କନ୍ଧମାଳ : ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଙ୍କ ଦିବସ ଅନୁଷ୍ଟିତ…
କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ତାନୀୟ ଗାନ୍ଧୀସ୍ମୁତି ଭବନ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ଜିଲ୍ଲା ସମାଜ ସୁରକ୍ଷା ଅଧିକାରିଣୀ( ପି ପଦ୍ମା )ଙ୍କ ନେତୃତ୍ୱ ରେ ପାଳିତ ହେଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ ସମାଜରେ ସଂସ୍କାର ଅଭାବ ଦେଖାଯାଉଥିବା କହିଥିଲେ l ପ୍ରତେକ ବାପା ମା ନିଜ ନିଜର ପିଲା ମାନଙ୍କୁ ଏଥିପାଇଁ ଉଚିତ୍ତ୍ ଶିକ୍ଷା ଦେବା ଦର୍କାର ଫଳରେ ସେମାନଙ୍କ ବୃଦ୍ଧାବସ୍ତାରେ ସେଇ ପିଲାମାନେ ଯତ୍ନ ନେବାକୁ ସଂକୋଚ କରିବେ ନାହିଁ l ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀ ମତି ପାୟାଲ ବେହେରା, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ବରିଷ୍ଟ ନାଗରିକ ସଂଘ ସଭାପତି ସର୍ବେଶ୍ୱର ମିଶ୍ର, କନ୍ଧମାଳ ଡି ଏସ୍ପି ସର୍ବେଶ୍ୱର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡକ୍ଟର୍ ବିଜୟ କୁମାର ପଣ୍ଡା , ବରିଷ୍ଟ ଚିକିତ୍ସକ ଚିନା ନାରାୟଣ ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଉବ୍ଦଧନ ଦେଇଥିଲେ l ଏହି ଅବସରରେ 14 ଜଣ ବରିଷ୍ଟ ନାଗରିକ ଙ୍କୁ ବିଭିନ୍ନ ଉଲେଖ ନିୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି l ପ୍ରାରମ୍ବ ରେ କନ୍ଧମାଳ ଜିଲ୍ଲା ର ନୂତନ ସାମାଜିକ ସୁରକ୍ଷା ଅଧିକାରିଣୀ ପି, ପଦ୍ମା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଏହି ଉପଲକ୍ଷେ ସକାଳୁ ଯୋଗ ଶିବିର ଅନୁଷ୍ଟିତ ହେବା ସହିତ ବରିଷ୍ଟ ନାଗରିକ ଙ୍କ ସମେତ ବହୁ ଅତିଥି ମାନେ ଯୋଗ ଦେଇଥିଲେ l ଶପଥ ପାଠ କରିବା ସହିତ ଅନୁଷ୍ଟିତ ହେବା ସହିତ କାର୍ଯ୍ୟକ୍ରମ ଟି କୁ ଫୁଲବାଣୀ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ ବଡ଼ସେଠ ପରିଚାଳନା କରିଥିଲେ l ଖଜୁରୀପଡ଼ା ସାମାଜିକ ସୁରକ୍ଷା ଅଧିକାରୀ ମନଜ କୁମାର ସାହୁ ଯୋଗ ଦେଇଥିଲେ l ସେହିପରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା କ୍ଲୋର୍କ ରଶ୍ମି ବେହେରା ଙ୍କ ସମେତ ସମସ୍ତ ଏହି ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଟ ବ୍ୟକ୍ତି ଙ୍କ ଦିବସ ଅବସରରେ ଜିଲ୍ଲା ସମାଜ ସୁରକ୍ଷା କାର୍ଯ୍ୟାଳୟ ର ସମସ୍ତ ଷ୍ଟାପ୍ ସହଯୋଗ କରିଥିଲେ l