Spread the love

କଟକ ବୁଦ୍ଧିଜୀବୀ ଫୋରମ୍ ପକ୍ଷରୁ ତୁଳସୀପୁର ସ୍ଥିତ ଶାରଳା ଭବନ ଠାରେ ଆମ ସ୍ୱପ୍ନର କଟକ ବିଷୟ ବସ୍ତୁ କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସାଧାରଣ ସଭାରେ କଟକ ସହରର ବହୁ ବିଶିଷ୍ଟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ର ପୂର୍ବତନ ସଭାପତି ଅନଙ୍ଗ ଦ୍ବିବେଦୀ ଏହି ସଭାରେ ସଭାପତିତ୍ବ କରିଥିଲେ। ଓଡ଼ିଶା ଲୋକସେବା ଆୟୋଗ ର ପୂର୍ବତନ ଅଧକ୍ଷ ପ୍ରଫେସର ଡକ୍ଟର ସତ୍ୟକାମ ମିଶ୍ର ବରିଷ୍ଟ ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତି ଓଡ଼ିଶା ଲୋକସଭା ଆୟୋଗ ର ପୂର୍ବତନ ସଭ୍ୟା ପ୍ରଫେସର୍ ଡକ୍ଟର ସଙ୍ଗୀତା ରଥ ଅତିଥି ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍ ର ପୂର୍ବତନ ନିର୍ଦ୍ଦେଶକ ସମ୍ପ୍ରତି ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଅତିଥି ମାନେ ଆମ ସ୍ୱପ୍ନର କଟକ ବିଷୟ ବସ୍ତୁକୁ ନେଇ ଆଲୋଚନା କରି କହିଲେ କଟକ ଏକ ସାଧାରଣ ସହର ନୁହେଁ। ଭୌଗୋଳିକ୍ ଦୃଷ୍ଟି କୋଣରୁ ସହରର ଉଭୟ ପାର୍ଶ୍ଵରେ ମହାନଦୀ କାଠ ଯୋଡ଼ି ଅବସ୍ଥିତ।

ଏହି କଟକ ସହର ରେ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଠାରୁ ଆରମ୍ଭ କରି ବହୁ ବରପୁତ୍ର ମାନଙ୍କର କଟକ ଥିଲା କର୍ମ ଭୂମି। ସହରର ସାମାଜିକ ଅର୍ଥନୈତିକ ଶିକ୍ଷା ସଂସ୍କୃତିର ବିକାଶ ପାଇଁ ଏମାନେ ଚିନ୍ତା କରୁଥିଲେ। କଟକ ର ସଂସ୍କୃତି ଓ ଐତିହ୍ୟ ମହାନ୍। କଟକ ର ଐତିହ୍ୟ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ନେତା ଓ ନେତୃତ୍ୱ ର ଆବଶ୍ୟକତା ରହିଛି। ଏହି ଆବଶ୍ୟକତା କୁ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ପୁରଣ କରିପାରିବେ। କଟକ ହେଉଛି ଭାଇ ଚାରା ର ସହର ଯେଉଁ ସହରରେ କୌଣସି ଆପଦ ବିପଦ ପଡ଼ିଲେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପରସ୍ପରକୁ ସାହାଯ୍ୟ ସହଯୋଗ ପାଇଁ ହାତ ବଢାଇ ଥାଆନ୍ତି। ପ୍ରାର୍ଥୀ ଶ୍ରୀ ମିଶ୍ର କହିଲେ କଟକ କୁ ବିଶ୍ଵରେ ପରିଚିତ କରାଇବା ଏବଂ ଏହାର ଐତିହ କୁ ରକ୍ଷା କରିବା ପାଇଁ ନିଶ୍ଚିନ୍ତ ମୋର ଉଦ୍ୟମ ଜାରି ରଖିବି ବୋଲି ପ୍ରତିଶ୍ରୁତି ଦେଇଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed