Spread the love

ଆଦିବାସୀ ଙ୍କ ସେବାରେ ସମର୍ପିତ ମିନାକ୍ଷୀ ଗ୍ରୁପ ।

ଆଦିବାସୀ ଅ଼ଞ୍ଚଳରେ ଆଶାର କିରଣ ମିନାକ୍ଷୀ ଗ୍ରୁପ।

କୋରାପୁଟ- (ଦର୍ଶନ ସମୀକ୍ଷା)ଆଜିର ବ୍ୟସ୍ତ ବହୂଳ ଦୁନିଆରେ ସ୍ଵାର୍ଥ କୁ ପଛରେ ପକାଇ ସାମାଜିକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବା ଦ୍ରୁଶ୍ୟ ଖୁବ୍ କମ୍ ଦେଖାଯାଇଥାଏ।କୋରାପୁଟ ଓ ମାଲକାନଗିରି ଜିଲ୍ଲାର ତେନ୍ତୁଲିଗୁମା, କିଆଙ୍ଗ ଓ କର୍ପନପାଲି ଆଦି ଗ୍ରାମରେ ବସବାସ କରୁଥିବା ଉପାନ୍ତବାସୀ ଙ୍କୁ ଆଲୋକମୁହାଁ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅହରହ ପ୍ରୟାସ ଜାରିରଖିଛି ହାଇଦ୍ରାବାଦର ମିନାକ୍ଷୀ ଗ୍ରୁପ।ଗ୍ରୁପ ର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବି.ଶ୍ରୀନିଭାସ ଙ୍କ କହିବା ପ୍ରକାରେ ୨୦୦୯ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆମନ୍ତ୍ରିତ ହୋଇ ନକ୍ସଲ ଅଧ୍ୟୁଷିତ ଦୁର୍ଗମ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ପ୍ରଚେଷ୍ଟା କରିଥିଲେ।

ପ୍ରକୃତି ର ଅନନ୍ୟ ଅବଦାନ ସବୁଜ ବନାନୀ ଘେରା ଅଞ୍ଚଳ ବୁଲି ଦେଖିଥିଲେ ତେବେ କିଛି ଦ୍ରୁଶ୍ୟ ତାଙ୍କୁ ଖୁସି ପ୍ରଦାନ କରିଥିଲେ ହେଁ ଅନେକ୍ କିଛି ତାଙ୍କୁ ଆନ୍ଦୋଳିତ କରୁଥିଲା ସେ ଲକ୍ଷ କରିଥିଲେ ସ୍ଥାନୀୟ ଗରିବ ଆଦିବାସୀ ଖୁବ୍ ସରଳ ସେମାନଙ୍କ ପାଖରେ ଖରାପ ଓ ଭଲର ଜ୍ଞାନ ନାହିଁ, ସେମାନେ ନିଜ ଜୀବନ ର ଭାର ନିଜେ ହିଁ ବହନ କରିଥାନ୍ତି ତାଙ୍କ କାମ କରିବା ପାଇଁ କେହି ସହାୟକ ନଥାନ୍ତି, ତାଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ,ଯୋଗାଯୋଗ ପାଇଁ ପକ୍କା ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟସେବା ମୌଳିକ ବ୍ୟବସ୍ଥା ପ୍ରତି କାହାର ନଜର ନାହିଁ। ସେମାନଙ୍କ ପାଇଁ ସଞ୍ଚୟ ର ସଚେତନତା ସହିତ ସମ୍ଭାବନା ନାହିଁ ସେମାନଙ୍କ ଉପାର୍ଜିତ ଦ୍ରବ୍ଯର ବଜାର୍ ନାହିଁ।

ଏମାନେ ଗରିବ କାରଣ ଏଠି କିଛି ଠିକ୍ ଚାଲି ନାହିଁ ଶେଷରେ ଶ୍ରୀଯୁକ୍ତ ବି.ଶ୍ରୀନିଭାସ ପ୍ରାୟ ୧୬ ଗୋଟି ଗ୍ରାମର ଅଧିବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହିତ ଯୁବକ ଯୁବତୀ ମାନଙ୍କୁ ନିଜ ହାଇଡ୍ରୋ ପ୍ରୋଜେକ୍ଟ ରେ ନିଯୁକ୍ତି ପ୍ରଦାନ କରିଅଛନ୍ତି।ଏଥି ନେଇ ଏକ ସ୍ବତନ୍ତ୍ର ଯୋଜନାରେ ମିନାକ୍ଷୀ ଗ୍ରୁପ ପକ୍ଷରୁ ସର୍ଭେ ଅନୁଯାୟୀ ବାସହୀନ ଙ୍କୁ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ, ଉଦ୍ୟୋଗୀ ବ୍ୟକ୍ତି ଙ୍କୁ ବ୍ୟବସାୟିକ ଜ୍ଞାନ ପ୍ରଦାନ ସହିତ ଆର୍ଥିକ ସହାୟତା ପ୍ରଦାନ, ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷକ ନିଯୁକ୍ତି, ମାଗଣା ପୁସ୍ତକ ଓ ସାମଗ୍ରୀ ପ୍ରଦାନ,ଦୁରାନ୍ତର ବିଦ୍ୟାର୍ଥୀ ଙ୍କ ପାଇଁ ସ୍କୁଲ ବସ୍ ର ବ୍ୟବସ୍ଥା,ଉଚ୍ଚ ଶିକ୍ଷା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଗ୍ରାମର ମହିଳା ସଶକ୍ତୀକରଣ ସହିତ ଦାଦନ ଶ୍ରମିକଙ୍କୁ ଆତ୍ମନିର୍ଭରଶୀଳ କରିବା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ସହିତ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ କର୍ମଚାରୀ ଓ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ତେନ୍ତୁଲିଗୁମା, କିଆଙ୍ଗ ଓ କର୍ପନପାଲି ଆଦି ଗ୍ରାମରେ ବସବାସ କରୁଥିବା ଉପାନ୍ତବାସୀ ଙ୍କୁ ଆଲୋକମୁହାଁ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅହରହ ପ୍ରୟାସ ଜାରିରଖିଛି ହାଇଦ୍ରାବାଦର ମିନାକ୍ଷୀ ଗ୍ରୁପସହିତ ସାମଗ୍ରୀ ଓ ଖେଳ ପୋଡ଼ିଆ ନିର୍ମାଣ, ଶିଶୁ ଙ୍କ ମନୋରଞ୍ଜନ ପାଇଁ ପାର୍କ ନିର୍ମାଣ, ସ୍ଵଚ୍ଛ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ,କମ୍ୟୁନିଟି ହଲ୍ , ମନ୍ଦିର ଆଦି ନିର୍ମାଣ,ବୃଦ୍ଧ ଙ୍କୁ ରନ୍ଧନ ଖାଦ୍ୟ ସହିତ ପେନସନ୍ ପ୍ରଦାନ କରି ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।

ଦୀର୍ଘ ବର୍ଷର ସମର୍ପିତ ସେବାରେ ମିନାକ୍ଷୀ ଗ୍ରୁପ ପକ୍ଷରୁ ଏବେ ସ୍ଥାନୀୟ ଯୁବକଯୁବତୀ ଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରି ବିଭିନ୍ନ ସରକାରୀ ଯୋଜନା ଗୁଡିକୁ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କ ପାଖରେ ପହଞ୍ଚାଇବା, ବାଲ୍ଯ ବିବାହ ରୋକିବା ସହିତ ସଚେତନତା ସୃଷ୍ଟି କରିବା,ବେକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ରୋଜଗାରକ୍ଷମ କରାଇବା,ନିଜ ନିଜ ଅଞ୍ଚଳରେ ମଦ୍ୟପାନ, ଧୂମ୍ରପାନ କମ୍ କରି କୁପରିଣାମ ସମ୍ପର୍କରେ ଆଲୋଚନା କରିବା, ଶିଶୁମାନଙ୍କ ଅଭିଭାବକ ଙ୍କୁ ଶିକ୍ଷା ଦିଗରେ ସଚେତନ କରି ଶିଶୁମାନଙ୍କୁ ପ୍ରତ୍ୟେକ ଦିନ ସ୍କୁଲ ଯିବା ପାଇଁ ଅଭ୍ୟସ୍ତ କରିବା ପାଇଁ ଧ୍ୟାନ ଦେବା ଭଳି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ମିନାକ୍ଷୀ ଗ୍ରୁପ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ପାଇଥିବାରୁ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଖୁସି କହିଲେ ନ ସରେ।ତେବେ………

Related Post

Leave a Reply

Your email address will not be published. Required fields are marked *

You Missed