ଶ୍ରୀ ଶ୍ରୀ ରାଧାମୋହନ ଜୀଉ ଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ (ଫଟୋ)
ଗରଦପୁର, ୨୦/୦୨ ( ଦର୍ଶନ ସମୀକ୍ଷା )- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ଦ୍ୱି ଶତାବ୍ଦି ରୁ ଉଦ୍ଧ୍ୱର୍ ବର୍ଷ ହେଲା ପୂଜା ପାଉଥିବା ଶ୍ରୀ ଶ୍ରୀ ରାଧାମୋହନ ଜୀଉ ଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା , ଶ୍ରୀ ଜୀଉଙ୍କ ମନ୍ଦିର ପ୍ରବେଶ , ତଥା ଦଶାବତାର , ଶ୍ରୀ ଗଣେଷ ଓ ପାଶ୍ୱର୍ ଦେବତା ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ବୁଧବାର ଅଙ୍କୁରା ରୋପଣ ହୋଇଥିଲା । ଶ୍ରୀ ଶ୍ରୀ ରାଧାମୋହନ ଜୀଉ ସେବା ସମିତି ଓ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ଗୁରୁବାର ସକାଳେ ନିକଟସ୍ଥ ସାଇଫନ୍ ଛକ ପାଇକା ନଦୀରେ କଳସ ପୂଜା କରାଯିବା ପରେ ପବିତ୍ର ଜଳ ସଂଗ୍ରହ କରି ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ମାନେ ଏକ ଶୋଭାଯାତ୍ରାରେ ଯାଇ ଯଜ୍ଞ ମଣ୍ଡପରେ ଶୁଭ କଳସ ସ୍ଥାପନ କରିଥିଲେ ।

ଏହା ପରେ ଯାଜ୍ଞିକ ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା ଓ ଘୃତ ଯଜ୍ଞ ଆରମ୍ଭ ହୋଇଛି । ପ୍ରତିଭା ଦାସ, ପୁଷ୍ପଲତା ଦାସ,କାଂଚନ ମହାନ୍ତି , ସୁମିତ୍ରା ଜେନା,ଜ୍ଞାନାଂଜଳୀ ମହାନ୍ତି,ସୁଚିସ୍ମିତା ମହାନ୍ତି,ସୁମିତ୍ରା ମହାନ୍ତି, ରିତା ମହାନ୍ତି ,ସସ୍ମିତା ସାହୁ,ସୁନିତା ଦାସ, ସୁଷମା ଦାସ,ସନ୍ତୋଷିନୀ ମହାନ୍ତି ,ସୁନିତା ମହାନ୍ତି ,ଲକ୍ଷ୍ମୀପ୍ରିୟା ଦାସ , ଲିଲିବାଳା ସୁତାର,ସସ୍ମିତା ସୁତାର ,ପ୍ରତିମା ମହାନ୍ତି ,ଅନୁପମା ବାରିକ,କୃଷ୍ଣଚନ୍ଦ୍ର ଦାସ,ଗୌରଚନ୍ଦ୍ର ଦାସ,ବିଭୁତି ଭୁଷଣ ମହାନ୍ତି ,ସୁଶାନ୍ତ ମହାନ୍ତି ,ଦିଲିପ କୁମାର ମହାନ୍ତି ,ସଂଗ୍ରାମ କେଶରୀ ମହାନ୍ତି ,ଶିଶିର କୁମାର ଦାସ, ଅଶୋକ କୁମାର ମହାନ୍ତି ,ବିଶ୍ୱଜିତ ମହାନ୍ତି ପ୍ରମୁଖ ଶ୍ରଦ୍ଧାଳୁ ମହିଳା ଓ ପୁରୁଷମାନେ ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ଶ୍ରୀ ପ୍ରଦିପ କୁମାର ମହାନ୍ତି ଓ ତାଙ୍କ ପତ୍ନୀ ଶ୍ରୀମତୀ ଆଶାଶ୍ରୀ ମହାନ୍ତି କର୍ତା କାର୍ଯ୍ୟ ତୁଲାଉଥିବାବେଳେ ଆଶୁତୋଷ ପଣ୍ଡା ଓ ସତ୍ୟପ୍ରିୟ ଦାଶ ଙ୍କ ସହଯୋଗରେ ବ୍ରାହ୍ମଣ ପଣ୍ଡିତ ମାନେ ନୂତନ ମନ୍ଦିର ପ୍ରତିଷ୍ଠା, ଶ୍ରୀ ଜୀଉଙ୍କ ମନ୍ଦିର ପ୍ରବେଶ , ଦଶାବତାର , ଶ୍ରୀ ଗଣେଷ ଓ ପାଶ୍ୱର୍ ଦେବତା ବିଗ୍ରହ ପ୍ରତିଷ୍ଠା, ଘୃତ ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରୁଛନ୍ତି । ବ୍ରହ୍ମଣ ପଣ୍ଡିତ ମାନଙ୍କ ମନ୍ତ୍ର ଉଚ୍ଚାରଣ ଶବ୍ଦ ରେ ସମଗ୍ର ଅଂଚଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଶୁକ୍ରବାର ପୂର୍ବାହ୍ନ ରେ ଯଜ୍ଞର ପୂର୍ଣ୍ଣାହୁତି , ଶ୍ରୀ ବିଗ୍ରହଙ୍କ ମନ୍ଦିର ପ୍ରବେଶ ଓ ଦିବ୍ୟ ଦର୍ଶନ କାର୍ଯ୍ୟକ୍ରମ ରହିଥିବା ଶ୍ରୀ ଶ୍ରୀ ରାଧାମୋହନ ଜୀଉ ସେବା ସମିତି ପକ୍ଷରୁ ସୂଚନା ଦିଆଯାଇଛି ।