ଗଣମଧ୍ୟମ ଚାପରେ ମୁଣ୍ଡ ନୁଆଇଁଲେ
=(ବନ୍ଦ ହେଲା ଟୋଲ ଗେଟ ଏବଂ ମାତ୍ରାଧିକ ଫି ଆଦାୟ)=
ହିନ୍ଦୋଳ – ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ସ୍ଥିତ ସାପୁଆ ଡ୍ୟାମରେ ପର୍ଯ୍ୟଟକ ଙ୍କ ଠାରୁ ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ, ଏନେଇ ଅଞ୍ଚଳରେ ଉତେଜନା ସହିତ ବାରମ୍ବାର ବିଭିନ୍ନ ଗଣମଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ହିନ୍ଦୋଳ ବ୍ଲକ ପ୍ରଶାସନ ସାପୁଆ ପର୍ଯ୍ୟଟନ ସ୍ଥଳୀରୁ ଗେଟ ଓ ଆଦାୟକାରି ଯୁବକ ମାନଙ୍କୁ ହଟାଇ ଦେଇଥିବା ଦେଖିବାକୁ ମିଳିଛି l ସାପୁଆ ପର୍ଯ୍ୟଟନ ସ୍ଥଳୀରେ ଭିତିଭୂମିର ଅଭାବ ଥିବା ବେଳେ ପର୍ଯ୍ୟଟକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା କରାଯାଇନଥିବା ଦେଖିବାକୁ ମିଳିଥିବା ବେଳେ ଏପରିକି ପାଇପଯୋଗେ ବିଶୁଦ୍ଧ ପାନୀୟ ଜଳ ଟୋପେ ପ୍ରଶାସନ ପକ୍ଷରୁ ସୁବିଧା କରାଯାଇ ନାହିଁ, ପ୍ରତେକ ଦିନ ହଜାର ହଜାର ପୁରୁଷ ଓ ମହିଳା ପର୍ଯ୍ୟଟକ ସାପୁଆ ଡ୍ୟାମ ଉପଭୋଗ କରିବା ପାଇଁ ଯାଉଥିବା ବେଳେ ପର୍ଯ୍ୟଟକ ମାନଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ତା ମଧ୍ୟ ନାହିଁ, ପ୍ରତେକ ଦିନ ହଜାର ହଜାର ପର୍ଯ୍ୟଟକ ଆସି ଭୋଜି କରୁଥିବା ବେଳେ ସେଠାରେ ବହୁମାତ୍ରାରେ ଆବର୍ଜନା ଓ ମଦ ବୋତଲ ପଡ଼ିରହିଛି lଏତେ ସଂଖ୍ୟକ ଗାଡି ଦୈନିକ ଯାଉଛି ହେଲେ ପ୍ରଶାସନ ପକ୍ଷରୁ ସେପରି ଗାଡି ରଖିବା ପlର୍କିଙ୍ଗ ସୁବିଧା ନାହିଁ, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମଧ୍ୟ ପୋଲିସ ର ଦେଖା ନାହିଁ ଳ
ପ୍ରଶାସନ କିପରି ତରବରିଆ ଭାବେ ନିକଟସ୍ଥ ନହଡା ଗ୍ରାମର ଯୁବକ ସଙ୍ଘଙ୍କୁ ପର୍ଯ୍ୟଟକଙ୍କ ଠାରୁ ସଙ୍ଘ ରସିଦ ଦେଇ ବେନିୟମ ଭାବେ ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ ଯାହାକି ବାଇକ ପାଇଁ ୨୦ଟଙ୍କା, କାର ପାଇଁ ୨୦୦ ଟଙ୍କା, ବସ ପାଇଁ ୫ ସହ ଟଙ୍କା ଖୋଲା ପିଣ୍ଡି ପାଇଁ ୧୫୦ଟଙ୍କା, ଛାତ ପିଣ୍ଡି ପାଇଁ ୨ ସହ ଟଙ୍କା ଓ ବିଦ୍ୟୁତ ସଂଯୋଗ ପିଣ୍ଡି ପାଇଁ ୫ ସହ ଟଙ୍କା ଲେଖାଏ ସ୍ଥାନୀୟ ଯୁବକ ମାନେ ଆଦାୟ କରୁଥିଲେ lଏଠାରେ ପ୍ରଶ୍ନ ଉଠେ ଦଶ ଦିନ ଭିତରେ ସମ୍ପୃକ୍ତ ଯୁବକମାନେ କେତେଟଙ୍କା ଆଦାୟ କଲେ ତାହା ମଧ୍ୟ ସଠିକ ଭାବେ ବିଭାଗୀୟ ଅଧିକାରୀ ମାନେ ଜାଣିନାହାନ୍ତି l
ବିନା ଟେଣ୍ଡରରେ କିପରି ଟଙ୍କା ନିଆ ଯାଉଥିଲା କାହା ଚାପର ବଶବର୍ତ୍ତୀ ହୋଇ ହିନ୍ଦୋଳ ବ୍ଲକ ପ୍ରଶାସନ ନହଡା ଗ୍ରାମର ଯୁବକ ସଙ୍ଘ ଙ୍କୁ ଏହାର ଦାଇତ୍ୱ ଦେଇଥିଲେ l ରାଜ୍ୟରେ ନୂତନ ଭାବେ ଆସିଥିବା ସରକାର ଏହାର ତଦନ୍ତ କରିବା ସହିତ ଜୋରଜବର କରାଯାଉଥିବା ଟଙ୍କା ଆଦାୟ କୁ ବନ୍ଦ କରିବା ପାଇଁ ଅଞ୍ଚଳ ବାସି ଙ୍କ ପକ୍ଷରୁ ଓ ଆସୁଥିବା ପର୍ଯ୍ୟଟକ ମାନଙ୍କ ଦ୍ୱାରା ଅଭିଯୋଗ ହୋଇଆସୁଥିଲା ଏ ସମ୍ପର୍କ ରେ ବାରମ୍ବାର ଗଣମଧ୍ୟମରେ ପ୍ରକାଶ ପାଇବା ପରେ ଗଣମଧ୍ୟମ ଚାପରେ ଚେପା ହୋଇ ପ୍ରଶାସନ ପକ୍ଷରୁ ଟଙ୍କା ଆଦାୟ କୁ ବନ୍ଦ କରାଯାଇଥିବା ଆଜି ଦେଖିବାକୁ ମିଳିଥିଲା, ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ଢେଙ୍କାନାଳ ଜିଲ୍ଲା ସତନ୍ତ୍ର ସ୍ଥାନ ଥିବା ସାପୁଆ ପର୍ଯ୍ୟଟନ ସ୍ଥଳରେ ହୋଇଥିବା ଅବ୍ୟବସ୍ଥା ସମ୍ପର୍କ ରେ ହିନ୍ଦୋଳ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ କଲ୍ୟାଣ ସୌରଭ ଦାସ ଙ୍କୁ ଯୋଗାଯୋଗ କରିବରେ ସେ କୁହନ୍ତି ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଯୁବକମାନଙ୍କୁ ଟଙ୍କା ଆଦାୟ କରିବା ପାଇଁ ବାରଣ କରାଯାଇଛି ଳ
ତେବେ ସାପୁଆ ପର୍ଯ୍ୟଟନ ସ୍ଥଳରେ ବିଭାଗ ପକ୍ଷରୁ ଉର୍ଣ୍ଣୟନ ପାଇଁ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଏବଂ ସମସ୍ତ କାର୍ଯ୍ୟ ସଠିକ ତଦାରଖ କରାଯାଇ ସଠିକ ଭାବରେ କରାଯିବା ସହ ପର୍ଯ୍ୟଟକ ମାନଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ସହ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ରାଜ୍ୟସରକାର ଓ ପର୍ଯ୍ୟଟନ ବିଭାଗ ନିକଟରେ ନିର୍ବାଚନମଣ୍ଡଳୀ ଜନସାଧାରଣ ଦାବି କରିଛନ୍ତି l