Spread the love

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦[୧] – ୧୭୪୦, ଅନ୍ୟମତେ ୧୭୨୦[୧]) ସପ୍ତଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ ।[୨] ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ।[୩] ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଓଡ଼ିଶର ଗଞ୍ଜାମ ଜିଲ୍ଲାର ଘୁମୁସର ସ୍ଥିତ କୁଲାଡ଼ ଗ୍ରାମ ରେ ଏକ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ. ଯେହେତୁ ରାଜା ପରିବାର ରେ ଜନ୍ମିତ ହେଇ ମଧ୍ୟ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।

ଏହା ଆଗକାଳରେ ମନୋରଞ୍ଜନ ଏକ ମୁଖ୍ୟ ମାଧ୍ୟମ ଥିଲା । ଏଠିରେ ଏକ କାଠ ଯୋଡ଼ାକୁ ନିଜ ନିଜ ସହିତ ବଜାଇ[୨] ଏକ ନିଆରା ଶବ୍ଦ ତିଆରି କରାଯାଇଥାଏ, ପାଳିଆ ଓ ଗାହାଣ ଏହାକୁ ବ୍ୟବହାର କରି ଗୀତ ଓ ଅଭିନୟ ମାଧମରେ ଏକ ପୁରାଣ ବର୍ଣ୍ଣନାକୁ ପରିବେଷଣ କରିଥାନ୍ତି । ଗାୟକରତ୍ନ ବୈଦ୍ୟନାଥ ଶର୍ମ୍ମା ଦାସକାଠିଆର ଉଲ୍ଲେଖଯୋଗ୍ୟ କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ.
ଓଡ଼ିଶାରେ ପ୍ରଚଳିତ ଛାୟା ନାଟକ ହିଁ ରାବଣ ଛାୟା ଭାବରେ ପରିଚିତ । ରାମାୟଣର କଥାବସ୍ତୁ ଓ ନାଟକରେ ରାବଣ ମୁଖ୍ୟ ଭୂମିକା ନେଉଥିବାରୁ ଆଉମଧ୍ୟ ‘ଛାୟା’ ଶବ୍ଦଟି ଆମ ଚଳଣିରେ ଅଶୁଭଦାୟକ ହୋଇଥିବାରୁ ଏହି ଛାୟା ନାଟକର ନାମକୁ ‘ରାବଣ ଛାୟା’ ରଖାଯାଇଛି । ଓଡ଼ିଶାର ବିରଳ ଲୋକକଳା ପରମ୍ପରାରେ ଏହା ସ୍ୱତନ୍ତ୍ର ସ୍ଥାନ ନେଇଛି । ଆମ ଦେଶ ଭାରତରେ ମଧ୍ୟ ଛାୟା ନାଟକର ପରମ୍ପରା ଅତି ପ୍ରାଚୀନ । ମହାଭାରତ ସମୟରୁ ଏହାର ପ୍ରଚଳନର ପ୍ରମାଣ ମିଳେ । ଗବେଷକମାନେ ମତ ଦିଅନ୍ତି ଯେ, ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ କରିନେଉଥିବା ବେଳେ ସୀତା ରାବଣର ଛାୟାକୁ ସମୁଦ୍ରଜଳରେ ଦେଖି ତାଙ୍କର ଭବିଷ୍ୟତ କିଭଳି ଦୁଃଖମୟ ହେବାକୁ ଯାଉଛି ତାହାର ସୂଚନା ପାଇଥିଲେ । ରାବଣର ଛାୟା ଦେବୀ ସୀତାଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଏହି ଲୋକକଳାକୁ ‘ରାବଣ ଛାୟା’ ନାମରେ ନାମିତ କରାଯାଇଛି ।
ବୈଦେହୀଶ ବିଳାସ ଉପେନ୍ଦ୍ର ଭଞ୍ଜଙ୍କ ବିରଚିତ ଏକ ଛାନ୍ଦକାବ୍ୟ | ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ କାବ୍ୟ ମଧ୍ୟରେ ଏହା ଅନ୍ୟତମ | କାବ୍ୟଟି ରାମାୟଣ କଥାବସ୍ତୁ ଆଧାରିତ | ବାବନ ଗୋଟି ଛାନ୍ଦ ବିଶିଷ୍ଟ ଏହି କାବ୍ୟର ପ୍ରତ୍ୟେକ ପାଦ ବ-ଅକ୍ଷରରେ ଆରମ୍ଭ. ତା ସହିତ “ଲବଣ୍ୟବତୀ”ଓ “କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ”ଭଳି ପ୍ରସିଦ୍ଧ ପୁସ୍ତକ ରଚନା କରିଥିଲେ.

Leave a Reply

Your email address will not be published. Required fields are marked *