Spread the love

ଟ୍ରେନ ଧକ୍କାରେ ଟ୍ରେନକର୍ମଚାରୀ ମୃତ
=(କ୍ଷତିପୂରଣ ଓ ନିଯୁକ୍ତି ଦାବି)=


ଖଜୁରିଆକଟା (୧୦,୪,୨୫ )-(ଦର୍ଶନ ସମୀକ୍ଷା କଟକ) ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳ ହିନ୍ଦୋଳରୋଡ଼ ରେଲୱେ ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣାରେ ଜଣେ କର୍ମଚାରୀ ମୃତ୍ୟୁବରଣ କରିଥିବା ଜଣା ପଡିଛି। ଖବରରୁ ଜଣାପଡିଛି ଯେ ଆଜି ସକାଳ ଘ ୬,୩୦ ମି ସମୟରେ ହିନ୍ଦୋଳ ରୋଡ ରେଳଷ୍ଟେସନ ନିକଟରେ କାର୍ଯ୍ୟ ରତ ରେଳ କର୍ମଚାରୀ ଅମରେନ୍ଦ୍ର ପରିଡ଼ା (୫୩) ଟ୍ରେନ୍ ଧକ୍କାରେ ମୃତ ବରଣ କରିଥିଵା ଜଣାପଡିଛି।ଅମରେଦ୍ର ସକାଳ ଘ ୬,୩୦ ସମୟରେ ହିନ୍ଦୋଳ ରୋଡ ରେଳ ଷ୍ଟେସନ ନିକଟରେ ଟ୍ରେନ ଲାଇନରେ ରେଳଧାରଣା ତନଖି କରି ଯାଉଥିବା ବେଳେ ତାଳଚେର ରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନରେ ଧକ୍କାରେ ତଳେ ପଡି ଯାଇଥିଲେ। ଘଟଣାସ୍ଥଳରେ ଅମରେନ୍ଦ୍ର ପରିଡ଼ା ଙ୍କର ପ୍ରାଣବାୟୁ ଉଡିଯାଉଥିବା ଜଣାପଡିଛି। ଖବର ପାଇ ରେଳବାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଦେଇ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି।ତେବେ ଅମରେନ୍ଦ୍ରଙ୍କ ଅକାଳ ବିୟୋଗରେ ପରିବାରବର୍ଗଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ମୃତକ ପରିବାରକୁ ସରକାରୀ ସହାୟତା ଓ ପରିବାରରୁ ଜଣକୁ ନିଯୁକ୍ତି ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *