Spread the love

ସବୁଜ ଖାଦ୍ୟ ଓ ପରିବେଶ କର୍ମଶାଳା:-

କଟକ : ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସିପିଆର ଏନଭାରମେଣ୍ଟ ଶିକ୍ଷା କେନ୍ଦ୍ର ସେଣ୍ଟର ଫର ଏକ୍ସଲେନ୍ସି ଭାରତ ସରକାର ଓ ପରିବେଶ ଶିକ୍ଷା କେନ୍ଦ୍ର ଜଗଂଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମିଳିତ ସହଯୋଗ ରେ ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନକୁଂ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଯାହାର ଉଦ୍ଦେଶ୍ଯ ହେଲା ନିଜେ ସୁସ୍ଥ ରହିବା ସହ ପରିବେଶ ସୁସ୍ଥ ଓ ସନ୍ତୁଳନ ରକ୍ଷା ପାଇଁ ସାକାହାରୀ ହେଲେ ବହୁ ପରିବେଶ ଜନିତ ସମସ୍ୟା ସମାଧାନ ହୋଇ ପାରନ୍ତା।ଏହି କାର୍ଯ୍ୟକ୍ରମ ମୁଖ୍ଯ ଅତିଥି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରମଥ ନାଥ ଦେ,ମୁଖ୍ଯବକ୍ତା ଡ.ପ୍ରଦୀପ କୁମାର ନାୟକ ସିପିଆର ଏନଭାରମେଣ୍ଟ ଶିକ୍ଷା କେନ୍ଦ୍ର ର ସଂଯୋଜକ ତଥା ପରିବେଶ ଆକଳନ ବିଭାଗ ଅଧିକାରୀ ଖାଦ୍ୟ ପରିବେଶ ଉପରେ ସଚେତନ କରି ଖିଲେ।ପରିବେଶ ଶିକ୍ଷା କେନ୍ଦ୍ର ର ଯୋଜନା ସହାୟକ ସନ୍ମାନୀତ ଅତଥି ଶ୍ରୀ ଭରତ ଚନ୍ଦ୍ର ଜେନା ପାରମ୍ପରିକ ଖାଦ୍ୟ ଯଥା ଶଜନା ଶାଗ,କଦଳୀ,ଅମୁର୍ତଭଣ୍ଡା,ମାଟିଆଳୁ,କଖାରୁ,ପାଣିକଖାରୁ,ଲାଉ,ଲେମ୍ବୁ, ଭୁର୍ସୁଙ୍ଗା ପତ୍ର,ପୋଦନାପତ୍ର ଇତ୍ଯାଦି ଦୈନଦିନ ଜୀବନ ରେ ବହୁ ଦରକାରୀ ବୋଲି ମତ ରଖିଥିଲେ।ଡ.ପ୍ରଦୀପ ନାୟକ ସନ୍ତୁଳିତ ଖାଦ୍ୟ,ନିୟମିତ କସରତ,ଉପଯୁକ୍ତ ବିଶ୍ରାମ ଓ ସାକାରାତ୍ମକ ଚିନ୍ତାଧାରା, ଖାଇବା ମଝିରେ ପାଣି ନ ପିଇବା, ପରିସ୍କାର ପରିଛନ୍ନ ରହିବା ସୁସ୍ଥ ଜୀବନ ଯାପନ ପାଇଁ ପରାମର୍ଶ ଦେଇଥିଲେ
।ଶିକ୍ଷକ,ଶିକ୍ଷୟତ୍ରୀ ମାନକୁଂ କର୍ମଶାଳା ର ପ୍ରମାଣପତ୍ର ଦିଆଯାଇଥିଲା।ଉକ୍ତ କର୍ମଶାଳା କୁ ଡ.ସଚ୍ଚିଦାନନ୍ଦ ପ୍ରଧାନ ବିଦ୍ୟାଳୟ ର ପୁରାତନ ଛାତ୍ର ତଥା ବିଶ୍ବନାହାକାଣୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ର ଅଧକ୍ଷ ଧନ୍ଯବାଦ ଦେବା ସହ କର୍ମଶାଳା ର ସଂଜୋଜନା କରିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed