ବାତ୍ୟା ‘ଦାନା’କୁ ନେଇ ଆସିଛି ଆଉ ଏକ ବଡ ଖବର । କେନ୍ଦ୍ରାପଡା ତାଳଚୁଆରେ ଲ୍ୟାଣ୍ଡ କରିପାରେ ବୋଲି ଆକଳନ କରାଯାଉଛି । ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଭିତରକନିକା- ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବାକୁ ନେଇ ପୂୁର୍ବରୁ ମଧ୍ୟ ଆକଳନ କରିସାରିଛି ପାଣିପାଗ ବିଭାଗ । ସମୁଦ୍ର ଉପକୂଳ ଯୋଗୁଁ ଏଠାରେ ଲ୍ୟାଣ୍ଡଫଲ କରିବା ନେଇ ଅଧିକ ସମ୍ଭାବନା ରହଇଥିବା ବିଭାଗୀ ପକ୍ଷରୁ କୁହାଯାଇଛି ।
ବାତ୍ୟା ‘ଦାନା’ ଭିତରକନିକାରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଯଦି ବାତ୍ୟା ଭିତରକନିକା ହେନ୍ତାଳ ବଣରେ ଲ୍ୟାଣ୍ଡଫଲ୍ କଲେ, ତାହାହେଲେ କ’ଣ ହେବ? କୁମ୍ଭୀରମାନେ କଣ ଉଚ୍ଚ ଜୁଆରରେ ଗାଁକୁ ପଳାଇ ଆସିବେ? ଏପରି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ଏହାର ଉତ୍ତର ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ଗୁରୁତ୍ୱପୂର୍ଣ୍ଣ କଥା।
ବାତ୍ୟାକୁ ନେଇ ପିସିସିଏଫ୍ କହିଛନ୍ତି, ଭିତରକନିକାରେ ପ୍ରାୟ ୨୦୦ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି। ହେନ୍ତାଳ ବଣ ହେଉଛି ବାତ୍ୟା ବା ଜୁଆର ପାଇଁ କବଜ। ସମ୍ଭାବ୍ୟ ବାତ୍ୟା ସେଠାରେ ଲ୍ୟାଣ୍ଡଫଲ କଲେ ରାଜନଗର, ରାଜକନିଆକା ଆଦି ଅଞ୍ଚଳରେ ବେଶୀ କ୍ଷତିଗ୍ରସ୍ତ ହେବନାହିଁ। ଉଚ୍ଚ ଜୁଆରକୁ ହେନ୍ତାଳ ବଣ ଅଟକାଇବାରେ ସକ୍ଷମ ହେବ। ହେନ୍ତାଳ ବଣରେ ଥିବା ଭିତକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର, ହରିଣ ଓ ପକ୍ଷୀଙ୍କ ସମାଗମ ରହିଛି। ସେମାନଙ୍କ ସୁରକ୍ଷା ପାଇଁ ଡିଏଫ୍ଓ ଦୁଇଟି ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରିଛନ୍ତି। ଜିଲ୍ଲା ପ୍ରଶାସନ ସହାୟତାରେ ଆଉ ୫ଟି ଟିମ୍ ରାସ୍ତାଘାଟ ସଫା କରିବା ପାଇଁ ଗଠନ କରାଯାଇଛି ବୋଲି ପିସିସିଏଫ୍ କହିଛନ୍ତି।
ପିସିସିଏଫ୍ ଆହୁରି କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ କଲେ ଯଦି ଉଚ୍ଚ ଜୁଆର ଆସେ, ତାହାହେଲେ କିଛି କୁମ୍ଭୀର ଗାଁ ଗୁଡ଼ିକୁ ଯାଇପାରନ୍ତି। ଠିକ୍ ସେତିକି ବେଳେ ରାପିଡ୍ ରେସ୍ପନ୍ସ ଟିମ୍ ସେମାନଙ୍କୁ(କୁମ୍ଭୀର) ଉଦ୍ଧାର କରି ଭିତରକନିକାରେ ଛାଡ଼ିବେ। ତେବେ ବାତ୍ୟା ବେଳେ ହରିଣ ବା ପକ୍ଷୀଙ୍କର କିଛି କ୍ଷତି ହେବନାହିଁ। ହରିଣମାନେ ଉଚ୍ଚା ସ୍ଥାନକୁ ପଳାଇଯିବେ। ଆଉ ପକ୍ଷୀମାନେ ବାତ୍ୟା ପୂର୍ବରୁ ଉଡି ପଳାଇବେ। ଯଦି କୌଣସି ଚଢ଼େଇ ବସା ବାନ୍ଧି ଛୁଅ ଦେଇଥିବ, ସେମାନଙ୍କ ପ୍ରତି ବିପଦ ରହିଛି। କିନ୍ତୁ ସେଥିପ୍ରତି ବନ ବିଭାଗ ସଜାଗ ରହିଛି। ଯଦି କୌଣସି ପ୍ରାଣୀ ବା ପକ୍ଷ ଆହତ ହୁଅନ୍ତି ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ପିସିସିଏଫ୍ କହିଛନ୍ତି।
ସେ ଆହୁରି କହିଛନ୍ତି, କୁମ୍ଭୀରମାନେ ସାଧାରଣତଃ ତ୍ରିକୋଣ ଭୂମି(ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ)ରେ ରୁହନ୍ତି। ସେହି ତ୍ରିକୋଣ ଭୂମିଟି ହେନ୍ତାଳ ବଣ ଦ୍ୱାରା ଆଚ୍ଛାଦିତ ହୋଇଛି। ତେଣୁ ଜୁଆରକୁ ହେନ୍ତାଳ ବଣ ଅଟକାଇବାରେ ସଫଳ ହେବ। ତା’ପରେ ଯଦି କୁମ୍ଭୀରମାନେ ପଳାଇ ଆସନ୍ତି, ତାହାହେଲେ ସେମାନେ ଗାଁ ପୋଖରୀ ବା ନାଳରେ ରହିପାରନ୍ତି। ସେହି କୁମ୍ଭୀରମାନଙ୍କୁ ଧରିବା ପାଇଁ ରାପିଡ୍ ରେସ୍ପନ୍ସ ଟିମ୍ ରେଡ୍ଡି ହୋଇ ରହିବ। ବାତ୍ୟା ଛାଡ଼ିବା ପରେ ଗାଁ ଲୋକେ ପୋଖରୀ ବା ନାଳକୁ ବ୍ୟବହାର କରନ୍ତୁ ନାହିଁ। କିଛି ଦିନ ଅପେକ୍ଷା କରନ୍ତୁ। କୁମ୍ଭୀର ଆସିନଥିବା ବୋଲି କନ୍ଫର୍ମ ହେଲା ପରେ ପୋଖରୀକୁ ଯାଆନ୍ତୁ ବୋଲି ପିସିସିଏଫ୍ କହିଛନ୍ତି।
ବାତ୍ୟା ମୁକାବିଲା: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା
‘ବାତ୍ୟା ଭିତରକନିକା ପାର୍ଶ୍ୱ ଦେଇ ସାମାନ୍ୟ ରିକର୍ଭ କରିପାରେ’
‘ଯେଉଁ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍ ହୋଇନି ଏପରି ଆକଳନ ଆସିବ’
‘ପରବର୍ତ୍ତୀ ୪୮ ଘଣ୍ଟା ଆମକୁ କଷ୍ଟ କରିବାକୁ ପଡ଼ିବ’
‘ରିଲିଫ ସେଣ୍ଟରକୁ ଯାଇ ଜୀବନ ସୁରକ୍ଷିତ କରନ୍ତୁ’
୩ଜିଲ୍ଲାରେବେଶୀପବନ
-୩ ଜିଲ୍ଲାରେ ବେଶୀ ପବନ ହେବ କହିଲେ IMD ଡିଜି
-କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବରରେ ବେଶୀ ପବନ ହେବ
-ଉକ୍ତ ୩ ଜିଲ୍ଲାରେ ୧୦୦ରୁ ୧୨୦ କିମି ପବନ ବହିପାରେ
-ଏବେ ପାରାଦୀପଠାରୁ ୨ଶହ କିମି ଦୂରରେ ଅଛି ବାତ୍ୟା
-ସେଠାରେ ଏବେ ପବନ ବେଗ ୯୫ରୁ ୧୦୫ କିମି ରହିଛି
-କ୍ରମେ ବଢ଼ିବ, ଆଜି ରାତିରୁ କାଲି ସକାଳ ଯାଏଁ ବେଶୀ ପବନ
-ଖୋର୍ଦ୍ଧା, ପୁରୀ, ମୟୂରଭଂଜରେ ୬୦ରୁ ୮୦ କିମି ପବନ ବହିବ
ସୃଷ୍ଟିହେବନିବାତ୍ୟାରଆଖି
ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି🫣
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା
‘ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ’
ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ହୋଇନି🥹
ପୂର୍ବାନୁମାନ ଅନୁସାରେ ବାତ୍ୟାର ତୀବ୍ରତା ରହିବ, ଆଉ ବଢ଼ିବନି
୩ଲକ୍ଷଲୋକ_ସ୍ଥାନାନ୍ତର: ମୁଖ୍ୟମନ୍ତ୍ରୀ
-ବାତ୍ୟା ମୁକାବିଲା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା
-୧୧ ଜିଲ୍ଲାର ୩୮ ବ୍ଲକ, ୯ ପୌରାଞ୍ଚଳ ପ୍ରଭାବିତ ହୋଇପାରେ
-ମୋଟ ୧୬୫୩ ଗାଁ ବାତ୍ୟା ଦ୍ବାରା ପ୍ରଭାବିତ ହେବା ଆକଳନ
-୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବେ
-ଏଯାବତ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି