାରିଖରେ ପ୍ରବାଦ ପୁରୁଷ , କଳିଙ୍ଗର ବରପୁତ୍ର, ମହାନ ଜନନାୟକ ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ର ଦେହାନ୍ତ ହୋଇଥିଲା । ଆଜି ତାଙ୍କର ୨୮ତମ ତିରୋଧାନ ଦିବସ । ଏହି ଦିବସକୁ ଢେଙ୍କାନାଳ ଜିଲ୍ଲା ବିୁଜ ଜନତା ଦଳ ମୁନିସିପାଲଟି ଅଡିଟୋରିୟମ ଠାରେ ପାଳନ କରିଛିି । ଢେଙ୍କାନାଳର ପୁର୍ବତନ ବିଧାୟକ ସୁଧିର କୁମର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ସାମଲ ବିଜୁ ପଟ୍ଟନାୟକ ଜଣେ ରାଜନୈତିକ ବ୍ୟକ୍ତି ନ’ଥିଲେ ସେ ରାଜନୀତିର ଉଦ୍ଧ୍ୱର୍ରେ ରହି ଦେଶ ତଥା ରାଷ୍ଟ୍ର ପାଇଁ ସବୁ ବେଳେ ନିଜକୁ ନିୟୋଜିତ କରିଥିଲେ । ବିଜୁ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି ଆଗାମୀ ଦିନରେ ରହିବେ । ଆଧୁନିକ ଓଡିଶା ଗଠନର ସେ ଥିଲେ ପ୍ରତିଷ୍ଠାତା । ତାଙ୍କର ସମୟରେ ରାଜ୍ୟରେ ମିହଳା ମାନଙ୍କୁ ଅଗ୍ରାଧିକାର ଦେବା ସହ କୃଷି ଓ ବ୍ୟବସାୟ କ୍ଷେତ୍ରରେ ତାଙ୍କର ଉଲେକ୍ଷନୀୟ ଅବଦାନ ରହିଛି । ଆଜିର ଦିବସରେ ତାଙ୍କୁ ମନେପକାଇବା ସହ ତାଙ୍କର କାର୍ଯ୍ୟରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏଥ ôସହିତ ଆଗାମି ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ କିପରି ସଂଗଠିତ ହୋଇ ଦଳକୁ ପୁଣି ଥରେ ଜିଲ୍ଲାପରିଷଦ ଓ ଅନ୍ୟ ଆସନରେ ବିପୁଳ ବିଜୟ ଳାଭ କରିବ ସେ ନେଇ ଆଶା ପୋଷଣ କରିଥିଲେ । ସେହିଭଳି ବିଜୁ ବାବୁଙ୍କ ସୁପୁତ୍ର ଆମ ସମସ୍ତଙ୍କ ପ୍ରୀୟ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟାନାୟକ ଓଡିଶାର ପ୍ରଗତି ପାଇଁ ନିଜର ସ୍ୱାର୍ଥକୁ ଯେଉଁଭଳି ଭାବରେ ତ୍ୟାଗ କରି ଓଡିଶା ବାସୀଙ୍କ ସେବାରେ ନିଜକୁ ସାମିଲ କାରିଛନ୍ତି ଠିକ ସେହିଭଳି ଆଜିର ଯୁବ ସମାଜ ସାଧାରଣ ଲୋକଙ୍କ ସେବା କରିବା ପାଇଁ ଅଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲା କୃଷକ ଜନତା ସଭାପତି ନରୋତ୍ତମ ସାହୁ, ଜିଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, ଜିଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଜିଲା ଆଇନ ସେଲ ଅଧ୍ୟକ୍ଷ ତଥା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ଜିଲା ପରିଷଦ ସଦସ୍ୟ ବିଶ୍ୱନାଥ ଚିନରା, ଅଶୋକ କୁମାର ପରିଡା,କାଉନସିଲର ମହମ୍ମଦ ସାଗିର, ସନ୍ଦିପ ଷଡଙ୍ଗୀ, ଲିପିକା ଦାସ, ଶୁଭଲକ୍ଷ୍ମୀ ସାହୁ, ବିଜେଡି ନଗର ସଭାପତି ବିନୋଦ କୁମାର ମହାନ୍ତି, ଯୁବ ବିଜେଡି ନଗର ସଭାପତି ବ୍ରହ୍ମାନନ୍ଦ ସାହୁ, ସଦର ବ୍ଲକ ସଭାପତି ବିଭୁପ୍ରସାଦ ଦେହୁରୀ, ଗନ୍ଦିଆ ବ୍ଲକ ସଭାପତି ବିଶ୍ୱନାତ ଜେନା, ଯୁବ ବିଜେଡି ଗନ୍ଦିଆ ସଭାପତି ପ୍ରଦୀପ କୁମାର ରାଉତ, ଗନ୍ଦିଆ ମହିଲା ବିଜେଡି ସଭାପତି ତଥା ପୁର୍ବତନ ସରପଞ୍ଚ ଶୁଭଦର୍ଶିନୀ ପରିଡା , ବରିଷ୍ଠ ଆଇନଜିବୀ ସୁରେଶ ଚର୍ନ୍ଦ ମହାପାତ୍ର ଓ ପୁର୍ବତନ ବିଧାୟକଙ୍କ ସ୍ୱତନ୍ତ୍ର ପ୍ରତିନିଧି ଅଜୟ କୁମାର ଭଞ ପ୍ରମୁଖ ମଞ୍ଚାସୀନ ହୋଇ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ । ବିଜେଡି ଜିଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଡିଜିଟାଲ ସମ୍ପାଦକ ଗଙ୍ଗାଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ତିରୋଧାନ ଦିବସରେ ସହରସ୍ଥ ଜେଲ ପୋଖରିଠାରେ ସକାଳ ୮ଘଟିକା ସମୟରେ ବିଜେଡି କର୍ମିମାନେ ଯୋଗଦେଇ ତିଳ ତର୍ପଣ କରିଥିଲେ । ପରେ ଗଣେଷ ବଜାର ରଥଗଡା ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଏହି ସଭାରେ ପୁର୍ବତନ କାଉନସିଲର ଜ୍ଞାନଚାନ୍ଦ ମିଶ୍ର , ମହିଲା ନେତୀ୍ର ଉର୍ବଷୀ ମହାପାତ୍ର ଶ୍ରଦ୍ଧାଞଳୀ ସାହୁ ଛତ୍ର ନେତା ଆଶୁତୋଷ କର, ଓମ ର୍ପକାଶ ନାୟକ ପ୍ରମୁଖ ସହେଯାଗ କରିଥିଲେ । ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀର ମହିଳା, ଯୁବ , ଛାତ୍ର ବିଜୁ ଜନତା ଦଳର ଶତାଧିକା କର୍ମକର୍ତ୍ତା ଯୋଗଦେଇଥିଲେ ।
