କଟକ ଦର୍ଶନ ସମୀକ୍ଷା :ଭାରତର ମୁକ୍ତି ସଂଗ୍ରାମର ମହାନ୍ ଯୋଦ୍ଧା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର 128 ତମ ଜୟନ୍ତୀ ସମାରୋହ ବେଶ୍ ଉତ୍ସାହ ଓ ଆନନ୍ଦ ସହ ପାଳନ କରାଯାଉଛି, ନେତାଜୀ ଜୟନ୍ତୀ ଅବସରରେ କଟକ ସହର ଉତ୍ସବ ମୁଖରୀତ ହୋଇ ଉଠିଛି, କୁନି କୁନି ଶିଶୁ ମାନେ ନେତାଜୀଙ୍କ ଫଟୋ ଚିତ୍ର ହାତରେ ଧରି ଜନ୍ମସ୍ଥାନ କୁ ପହଞ୍ଚିଥିଲେ,

ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ତଥା ଜାନକୀନାଥ ଭବନ ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ମୁଖରୀତ ହୋଇଯାଇଛି, ଜୟ ହିନ୍ଦ ଏବଂ ନେତାଜୀ ଅମର. ଜୟ ହିନ୍ଦ ଧୂଅନୀ ରେ ପ୍ରକମବିତ ହୋଇଯାଇଛି,ସରକାରୀ ବେସରକାରୀ ବିଭିନ୍ନ ସଂଗଠନ ଏବଂ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନେତାଜୀଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରିଥିଲେ
ମୁଖମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜାତୀୟ ପତାକା ଉତୋଳନ କରିଥିଲେ,

ସାଂସଦ ଭର୍ତୁହରି ମହତବ,ବିଧାୟିକା ସୋଫିଆ ଫିରଦୋଷ,ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ନେତାଜୀଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା, ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା, ମୁଖ୍ୟମନ୍ତ୍ରୀ ଶ୍ରି ମାଝୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଆଗମନ ଯୋଗୁଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା,