କଟକ ରେ ଉନ୍ମୋଚନ ହେଲା ବିଶିଷ୍ଟ ବାହୁକୁସ୍ତି କ୍ରୀଡ଼ାବିଦ ଙ୍କ ଅବୟବ ପ୍ରତି ମୃତ୍ତି
.ଦର୍ଶନ ସମୀକ୍ଷା
କଟକ :ନୟାସଡ଼କ ସ୍ଥିତ ପିପଳେଶ୍ୱର ମହାଦେବଙ୍କ ପରିସରରେ ଉନ୍ମୋଚନ ହୋଇଯାଇଛି. କଟକ 21ନମ୍ବର ୱାର୍ଡ ମାରୁଆଡ଼ିପଟି ମହାଦେବ ପୂଜାକମିଟି ନିମନ୍ତ୍ରଣରେ ପୂଜକମିଟିର ପୂର୍ବତନ ସମ୍ପାଦକ ତଥା ଉକ୍ତ ୱାର୍ଡ ପ୍ଲାନିଂକମିଟି ଅଧକ୍ଷ ଏବଂ ଜାତୀୟସ୍ତର ର ବିଶିଷ୍ଟ କ୍ରୀଡ଼ାବିଦ ସ୍ବର୍ଗତ ଅଶୋକ କୁମାର ଶର୍ମାଙ୍କ ଅବୟବ ପ୍ରତି ମୂର୍ତ୍ତି ଦିନ ଏଗାରଟା ସମୟ ରେ ନୟାସଡ଼କ ଠାରେ ଉନ୍ମୋଚନ ହୋଇଯାଇଅଛି.ଉକ୍ତ ଉଦ୍ଘାଟନୀ ଏବଂ ଉନ୍ମୋଚନ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ପୁରୀ ଶ୍ରୀମନ୍ଦିର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହୀ ଶ୍ରୀଜଗନ୍ନାଥ ସ୍ୱାଇଁ ମହାପାତ୍ର.ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ ରାଜ ନେତା ତଥା ରାଜ୍ୟସଭା ସାଂସଦ ମାନ୍ୟବର ଦେବାଶିଷ ସାମନ୍ତରାୟ, ସଭାପତି ନଗର କଂଗ୍ରେସ ଶ୍ରୀ ସୁରେଶ ମହାପାତ୍ର, ଜାତୀୟ ଦଳ ବିଜେପି ନେତା ଶ୍ରୀ ଅରବିନ୍ଦ ରାଏ. କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ନାଥ ସାହୁ, ସମ୍ପାଦକ ଶାନ୍ତି କମିଟି, ଭିକାରି ଦାସ, ସଭାପତି ନୟାସଡକ ସଞ୍ଜୟ ସାହୁ, ସହଯୋଗୀ ଜା୍ୟନାରାୟଣ ମହାପାତ୍ର, ମଞ୍ଚପରିଚାଳନା ସୋମ୍ୟଦୀପ ଘୋଷ., ବିଜୟଶର୍ମା, ରାଜକିଶୋର ଶର୍ମା, ସୁଶୀଲ ଶର୍ମା, ଅଧକ୍ଷ ମାରୁଆଡ଼ି ସମାଜ, ସଞ୍ଜୟ ଶର୍ମା, ପୁଅ ଵିଶାଲ ଶର୍ମା, କଟକ ପୂଜା କମିଟି, ସାହିମୁରବି ମହିଳା ମୋର୍ଚା, ଯୁବମୋର୍ଚା, ପୂର୍ବତନ କର୍ପୋରେଟର ଏବଂ ବହୁ ଗଣମାଧ୍ୟମ,ପ୍ରଶାସନିକ ଅଧିକାରୀ,ବୃନ୍ଦ ଉପସ୍ଥିତ ରହି ଶାନ୍ତି ପୂର୍ଣ ଭାବରେ ସମ୍ପାଦନ କରିଥିଲେ. ଶେଷରେ ଦହିପଖାଳ ପଖାଳ ସେବନ କରାଯାଇଥିଲା.