Spread the love

ଗ୍ରାଣ୍ଡ ମାଷ୍ଟର ଦେବାଶିଷଙ୍କୁ ନଗରୀ ଗ୍ରାମରେ ସମ୍ବର୍ନ୍ଧନା

ଫୁଲନଖରା, ୨୧/୧(ଦର୍ଶନ ସମୀକ୍ଷା ) କଟକ ସଦର ଥାନା ଅନ୍ତର୍ଗତ ନଗରୀ ଗ୍ରାମରେ ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ଚେସ ଖେଳାଳୀ ଗ୍ରାଣ୍ଡ ମାଷ୍ଟର ଦେବାଶିଷ ଦାସଙ୍କୁ କଟକ ସଦର ଥାନା ଅନ୍ତର୍ଗତ ନଗରୀ ଗ୍ରାମରେ ଭବ୍ୟ ସମ୍ବର୍ନ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବରିଷ୍ଠ ମୁରବି ତଥା ଲେଖକ ବାଳକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ କ୍ଷୀରୋଦ ପଟ୍ଟନାୟକ, ଲକ୍ଷ୍ମୀଧର ପାତ୍ର, ଚନ୍ଦ୍ରମଣି ପ୍ରଧାନ, ପ୍ରଦ୍ୟୁମ୍ନକୁମାର ପତି, ଆଇନଜୀବୀ ଉମାକାନ୍ତ ନନ୍ଦ, ସାମ୍ବାଦିକ ଲଳିତକୁମାର ଦାଶ, ନୀଳିମା ବେହେରା, ଡାକ୍ତର ଭିଜାରୀଚରଣ ସାହୁ, ନନ୍ଦିତା ପରିଦ୍ରା ଓ ସୁରେନ୍ଦ୍ରନାଥ ଛୋଟରାୟ ପ୍ରମୁଖ ଯୋଗଦେଇ ଦେବାଶିଷଙ୍କୁ ପ୍ରଶଂସା ପତ୍ର, ଉତ୍ତରୀୟ ଓ ସ୍ମରଣିକା ଦେଇ ସମ୍ମାନିତ କରିଥିଲେ । ପ୍ରଦୀପ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Post

Leave a Reply

Your email address will not be published. Required fields are marked *