Spread the love

କଟକ.ଦର୍ଶନ ସମୀକ୍ଷା :ଟାଙ୍ଗୀ ସ୍ଥିତ ଡ୍ରୀମସ୍ ବିଶ୍ଵ ବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରମ୍ପାରିକ ରୀତିରେ ଏହି ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେଉଥିଲା। ବିଶ୍ଵବିଦ୍ୟାଳୟ ର ପରିଚାଳନା କମିଟିର ଅଧକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାବର୍ତ୍ତନ ଉତ୍ସବରେ ଦିକ୍ଷାନ୍ତା ଭାଷଣ ଦେଇ କହିଲେ ଏକ ବିଂଶ ଶତାବ୍ଦୀରେ ଗ୍ରାମାଞ୍ଚଳରେ ଗଢି ଉଠିଥିବା ଡ୍ରିମ୍ସ୍ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ଆୟୋଜନ। ଅନେକ ନୂତନ ସନ୍ଦେଶ ପ୍ରଦାନ କରୁଛି।

ଯେଉଁ ଛାତ୍ର ଛାତ୍ରୀ ମାନେ ଏଠାରେ ଅଧ୍ୟୟନ କରି ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ଏହା ଓଡ଼ିଶାର ବୌଦ୍ଧିକ ବିଚାର ଧାରାକୁ ପ୍ରମାଣିତ କରୁଛି। ଉତ୍କଳ ଗୌରବ ମଧୁ ସୁଦାନ ଦାସ, ଗଣ କବି ବୈଷ୍ଣବ ପାଣିଙ୍କ କର୍ମ ଭୂମି ଏମାଟି ଆଜି ଅନେକ ନୂତନ ପ୍ରତଭକୁ ସୃଷ୍ଟି କରି ପାରୁଛି। ନାଳନ୍ଦା ତକ୍ଷଶିଳା ଭଳି ପୁଷ୍ପ ଗୀରି ବିଶ୍ଵବିଦ୍ୟାଳୟ ଏ ଅଞ୍ଚଳକୁ ମହନୀୟ କରିଛି। ଆଗାମୀ ଦିନରେ ଭାରତ ସରକାରଙ୍କ ନୂତନ ପରିକଳ୍ପନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଠାରୁ କଟକ ଜିଲ୍ଲା ଟାଙ୍ଗୀ ପର୍ଯ୍ୟନ୍ତ ଯେଉଁ ଜାତୀୟ ରାଜପଥ ନିର୍ମାଣ ହେବାକୁ ଯାଉଛି ତାହା ଏ ଅଞ୍ଚଳର ଅର୍ଥ ନୈତିକ ଅଭି ବୃଦ୍ଧି ରେ ସହାୟକ ହେବ ବୋଲି ସେ କହିଥିଲେ। 2020 ମସିହାରେ କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି ପ୍ରଚଳନ ଦ୍ବାରା ଅନେକ ସଂସ୍କାର ଆସିଛି

ବିଶ୍ଵବିଦ୍ୟାଳୟ ସ୍ତରରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ବ ଆରୋପ କରିଥିଲେ। ଡ୍ରିମ୍ସ୍ ବିଶ୍ଵବିଦ୍ୟାଳୟ ର ଯୁବଶକ୍ତି ଦେଶ ଗଠନରେ ଭାଗୀଦାର ହୋଇ ପାରିବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡ୍ରିମ୍ସ୍ ବିଶ୍ଵବିଦ୍ୟାଳୟ ର ଅଧକ୍ଷ ଇଂଜିନିୟର ଦୁର୍ଗା ପ୍ରସାଦ ରଥ,କୁଳପତି ପ୍ରଫେସର ଡ . ପ୍ରକାଶ ଚନ୍ଦ୍ର ହୋତା, ରେଜିଷ୍ଟ୍ରାର ଭକ୍ତ ଚରଣ ପ୍ରଧାନ, ବୋର୍ଡ ଅଫ ଗଭର୍ଣ୍ଣରସ ସଦସ୍ୟ ବିଧାୟକ ଛବି ମଲ୍ଲିକ,ଡ. ଶକ୍ତି ପ୍ରସାଦ ଦାସ, ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ଚିନ୍ମୟୀ ରଥ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଡ୍ରିମ୍‌ସ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ପରିବାରର ଦାୟାଦ, ବିଶିଷ୍ଟ ଗାନ୍ଧିବାଦୀ, ସମାଜ ସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନନୀୟା ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କୁ ‘ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି । ଏଥି ସହିତ 448 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରମାଣ ପତ୍ର ଏବଂ ଓ ୧୦ ଜଣ ଟପ୍ପର ମେଧାବୀ ବିଦ୍ୟାର୍ଥୀ ଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି ।

Related Post

Leave a Reply

Your email address will not be published. Required fields are marked *

You Missed