କଟକ (ଦର୍ଶନ ସମୀକ୍ଷା) ଆଜି ତା 7.3 .25 ରିଖ ରେ ରାଜ୍ୟ ଓ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବଂ କ୍ରୀଡା ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବ ଜିଲ୍ଲାସ୍ତରରେ ରେଭେନ୍ସା କଲେଜିଏଟ୍ ସ୍କୁଲର ଅଡିଟୋରିମରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ. ସନ୍ତୋଷ କୁମାର ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, କଟକ ଶ୍ରୀମତୀ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବିଶିଷ୍ଟ ଅତିଥି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ଶାରୀରିକ ଶିକ୍ଷା ବିଭାଗର ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଭାକର ମଙ୍ଗରାଜ – ମୁଖ୍ୟ ବକ୍ତା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ସାମନ୍ତରାୟ, କଟକ ସଦର ବ୍ଲକ୍ ର ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରିୟଙ୍କା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରେଭେନ୍ସା କଲେଜିଏଟ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ପ୍ରଗତି ପଣ୍ଡା, “ପଞ୍ଚସଖା ଶିକ୍ଷା ସେତୁ”ର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ବିଭୂଦତ୍ତ ବେହେରା, ଜୋନାଲ ଅଫିସର ଶ୍ରୀ ପ୍ରକାଶ ବେହେରା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଦେବ ପ୍ରସାଦ ତ୍ରିପାଠୀ, ଲକ୍ଷେଶ୍ଵର ଉଚ୍ଚ ବିଦ୍ୟାଳୟ, ଫୁଲନଖରାର ପ୍ରଧାନଶିକ୍ଷକ ଶ୍ରୀ ପ୍ରମଥ ନାଥ ଦେ ଓ ଜିଲ୍ଲା ରେଡ଼କ୍ରସ ଅଧିକାରୀ ଶ୍ରୀ ପାର୍ଥ ସାରଥୀ ମଲ୍ଲିକ ମଞ୍ଚରେ ଉପସ୍ଥିତ ଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶ୍ରୀ ସୌଦାମିନୀ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାରୁ ରାଜ୍ୟ ଓ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଥିବା 309 ଜଣ ଛାତ୍ରଛାତ୍ରୀ ଏବଂ 145 ଜଣ କ୍ରୀଡା ଶିକ୍ଷକମାନଙ୍କୁ ସ୍ପୋର୍ସ ଜୋତା,ଟ୍ରଫି, ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଡ. ମିଶ୍ର ପିଲାମାନଙ୍କୁ କ୍ରୀଡା ଉପରେ ପ୍ରେରଣାଦାୟୀ ଉଦବୋଧନ ଦେଇଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମଙ୍ଗରାଜ କ୍ରୀଡ଼ାରେ କଟକର ପିଲାମାନେ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ରାଜ୍ୟ ଓ ଜାତୀୟ କ୍ରୀଡ଼ାରେ ଭାଗ ନିଅନ୍ତୁ ବୋଲି ଆଶା ବ୍ୟକ୍ତ କରିଥିଲେ । କ୍ରୀଡା ପ୍ରତିଭାଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ଆର୍ଥିକ ପ୍ରୋତ୍ସାହନ ରହିଛି ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ସାମନ୍ତରାୟ ସୂଚନା ଦେଇ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଉତ ନିଜର ଅଭିଭାଷଣରେ ଉପସ୍ଥିତ ପିଲାମାନଙ୍କୁ ଓ କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟ ସ୍ତରରେ ଖେଳ ଓ ଶାରିରୀକ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେବାକୁ କହିଥିଲେ । ଏହି ଅବସରରେ ଜାତୀୟ ସ୍ତରରେ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପିଲାମାନଙ୍କ ଯୋଗ ପ୍ରଦର୍ଶନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଉତ୍ସବକୁ ଜିଲ୍ଲାର ପ୍ରମୁଖ କ୍ରୀଡା ଶିକ୍ଷକ , ଶିକ୍ଷିକାବୃନ୍ଦ, ନୂଆ ବଜାର ହାଇସ୍କୁଲ୍ ର ପ୍ରଧାନଶିକ୍ଷକ ଶ୍ରୀ ପ୍ରଦୀପ ନାୟକ ଓ ରେଭେନ୍ସା କଲେଜିଏଟ ସ୍କୁଲର ଶିକ୍ଷକ ଓ ଅନ୍ୟମାନେ ପରିଚାଳନା କରିଥିଲେ । ଶେଷରେ ସୁନ୍ଦରଗ୍ରାମ ହାଇସ୍କୁଲ୍ ର କ୍ରୀଡା ଶିକ୍ଷକ ଶ୍ରୀ ସଂଗ୍ରାମ କେଶରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।