ମନୁଷ୍ୟର ଶୁଭ ଓ ଅଶୁଭ କର୍ମର ବିଭାଗ ପୃଥକ୍ ପୃଥକ୍, ସେ ଦୃଷ୍ଟିରୁ ଶୁଭ କର୍ମ ( ପୁଣ୍ୟ) ଓ ଅଶୁଭ କର୍ମ ( ପାପ) ଭିନ୍ନ ଭିନ୍ନ ଭାବେ ସଂଗୃହିତ ହୋଇ ଥାଏ, ସ୍ବାଭାବିକ ଭାବେ ଏ ଦୁଇଟି ମଧ୍ୟରୁ ଗୋଟିଏ ଅନ୍ୟଟି ଦ୍ଵାରା ନଷ୍ଟ ହୁଏ ନାହିଁ, ଅର୍ଥାତ୍ ପାପ ଦ୍ଵାରା ପୁଣ୍ୟ କଟେ ନାହିଁ କି ପୁଣ୍ୟ ଦ୍ବାରା ପାପ କଟେ ନାହିଁ, ଅବଶ୍ୟ ମନୁଷ୍ୟ ପାପ କାଟିବା ଉଦ୍ଦେଶ୍ୟରେ ଯଦି ( ପ୍ରାୟଶ୍ଚିତ ରୂପେ) ପୁଣ୍ୟ କର୍ମ କରେ, ତେବେ ତାହାର ପାପ ନଷ୍ଟ ହୋଇ ପାରେ।

ଜଗତର ବସ୍ତୁ ମାନଙ୍କୁ ସମସ୍ତେ ସମାନ ଭାବରେ ଗୁରୁତ୍ୱ ଦିଅନ୍ତି ନାହିଁ। ଗୋଟିଏ ମୋଟର ସାଇକେଲ। ଜଣେ ବିକି କି ଖୁସି ଏବଂ ତାକୁ ଆଉ ଜଣେ କିଣି କି ଖୁସି। ଏହା ପ୍ରମାଣ ଯେ ମୋଟର ସାଇକେଲରେ ସୁଖ ନାହିଁ। ଠିକ୍ ସେହିପରି ଏ ପୃଥିବୀର ପ୍ରତ୍ୟେକ ବସ୍ତୁ ତଥା ବିଦ୍ୟା। ସମସ୍ତଙ୍କର ଅନୁଭବ ଅଛି ଦେହ ଯଦି ଭଲ ନାହିଁ କିଛି ବି ଭଲ ଲାଗେ ନାହିଁ। ତେଣୁ ଜଗତର ପ୍ରତ୍ୟେକ ସୁଖ ସର୍ତମୂଳକ। ଏହି ପ୍ରକାରର ବିଚାର କରି ଯେଉଁ ବ୍ୟକ୍ତି ଜଗତକୁ ଗ୍ରହଣ କରିବାରେ ପାରଙ୍ଗମ ସେ ହିଁ ନିଜ ଜୀବନକୁ ଧନ୍ୟ କରନ୍ତି।

ନିଜ ଖୁସି ପାଇଁ କାହା ହୃଦୟକୁ କଷ୍ଟ ଦିଅନ୍ତୁ ନାହିଁ। ଥରୁଟିଏ ଭାବି ନେବ ତୁମର ବି ତ ଗୋଟେ ହୃଦୟ ଅଛି।
ଅନ୍ୟ ମାନଙ୍କୁ ଯନ୍ତ୍ରଣା ରୁ ମୁକ୍ତ କରିବାକୁ ଚେଷ୍ଟା କରନ୍ତୁ, ପରମାତ୍ମା ତୁମର ଯନ୍ତ୍ରଣା ଦୂର କରିଦେବେ।
କାହାକୁ କନ୍ଦେଇବା ଆଗରୁ ସବୁବେଳେ ମନେ ରଖ “ଆଖିର ଲୁହ ଅଭିଶାପ ଦିଏ”।
ଅତ୍ୟଧିକ କୌଣସି କିଛି ବି ଭଲ ନୁହେଁ,”ଅତି “ଶବ୍ଦଟା ହିଁ ଖରାପ।
ପାରୁଛ ଯଦି କାହାକୁ ସତ କହି ଧୋକା ଦିଅ,କିନ୍ତୁ ମିଛ କହି କାହାକୁ ଆଶା ଦିଅନା ବା ବିଶ୍ବାସ ଭାଙ୍ଗ ନା।