Spread the love

ଅଷ୍ଟମ ବ୍ଲକ ସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ମାନଙ୍କର ମାସିକ ଆଲୋଚନା

ଆଜି କଟକ ଥୋରିଆ ସାହି ସ୍ଥିତ ପୌର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ମାନଙ୍କ ଅଷ୍ଟମ ମଣ୍ଡଳ ସ୍ତରୀୟ ମାସିକ ଆଲୋଚନ ଅନୁଷ୍ଠିତ ହୋଇଯାଇଛି l ଆଲୋଚନା ଚକ୍ରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ସନ୍ତୋଷ କୁମାର ରାଉତ, ମଣ୍ଡଳ ଶିକ୍ଷା ଅଧିକାରୀ ସରସ୍ବତୀ କାନୁନଗୋ, ଯୋଗଦେଇ ଗୁଣାତ୍ମକ ଶିକ୍ଷା ଓ ସମାଜ ରେ ଭଲ ମଣିଷର ଆବଶ୍ୟକତା ସମ୍ବନ୍ଧରେ ଆଲୋକ ପତ କରି କହିଲେ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜର ଦାୟିତ୍ୱ କର୍ତ୍ତବ୍ୟ ସହିତ ଧାର୍ଯ୍ୟ ଓ ମାନସିକ ସ୍ଥିତିର ସନ୍ତୁଳନ ରଖ କରି ସମସ୍ତ ସମସ୍ୟାର ସମାଧାନ ର ସୂତ୍ର ବାହାର କରିବା ଆବଶ୍ୟକ l ଏହି ମାସିକ ଆଲୋଚନା ଚକ୍ରରେ ମ୍ୟାଟ୍ରିକ ପରୀକ୍ଷା ଫଳର ସମୀକ୍ଷା ବିଦ୍ୟାଳୟ ୟୁନିଫର୍ମ କ୍ରୟ, ପାଠଗାର ଓ ଡିଜିଟାଲ ପାଠଗାର କୁ ସକ୍ରିୟ କରିବା l ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ମାସିକ ଶିକ୍ଷଣ ଯୋଗାଣ ପ୍ରସ୍ତୁତି ଇତ୍ୟାଦି ବିଷୟ ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ଏହି ଆଲୋଚନା ଚକ୍ରରେ କଟକ ମହାନଗର ନିଗମର 30 ରୁ ଉର୍ଦ୍ଧ୍ୱ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ l ମଧ୍ୟାହ୍ନ ବିରତି ପରେ ପ୍ରକଳ୍ପ ନିର୍ଦେଶକ କ୍ରୀଡ଼ାଙ୍ଗନ ଯୁଧିଷ୍ଠିର ପାଣିଗ୍ରାହୀ, ଯୋଗ ଦେଇ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆକାଂକ୍ଷୀ ପାଠ୍ୟ କ୍ରମ ଏବଂ ତାର ରୂପରେଖ ଓ ଉପାଦେୟତା ସମ୍ବନ୍ଧରେ ଆଲୋଚନା କରିଥିଲେ.। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ବେହେରା ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଓଡ଼ିଆ ବଜାର ଉର୍ଧୁ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବିବି ମରିୟମ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *