Spread the love

କରୁଅଛି ଯିଏ ରାତିଦିନ ବସି
ଅଦୃଶ୍ଯ ଭାବରେ ରହି ,
ସବୁ ଦେଖୁଅଛି ଖାତାରେ ଲେଖୁଛି
ଉଚିତ ବିଚାର ପାଇଁ ।

ଯେତେ ପର୍ଯ୍ୟନ୍ତ ଆମେ ନିଜର ସମସ୍ୟା ଓ ଦୁଃଖର କାରଣ ଦୋଷ ଅନ୍ୟକୁ ଦେଇଥିବା ତେବେ ଆମ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବ ନାହିଁ ।

ସତ୍ୟ…..
ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ…।

Believe…..
ବାରମ୍ବାର ଚେଷ୍ଟା କରି ବିଫଳ ହୋଇ ମଧ୍ୟ ଜିତିବାର ଆଶା…।

               
  
    

ଯଦି ଜାଣିପାରୁଛନ୍ତି ଲୋକଟି Depression ରେ ଅଛି ତାକୁ କିଛି ଜ୍ଞାନ ବା Advice ଦେବା ନାହିଁ ସେ କ’ଣ କହିବାକୁ ଚାହାଁନ୍ତି ପ୍ରଥମେ ଶୁଣିବା ଏଇ ସମୟରେ ଲୋକଟି Advice ଶୁଣିବାକୁ ଚାହେଁନି କେବଳ ଚାହେଁ ତା ଅନ୍ତର ଭିତର କଥାଗୁଡା କେହି ମନ ଦେଇ ଶୁଣୁ।

ନିଜ ଡେଣା ଉପରେ ବିଶ୍ବାସ କରି ଆକାଶରେ ଉଚ୍ଚରୁ ଉଚ୍ଚରେ ଉଡୁଥ‌ିବା ପକ୍ଷୀକୁ ତଳେ ପଡି ଯିବାର ଭୟ ନ ଥିବା ଭଳି ନିଜ କର୍ମ ଉପରେ ବିଶ୍ବାସ ରଖି ଲକ୍ଷ୍ୟ ପଥରେ ଥ‌ିବା କର୍ମକୁଶଳ ବ୍ୟକ୍ତି ଜୟପରାଜୟର ଉର୍ଦ୍ଧରେ ଥାଏ।

ଯଦି ଆପଣ ଶିଖିବାକୁ ନଚାହାନ୍ତି, ତେବେ ଆପଣଙ୍କୁ କେହି ସହାୟତା ଦେବା ସମ୍ଭବ ନୁହେଁ। କିନ୍ତୁ ଯଦି ଆପଣ ଶିକ୍ଷାଲାଭ କରିବା ନିମନ୍ତେ ଦୃଢ଼ପ୍ରତିଜ୍ଞ, ତେବେ କେହି ଆପଣଙ୍କୁ ସେଥିରୁ ରୋକିପାରିବେ ନାହିଁ। ଆସନ୍ତୁ; ଆଜିଠାରୁ ଆମେ ସଙ୍କଳ୍ପବଦ୍ଧ ହୋଇ ଶିକ୍ଷା କରିବା।

ଜାଣି ନଥିଲେ ପଚାରନ୍ତୁ। କାହାରି କାର୍ଯ୍ୟଧାରା ଉପରେ ରାଜି ନହେଲେ ବିଚାର ବିନିମୟ କରନ୍ତୁ। ଯଦି ସହମତିର ଅଭାବ ହୁଏ, ବିନମ୍ରତା ସହ ବକ୍ତବ୍ୟ ଉପସ୍ଥାପନ କରନ୍ତୁ। କିନ୍ତୁ ନୀରବ ଭାବରେ ନିର୍ଣ୍ଣୟ ନିଜେ ଆରମ୍ଭ କରିବା ଅନୁଚିତ।

       


ଜୀବନରେ ସବୁବେଳେ ଛୋଟ ଛୋଟ ଭୁଲ କରିବାଠାରୁ ଦୂରେଇ ରହିବା ଉଚିତ, କାହିଁକି ନା ମନୁଷ୍ୟ ପାହାଡ଼ଠାରୁ ନୁହେଁ, ବରଂ ପଥରଠାରୁ ହିଁ ଝୁଣ୍ଟିଥାଏ।
ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଓ ମଙ୍ଗଳମୟ ହେଉ ସୁଖ ଶାନ୍ତିରେ ଦିନଟି ଅତିବାହିତ କରନ୍ତୁ l
ଜୟ ଜଗନ୍ନାଥ

Related Post

Leave a Reply

Your email address will not be published. Required fields are marked *

You Missed