ତା=୭/୧/୨୦୨୫ ଦର୍ଶନ ସମକ୍ଷା ଭଦ୍ରକ ରୁ ଅବଦୁଲ ଫିରୋଜ ଖାଁ ରିପୋର୍ଟ
ଗ୍ରାମ୍ୟ ରାସ୍ତା ମରାମତି କାର୍ଯ୍ୟକୁ ନେଇ ବିଜେଡି ସରପଞ୍ଚଙ୍କର ନାଲିଆଖି
ଭଦ୍ରକ ବ୍ଲକ ଅଧିନସ୍ତ ଖଣ୍ଡତଡା ପଞ୍ଚାୟତର ଦୀର୍ଘ ଦିନ ଧରି ଖରାପ ହୋଇ ପଡ଼ିଥିବା ଗ୍ରାମ୍ୟ ରାସ୍ତାର ମରାମତି ପାଇଁ ଗ୍ରାମବାସୀବୃନ୍ଦ ସରକାରଙ୍କ ମଞ୍ଜୁରୀ ଦାନା ବାତ୍ୟା ଅର୍ଥରେ ରାସ୍ତା କାର୍ଯ୍ୟ ଆରମ୍ଭ କଲାବେଳେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି କିଛି ମୁଷ୍ଟିମେୟ ମଦ୍ୟପ ଯୁବକଙ୍କୁ ନେଇ କାମ ବନ୍ଦ କରିବା ସହ ଗଣ୍ଡଗୋଳ ସୃଷ୍ଟି କରିଥିଲେ,
ଏ ବାବଦରେ ସ୍ଥାନୀୟ ଗ୍ରାମବାସୀ ନିରୁପାୟ ହୋଇ ଉଚ୍ଚ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା, ସେଥିପାଇଁ ସେମାନଙ୍କର ଭାଙ୍ଗି ଯାଇଥିବା ରାସ୍ତାର ତୁରନ୍ତ ମରାମତି କରାଯାଉ ବୋଲି ଜିଲ୍ଲା ପ୍ରଶାସନଙ୍କୁ ଗଣ ମାଧ୍ୟମ ଜରିଆରେ ଉଚ୍ଚ ପଦାଧିକାରୀ ମାନଙ୍କୁ ନିବେଦନ କରିଛନ୍ତି, ଆଗାମୀ ଦିନରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କଲେ, ଖଣ୍ଡତଡା ପଞ୍ଚାୟତର ଗ୍ରାମବାସୀମାନେ ଏକଜୁଟ ହୋଇ ସରପଞ୍ଚଙ୍କ ପ୍ରତିନିଧିଙ୍କ ବିରୋଧରେ ରାଜ ରାସ୍ତାକୁ ଉହ୍ଲାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇ ଛନ୍ତି l
କିଛିଦିନ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ନେଇ ସାଂଘାତିକ ବୟାନ ଦେଇଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ଏହାପରେ ତାଙ୍କ ସ୍ବାମୀ ଦେବୁଲି ଦାସ ମଧ୍ୟ ମୁହଁ ଖୋଲିଥିଲେ। ସେ କହିଥିଲେ, ନବୀନଙ୍କୁ ହାରିବାକୁ କଣ୍ଟାବାଞ୍ଜି ପଠାଯାଇଥିଲା। ଏସବୁ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ଲାନ ଥିଲା। ଏହି ବୟାନ ପରେ ଓଡ଼ିଶା ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଥିଲା।
ଗ୍ରାମ ରେ କାମ ନେଇ ମୁହଁ ଖୋଲିଛନ୍ତି କିଛି ଲୋକ । ସେ କହିଛନ୍ତି, ମୋର ଆମ ଗାଁ ରେ କୌଣସି ବିକାଶ କାମ ହାଉ ନାହିଁ l ପଞ୍ଚାୟତ ନିର୍ବାଚନ ପାଖେଇ ଆସିଲାଣି ଗ୍ରାମ ବାସି ଉଚ୍ଚିତ ଜବାବ ଦେବେ l ବିଜେଡି ସରକାର ଥିବା ସମୟ ରେ ବହୁତ ଦୁର୍ନୀତି ହେଇଛି କିଛି ନ୍ୟସ୍ତ ସ୍ବାର୍ଥ ଥିବା ବ୍ୟକ୍ତିଙ୍କ ଦାରା ସାମାଜିକ ଗଣମାଧ୍ୟମ କାହିଁ ଛନ୍ତି ଗାଁ ବାସି ଜିଲ୍ଲାପାଳ ଅଫିସ କୁ ଯିବୁ l ଆମକୁ କୌଣସି କାମ କରାଇ ଦେଉ ନାହାନ୍ତି ସରପଞ୍ଚ ପ୍ରତିନିଧି l କାମ ରେ ନିର୍ମାଣ ହଉଛି ବର୍ଷ ପରେ କାମ ଫାଟି ଯାଉଛି ଗାଁ ଲୋକ ବିରୋଧ କରି ବାକୁ କିଛି ମୁଷ୍ଟିମେୟ ଲୋକ ଆମ କୁ ଆକ୍ରମଣ କରୁଛିନ୍ତି l କାମ ନିଜେ କାମ କରୁଛନ୍ତି ସରପଞ୍ଚ ପ୍ରତିନିଧି କାମ କରାଯାଉ ଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି ଗାଁ ଲୋକ l
ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ। ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଖଣ୍ଟତଡା ବାସୀ ଏବେ ଠିକ ବୁଝିଲେଣି। ଏପରି ଦୁର୍ନୀତି ଖୋର ନେତା ନିଜର ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।