Spread the love

କଟକ ଶିଖରପୁର କାଳିଆବୁଦାସ୍ଥିତ ଗୁରୁ ନାନକ ପବ୍ଲିକ୍ ସ୍କୁଲ୍ ର ୩୬ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ସ୍କୁଲ୍ ପରିଚାଳନା ସମିତିର ସଭାପତି ସର୍ଦ୍ଦାର ଦେବେନ୍ଦ୍ର ସିଂ ସବରୱାଲ,ଉପସଭାପତି ସର୍ଦ୍ଦାର ଉମରଜିତ୍ ସିଂ ତଥା ଗୁରୁଦ୍ବାରା ପ୍ରବନ୍ଧକ କମିଟିର ସଦସ୍ୟ ଓ ଗୁରୁ ନାନକ ପବ୍ଲିକ୍ ସ୍କୁଲ ର ପରିଚାଳନା କମିଟି ର ସଦସ୍ୟ ମାନଙ୍କ ଉପସ୍ଥିତିରେ ଓ ସମ୍ପାଦକ ସର୍ଦ୍ଦାର ସମ୍ରାଟ ବିକ୍ରମ ସିଂ ଙ୍କ ପ୍ରତକ୍ଷ ତତ୍ତ୍ବାବଧାନ ତଥା ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଉତ୍ସବ କୁ କଟକ ଚଉଦ୍ବାର ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନକରି କହିଲେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନେ ବିଦ୍ୟାଧୟନ୍ ସହିତ ଯେଉଁ ବିଷୟ ପ୍ରତି ଆଗ୍ରହ ଅଛି ସେଥି ପ୍ରତି ଅଧିକ ଦୃଷ୍ଟି ଦେବା ଦରକାର। ମୂଖ୍ୟ ଅତିଥି ଭାବରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦ‌ବୋଧନ ଦେବା ସହିତ କିପରି ଜୀବନରେ ଭଲ ମଣିଷ ହୋଇପାରିବେ ସେ ବିଷୟରେ ବୁଝାଇଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପ୍ରଳୟା ବେଉରା ଓ ବିଶିଷ୍ଟ ବ୍ୟଙ୍ଗ କବି ଶ୍ରୀ ଜ୍ଞାନ ହୋତା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଅଧ୍ଯକ୍ଷା ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା ।

Related Post

Leave a Reply

Your email address will not be published. Required fields are marked *

You Missed