ନାଳ ନିର୍ମାଣ ଦାବିରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର
—————- ————– ——————-
କଟକ ବାଲିକୁଦା ତା – ୨୧/୦୨/୨୫ ରିଖ,(ଦର୍ଶନ ସମୀକ୍ଷା) କଟକ ମହାନଗର ଦକ୍ଷିଣାଞ୍ଚଳ ନାଗରିକ ସମିତି ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସଦର ବିଧାୟକ ଶ୍ରୀଯୁକ୍ତ ପ୍ରକାକ ଚନ୍ଦ୍ର ସେଠୀ ଙ୍କୁ ଅବିଳମ୍ୱେ ନାଳ ନିର୍ମାଣ ପାଇଁ ଦୁଇଟି ପୃଥକ୍ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ନିଗମର ଦକ୍ଷିଣାଞ୍ଚଳରେ କାଠଯୋଡ଼ି ନଦୀ କୂଳରୁ ଆରମ୍ଭ କରି ଫୁଲ ନଖରା ଭିତରେ ନିଗମର ୪ଟି ଅବହେଳିତ ୱାର୍ଡ ଯଥାକ୍ରମେ ୫୬,୫୭,୫୮ ଏବଂ ୫୯ ନମ୍ବର ରହିଛି । ଏହି ୱାର୍ଡ ଗୁଡ଼ିକ ପ୍ରାୟ ତିନି ଦଶନ୍ଧି ଧରି ପଞ୍ଚାୟତରୁ ନିଗମରେ ମିଶିଥିଲେବି ଅଦ୍ୟାବଧି ମୌଳିକ ସୁବିଧା ସ୍ୱରୂପ ନାଳ ନିର୍ମାଣ ହୋଇନାହିଁ । ବର୍ଷ ସାରା ବର୍ଜ୍ୟ ଜଳ ଜମିରହି ଅତ୍ୟନ୍ତ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରୁଛି ।ପ୍ରାୟ ବର୍ଷର ୧୦ମାସ ରାସ୍ତାରେ ନର୍ଦ୍ଦମା ପାଣି ଲହଡ଼ି ମାରେ ।

ଏ ସମ୍ପର୍କରେ ବାରମ୍ବାର ଅଂଚଳର ବିଭିନ୍ନ ଅନୁଷ୍ଠାନ ତରଫରୁ କତୃପକ୍ଷଙ୍କୁ ଅଭିଯୋଗ କରାଯାଉଥିଲେ ମଧ୍ୟ କେବଳ ପ୍ରତିଶୃତି ମିଳୁଛି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରୋଜେକ୍ଟ ସର୍ଭେକରି ରିପୋର୍ଟକୁ ନାଲି ଫିତା ତଳେ ଚାପି ଦିଆ ଯାଉଛି । ଗତ ଡ଼ିସେମ୍ବର ୩ ତାରିଖ ୨୦୨୪ ରେ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନାମ ଚରଣ ପାତ୍ର ଆସନ୍ତା ତିନି ମାସରେ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇ କାମ ନ କରି ଅବସର ନେଇଗଲେ ।ଏବେ ଅଞ୍ଚଳ ବାସୀଙ୍କ ମଧ୍ୟରେ ଆସୋନ୍ତୋସ ତୀବ୍ରତର ହେଉଥିଲା ବେଳେ କଟକ ମହାନଗର ଦକ୍ଷିଣାଞ୍ଚଳ ନାଗରିକ ସମିତିର ଏକ ପ୍ରତିନିଧି ଦଳ ନାଳ ନିର୍ମାଣ ପାଇଁ ଉଭୟ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସଦର ବିଧାୟକ ଇଁ .ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସମିତିର ଆବାହକ କବି ଅକ୍ଷୟ ରାଉଳ, ଡ. ବ୍ରଜ କିଶୋର ନାୟକ,ଗୋବିନ୍ଦ ଦାସ,ରମାକାନ୍ତ ସାହୁ,ହରିଯିବନ ଦାସ,ଦୁଷ୍ମନ୍ତ ଦାସ, ଗୌରହରି ସାମଲ,ବିଭୂତି ଭୂଷଣ ପଟ୍ଟନାୟକ ଉଭୟ ନଗର ଉନ୍ନୟନ ମନ୍ତ୍ରୀ ଏବଂ ସଦର ବିଧାୟକଙ୍କ ସହିତ ଆଲୋଚନା କରି ଦୃଢ଼ାଦାବି ଉପସ୍ଥାପନ କରିଥିଲେ ।