ଇଷ୍ଟକୋଷ୍ଟ ରେଳବାଇା ପକ୍ଷରୁ ଆଜି ସ୍ଥାନୀୟ କଟକ ରେଳଷ୍ଟେସନ ଠାରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ସ୍ବତନ୍ତ୍ର ଟ୍ରେନ ଗଡିଲା।କଟକ ସାଂସଦ ଭତ୍ତୃହରି ମହତାବ ପତାକା ଦେଖାଇ ଏହି ସ୍ବତନ୍ତ୍ର ଟ୍ରେନକୁ ଉଦଘାଟନ କରିଥିଲେ ।ଶ୍ରୀ ମହତାବ ଉଦଘାଟନ କରି କହିଥିଲେ ଗତବର୍ଷ ଟ୍ରାକ୍ ର ସୁବିଧା ନ ଥିବାରୁ ପୁରୀକୁ ଅଧିକ ଟ୍ରେନ୍ ଗଡି ନ ଥିଲା ।ଚଳିତ ବର୍ଷ ଟ୍ରାକ୍ ସଂଖ୍ୟା ବଢାଇ ଦିଆଯାଇଛି ।ଯାହା ଫଳରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ କୁ 315ଟି ସ୍ବତନ୍ତ୍ର ଟ୍ରେନ ଗଡିବ ବୋଲି ମତ୍ତ ଦେଇଥିଲେ ।ଏହି ଫଳରେ ଭାରତର ବିଭିନ୍ନ ରାଜ୍ୟରୁ ଭକ୍ତମାନଙ୍କୁ ଆସିବାକୁ ସୁବିଧା ହେବ ।ଏଥିପାଇଁ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ବେବସ୍ଥା ଗ୍ରହଣ କରାଯାଇଛି ।କଟକ ସାଂସଦ ଶ୍ରୀ ଭତ୍ତୃହରି ମହତାବ କହିଥିଲେ ଯେଉଁ ସମୟରେ ଯାତାୟାତ ସୁବିଧା ନଥିବା ଯୋଗୁ ପୁରୀ ରଥଯାତ୍ରା ପାଇଁ ଅନେକ ଭକ୍ତ ରଥଯାତ୍ରା ଦର୍ଶନ କରିବା ପାଇଁ ସୁଯୋଗ ପାଇଁ ନଥାନ୍ତି ।କିନ୍ତୁ ତାହା ଆଜି ଅନ୍ତ ଘଟିଛି ।ବିଭିନ୍ନ ରାଜ୍ୟରୁ ଭକ୍ତମାନଙ୍କୁ ଆସିବା କୁ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ।ଯାହା ଫଳରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ କୁ ଭକ୍ତ ମାନେ ଆସିପାରିବେ ବୋଲି ମତ୍ତ ଦେଇଥିଲେ ।