ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଦାବି: ଅନ୍ୟ ପଟେ ଛୁଆ ଆଳରେ ବନ୍ଧ୍ୟାକରଣ ନ କରିବା ପାଇଁ କୁହାଯାଉଛି…
ବ୍ରହ୍ମପୁର; ୨୫/୧; ହୋଉସିଂ ବୋର୍ଡ଼ ନିକଟସ୍ଥ ଲକ୍ଷଣ ନଗର ନିକଟସ୍ଥ ଗାୟତ୍ରୀ ମନ୍ଦିର ମୁଖ୍ୟ ରାସ୍ତାରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସେଥି ମଧ୍ୟରୁ କିଛି ପାଗଳା କୁକୁର ଗତ ଦୁଇଦିନ ମଧ୍ୟରେ ୨ଟି ଗାଈ, ୪ଟି ବୁଲା କୁକୁର, ୩ଜଣ ମହିଳାଙ୍କ ସମେତ ଜଣେ ଶିଶୁକୁ କାମୁଡ଼ି ଆହତ କରିଥିବା ଜଣାପଡିଛି। ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ମହାନଗର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ସଫଳ ମିଳିନାହିଁ । ଫଳରେ ଆଜି ପୁଣି ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଆଜି ସକାଳୁ ଜଣେ ମହିଳା ତାଙ୍କ ପୁଅଙ୍କୁ ନେଇ ସ୍କୁଟିରେ ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ କେତେକ ବୁଲା କୁକୁର ଗୋଡ଼ାଇ ଥିଲେ। ଫଳରେ ମହିଳା ସ୍କୁଟି ଚାଳକ ଭାରସାମ୍ୟ ହରାଇ ଏକ ଗାତରେ ପଡ଼ି ଯାଇଥିଲେ। ଫଳରେ ମହିଳା ଓ ତାଙ୍କ ପୁଅ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଥାଉ କି, ଗୋଟେ ପଟେ ବନ୍ଧ୍ୟାକରଣ ପାଇଁ ସରକାର ଜୋର୍ ଦେଉଥିବା ବେଳେ ଅନ୍ୟ ପଟେ କେତେକ ପଶୁପ୍ରେମୀ ନାମରେ ତାହାକୁ ବିଭ୍ରାଟ କରି କୁକୁରଙ୍କ ଛୁଆ ହଇରାଣ ତଥା ପଶୁଙ୍କ ପ୍ରତି ଅତ୍ଯାଚାର ବନ୍ଦ କରିବା ସହ ସେମାନଙ୍କୁ ବନ୍ଧ୍ୟାକରଣ ନ କରାଯାଉ ଓ ପ୍ରଚୁର ମାତ୍ରାରେ ଖାଇବାକୁ ଦିଆଯାଉ ବୋଲି ଦାବୀ କରୁଛନ୍ତି। ଏହାକୁ ଆଳ କରି ନଗର ନିଗମ କର୍ତ୍ତୃପକ୍ଷ କୈାଣସି ଦୃଢ ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଛି। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।