ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୋପବନ୍ଧୁ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନା ମିଳିତ ଭାବେ ଏମଓୟୁ ସ୍ୱାକ୍ଷର ହେବ । ଏହା ସହ ସାଢେ ୩ କୋଟି ଲୋକଙ୍କୁ ସ୍ଵତନ୍ତ୍ର କାର୍ଡ ଦିଆଯିବ ।
କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୨୭ ହଜାର ହସ୍ପିଟାଲରେ ଏହାର ସୁଯୋଗ ପାଇବେ ଲୋକେ । ସେହିପରି ସରକାରୀ ହସ୍ପିଟାଲରେ ରେଡାୟୋଗ୍ରାଫର୍ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୫୦ ଜଣ ରେଡିୟୋଗ୍ରଫରଙ୍କୁ ଦିଆଯିବ ନିଯୁକ୍ତି ପତ୍ର । ରେଡ଼ିଓଗ୍ରାଫି ଦ୍ଵାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ।
ଆଗାମୀ ଦିନରେ ଅଧିକ ପୋଷ୍ଟ ବାହାର କରିବାକୁ ଲକ୍ଷ ରଖିଛି ବିଭାଗ । ସର୍ଭିକାଲ କ୍ୟାନସର ସଚେନତନତା ଆଗାମୀ ଦିନରେ ବଡ଼ କାର୍ଯ୍ୟକ୍ରମ କରିବ ସ୍ୱାସ୍ଥ୍ୟ ବିଭାଗ । ସ୍କୁଲ କଲେଜରେ କ୍ୟାମ୍ପ ସହ ଟୀକାକରଣ ବ୍ୟବସ୍ଥା ହେବ । ସର୍ଭିକଲ କ୍ୟାନ୍ସର କେମିତି କିଶୋରୀମାନଙ୍କ କ୍ଷେତ୍ରରେ ରୋକାଯାଇ ପାରିବ ତାକୁ ନେଇ ବ୍ୟାପକ ଟିକାକରଣ ହେବ । ଏହା ସହ ସମ୍ପୂର୍ଣ୍ଣ ଦେୟ ମୁକ୍ତ କ୍ୟାମ୍ପ ଓ ଟୀକାକରଣ କରାଯିବ । ସ୍କୁଲ ଓ କଲେଜ ଗୁଡିକରେ ଟୀକାକରଣ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।