କୁନି କଳକୀ ବାବା
ଭରତପୁର ରେ ବୈକୁଣ୍ଠ ଆଶ୍ରମ ଘଟଣା ଦିନକୁ ଦିନ ଆହୁରି ସାଙ୍ଘାତିକ ହେଉଛି. ସ୍ଥାନୀୟ ଲୋକଙ୍କ ଚଢ଼ାଉ ପରେ ବାବା ଫେରାର କୁଆଡେ ଗଲେ କେହି ଜାଣିନାହାନ୍ତି.. କୁନି ବାବା ଙ୍କ ବାପା କହିଲେ ସେ କୌଣସି ଚମତ୍କାର ଯାଣିନି ତାକୁ କିଛି ଅସାମାଜିକ ବ୍ୟକ୍ତି ତିଆରି କରିଛନ୍ତି. ଯାହାହେଉ ଗଣ୍ଡଗୋଳ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅପରପକ୍ଷରେ ରବିବାର ଶିଶୁ ସୁରକ୍ଷା ଆୟୋଗ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି। ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ରାଜଧାନୀରେ ଏତେବଡ଼ ସରକାରୀ ଜମି କିପରି ବେଆଇନ ଜବରଦଖଲ କରାଯାଇଛି ସେ ନେଇ ତଦନ୍ତ କରାଯିବ ବୋଲି ଖୋର୍ଦ୍ଧା ଜିଲାପାଳ ନିର୍ଦେଶ ଦେଇଛନ୍ତି।
ଅପରପକ୍ଷରେ ଶିଶୁ ସୁରକ୍ଷା ଆୟୋଗ ନିଜ ଆଡୁ ଉକ୍ତ ଘଟଣା ନେଇ ଏକ ମାମଲା କରିଛନ୍ତି। କିପରି ନାବାଳକ ପିଲା ପାଠପଢ଼ା ସମୟରେ ଏଭଳି କାମରେ ଲିପ୍ତ ରହୁଛି ଓ କାହା ପରାମର୍ଶରେ ଏଭଳି ଚାଲିଛି, ଉକ୍ତ ନାବାଳକ କୁନି ବାବା ସ୍ବାସ୍ଥ୍ୟଗତ ଅବସ୍ଥା କିପରି ଅଛି ସେ ନେଇ ତଦନ୍ତ ନିର୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଭରତପୁର ଥାନା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲା ଶିଶୁ ମଙ୍ଗଳ କମିଟିକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ରାଜଧାନୀରେ ଏତେ ବଡ଼ ସରକାରୀ ଜମି ବେଆଇନ ଜବରଦଖଲ ଅଭିଯୋଗ ପରେ ଜିଲା ପ୍ରଶାସନ ତତ୍ପର ହୋଇଛି।
ଖୋର୍ଦ୍ଧା ଜିଲାପାଳ କିପରି ଏତେ ବଡ଼ ସରକାରୀ ଜମି ଜବରଦଖଲ ହେଲା ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି। ତେଣୁ ଆସନ୍ତା ସୋମବାର ସାଧାରଣ ପ୍ରଶାସନ ବିଭାଗ ଉକ୍ତ ଆଶ୍ରମ ଭିତରକୁ ଯାଇ ଜମିର କାଗଜପତ୍ର ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ବିଏମ୍ସି ଓ ବିଡିଏ ମଧ୍ୟ ଏହି ମାମଲାରେ ଏତେଦିନ ଯାଏ କାହିଁକି ଚୁପ୍ ବସିଥିଲେ ସେନେଇ ସାଧାରଣ ଲୋକ ଓ ସମାଜସେବୀ ମହାସଂଘ ପ୍ରଶ୍ନ ଉଠାଇଛନ୍ତି। ଭରତପୁର ଥାନା ପୁଲିସ ଉକ୍ତ ଆଶ୍ରମରେ ଟଙ୍କା ଦେଣନେଣ ନେଇ ତଦନ୍ତ କରିଛି।
ଆଶ୍ରମକୁ ଆସୁଥିବା ଅଧିକାଂଶ ଭକ୍ତ ବାହାର ଲୋକ ହୋଇଥିବାବେଳେ ସେଠାରେ ଥିବା ଅନ୍ତେବାସୀଙ୍କ ଆକାଉଣ୍ଟରେ ଟଙ୍କା ଦେଣନେଣ ସମ୍ପର୍କରେ ଜଣାପଡ଼ିଛି। ଏହା ଛଡ଼ା କୁନି ବାବା ଦାମୀ ଗାଡ଼ି ଚଢୁଥିବା ନେଇ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। ସୂଚନା ଥାଉକି, ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମରେ ଜଣେ କୁନି କଳ୍କୀ ବାବା ପାଦରେ ତୁଳସୀ ଓ ମୁଣ୍ଡରେ ମୟୂରଚନ୍ଦ୍ରିକା ଦେଇ ନିଜକୁ ଜଗନ୍ନାଥଙ୍କ ଅବତାର ଘଟଣା ପ୍ରଘଟ ପରେ ରାଜ୍ୟ ସମାଜସେବୀ ମହାସଂଘ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ ହେଇଛି..