Spread the love

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଛତିଶଗଡ଼ ସରେଇପାଲି ଥାନାରେ ଅଟକ ଥିଲେ PRI ସଦସ୍ୟ । କିର୍ମିରା PRI ସଦସ୍ୟ ଅଟକ ପ୍ରସଙ୍ଗରେ ଚିଠି ଲେଖିଥିଲେ ନବୀନ । ସଦସ୍ୟ ଉପସ୍ଥିତ ନରହିବାରୁ ସ୍ଥଗିତ ରହିଲା ଅନାସ୍ଥା ଭୋଟ । ଅନାସ୍ଥାରେ ହାରିଯିବା ଭୟରେ ବିଜେପି ଏଭଳି ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି  । ନବ ଦାସଙ୍କ ପୁଅ ବିଶାଲଙ୍କୁ ଛତିଶଗଡରେ ଅଟକ ରଖାଯାଇଥିଲା ।  ଭୋଟରେ ସାମିଲ ନହୋଇପାରିବା ଲାଗି ଚକ୍ରାନ୍ତ ହୋଇଥିଲା ବୋଲି ଅଭିଯୋଗ ହେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହସ୍ତକ୍ଷପ ପରେ ସେମାନଂକୁ ଛାଡିଦେଇଥିଲା ପୋଲିସ.ବିଶାଲ ଦାସଙ୍କ ନାଁରେ ଛତିଶଗଡ ମହାସମୁନ୍ଦ ଜିଲ୍ଲାର ସରାଇପାଲି ଥାନାରେ ଏତଲା । ଏନେଇ ପ୍ରତିକ୍ରିୟା ରଖିଲେ ଉତ୍ତରାଂଚଳ ଆଇଜି ହିମାଂଶୁ ଲାଲ୍ ।

ବିଶାଲ ଦାସଙ୍କ ଘଟଣାରେ ଓଡିଶା ପୋଲିସଙ୍କ କୌଣସି ଭୂମିକା ନାହିଁ । ସରାଇପାଲିରେ ଝଗଡା କରିବା ପରେ ସେଠାକାର ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଘଟଣାରେ ଓଡିଶା ପୋଲିସର କୌଣସି ଭୂମିକା ନାହିଁ । ଝାରସୁଗୁଡା ପୋଲିସର ମଧ୍ୟ କୌଣସି ଭୂମିକା ନାହିଁ ଆଇଜି କହିଛନ୍ତି । କେବଳ ଜଣେ ବ୍ୟକ୍ତିଙ୍କ ନିଖୋଜକୁ ନେଇ କେବଳ ଵିଶାଲଙ୍କ ହୋଟେଲରେ ସର୍ଚ୍ଚ କରାଯାଇଥିଲା ବୋଲି ହିମାଂଶୁ ଲାଲ କହିଛନ୍ତି । ସେପଟେ ବିଶାଲ ଦାସଙ୍କୁ ଛାଡ଼ିଛି ଛତିଶଗଡ଼ ପୁଲିସ । ବିଶାଲଙ୍କ ସହ ମୋଟ ୧୪ଜଣଙ୍କୁ ଛାଡ଼ିଛି ପୁଲିସ ।

Related Post

Leave a Reply

Your email address will not be published. Required fields are marked *

You Missed