Spread the love

ରାମଚଣ୍ଡୀ ପିଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ମକରମେଳା


ହିନ୍ଦୋଳ(ତା ୧୪,୧,୨୫)ଦର୍ଶନ ସମୀକ୍ଷା :-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନାଧରାସ୍ଥିତ ସିଦ୍ଧ ମା ରାମଚଣ୍ଡୀ ପିଠ ପରିସର ମଧ୍ୟରେ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ୨୯ ତମ ବିଶ୍ଵଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞ ର ଆଜି ଅନ୍ତିମ ଦିବସରେ ପୂର୍ଣ୍ଣାହୁତି ଦିଆଯାଇଥିଲା ଏବଂ ଆଜି ଠାରୁ ଗୋ-କନେକଶ୍ଵର ମହାଦେବ ମନ୍ଦିର ଠାରେ ମକର ମେଳା ଆରମ୍ଭ ହୋଇଛି।ଗତ ୧୧ ତାରିଖ ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।ସକାଳ ଘ ୧୦ ଘଟିକା ସମୟରେ ତଳବାଘଲୁଣ୍ଡା ଗ୍ରାମ ସ୍ଥିତ ଶିବମନ୍ଦିର ରେ ପୂଜାର୍ଚ୍ଚନା ପରେ ଖୋଳକିର୍ତ୍ତନ କରି ବାଜା ବଜାଇ ବାଣ ଫୁଟାଇ ଶହ ଶହ ସଂଖ୍ୟାରେ ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀ ନଦୀ କୁ
କଳସ ଆଣିବାକୁ ଯାଉଥିବା ଦେଖିବାକୁ ମିଳିଛି ।ହରିଵୋଲ ହୁଳହୁଳୀରେ ଆଖପାଖ ଅଞ୍ଚଳ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ବ୍ରାହ୍ମଣୀ ନଦୀରେ ପଣ୍ଡିତ ମାନଙ୍କ ଦ୍ଵାରା ପୂଜା ଅର୍ଚ୍ଚନା ପରେ ମହିଳା ମାନେ କଳସ ଆଣି ମନ୍ଦିର ପରିସର ଥିବା ଯଜ୍ଞ ସ୍ଥଳୀରେ ସ୍ଥାପନ କରିଥିଲେ।ଏହି କଳସ ଯାତ୍ରା ରେ ୩୦୦୦ ରୁ ଅଧିକ ମହିଳା ଯୋଗ ଦେଇଥିଲେ। ଗତ ୧୨ ତାରିଖ ରବିବାର ଦିନ ସୂର୍ଯ୍ୟପୂଜା,ଗୋ-ପୂଜା, ବାସ୍ତୁ ପୂଜା, ଆଦିତ୍ୟ ହୃଦୟ ଚଣ୍ଡିପାଠ ସହିତ ଶ୍ରୀ ଶ୍ରୀ ଗୋ-କନେକଶ୍ଵର ମହାଦେବଙ୍କ ରୁଦ୍ରାଭିଷେକ,ଷୋଡଶୋପଚାର ପୂଜା ଓ
ଯଜ୍ଞାନୁଷ୍ଠାନ ଆରମ୍ଭ ।୧୩ ତାରିଖ ସୋମବାର ଦିନ ସୂର୍ଯ୍ୟପୂଜା,ଶନିଶ୍ଚର ମହାଦେବ ଙ୍କ ତୈଳାଭିଷେକ,ବଙ୍ଗଳାମୂଖି, ସିଦ୍ଧ ବିନାୟକ, ଷୋଡଶୋପଚାର ପୂଜା ଓ ଯଜ୍ଞାନୁଷ୍ଠାନ।
୧୪ ତାରିଖ ମଙ୍ଗଳବାର ମକର ସଂକ୍ରମଣ ଉତ୍ସବ ଓ ଅପରାହ୍ନ ରେ ମହାଯଜ୍ଞ ର ପୂର୍ଣ୍ଣାହୁତି ଦିଆଯାଇଥିବା ଜଣାପଡିଛି।
ଆଜି ଠାରୁ ୪ ଦିନ ଧରି ଗୋ କନେକେଶ୍ଵର ମହାଦେବ ମନ୍ଦିର ପରିସରରେ ମକର ମେଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରୁଥିବା ଜଣାପଡିଛି।ଏହି ମେଳାରେ ସ୍ବେଛାସେବୀ ମାନେ ସହଯୋଗ କରୁଥିବା ଜଣାପଡିଛି। ଏହି ଦୁଇଟି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳ ର ଅନେକ ଭକ୍ତ ଯୋଗ ଦେଇ ପ୍ରଭୂକୃପା ଲାଭ କରିବା ସହିତ ପ୍ରସାଦ ସେବନ କରିଥିଲେ।

Leave a Reply

Your email address will not be published. Required fields are marked *