Spread the love

କଟକ-ତା ୦୧.୦୩ : (ଦର୍ଶନ ସମୀକ୍ଷା) ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ମହାନଦୀ ବ୍ୟାରେଜ ବିଭାଜନ କାର୍ଯ୍ୟାଳୟର କନିଷ୍ଠ ସହାୟକ ଶ୍ରୀ ନିମାଇଁ ଚରଣ ସାହୁ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଚନ୍ତି । ମୁଖ୍ୟ ଯନ୍ତ୍ରୀ, ଡ୍ରେନେଜ୍ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଓଡ଼ିଶା ଅମଲା ସଂଘ କଟକ ଜିଲ୍ଲା ଶାଖା ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଅମଲା ସଂଘ, କଟକ ଜିଲ୍ଲା ଶାଖାର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦାୟୀ କର୍ମଚାରୀ ଶ୍ରୀ ସାହୁଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରାଯିବା ସହିତ ସଂଘ କାର୍ଯ୍ୟରେ ସକ୍ରିୟ ସଦସ୍ୟ ଭାବେ ତାଙ୍କର ଦୃଢ଼, ନିଷ୍ଠାବାନ ଓ କର୍ତ୍ତବ୍ୟନିଷ୍ଠ ମନୋଭାବ ପ୍ରେରଣା ଦେଇଥିବା ସମ୍ପର୍କରେ ସଂଘର ମୁଖ୍ୟ ଉପଦେଷ୍ଟା ହୃଦୟ ବିହାରୀ ମହାପାତ୍ର ଓ ସଭାପତି ଚିତ୍ତରଂଜନ ପଟ୍ଟନାୟକ, କର୍ମକର୍ତ୍ତା ବିପଦ ବାନ୍ଧବ ମହାନ୍ତି, ମନୋଜ କୁମାର ତ୍ରିପାଠୀ, ପ୍ରମୋଦ କୁମାର ଦାସ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଏହି ସଭାରେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ତଥା ସଦସ୍ୟମାନଙ୍କ ମଧ୍ୟରେ ଲଳିତ ମୋହନ ଶତପଥ, ଅକ୍ଷୟ କୁମାର ସାହୁ, ଗୁରୁଗୋବିନ୍ଦ ଦଳାଇ, ସୌମ୍ୟ ରଂଜନ ସାମଲ, କମଳଲୋଚନ ପାତ୍ର, ସୁଦୀପ କୁମାର ପ୍ରଧାନ, ତପନ କୁମାର ମହାପାତ୍ର, ଇଦ୍ରିସ ମହମ୍ମଦ, ଶୁଭାଶୀଷ ଓଝା, ଜିତେନ୍ଦ୍ର କୁମାର ମହାପାତ୍ର, ସଂଗ୍ରାମ ନାୟକ, ମମତା ଦାଶ, କୁନଲତା ବେହେରା ଓ ନିହାର ରଂଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିବା ସହିତ ବିଦାୟୀ କର୍ମଚାରୀ ସାହୁଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବନ୍ଧିତ କରାଯାଇଥିଲା

Leave a Reply

Your email address will not be published. Required fields are marked *

You Missed