Spread the love

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି -୨୦୨୪

କଟକ,୨୭/୦୯ : ଆଜି ତିନିଘରିଆ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ବିଦ୍ୟାଧରପୁର ବିଦ୍ୟାଳୟ ସମୂହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ତିନିଘରିଆ ସାଧନ କେନ୍ଦ୍ରର ସି ଆର୍ ସି ସି ସୁଶାନ୍ତ କୁମାର ସାହୁ କାର୍ଯ୍ୟ କ୍ରମକୁ ଉଦ୍‌ଘାଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ିବା ସହିତ ଭଲ ମଣିଷ ହୋଇ ସମାଜ ରେ ଛିଡା ହେବାକୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ନୁଆବଜାର ହାଇସ୍କୁଲ ର ଶିକ୍ଷକ ମନୋଜ କୁମାର୍ ସାହୁ, ଶିକ୍ଷକ ତପନ କୁମାର ରାଉତ, ମମତା ମହାନ୍ତି ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମହାନ୍ତି କାର୍ଯ୍ୟ କ୍ରମରେ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟତ୍ରୀ ନମିତା ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ସୁପ୍ରଭା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନାଚ, ଗୀତ, ବକ୍ତୃତା,ଏଲୋକେଶନ, ଚିତ୍ରାଙ୍କନ, କୁଇଜ୍, ଗଣିତ ଖେଳ ଆଦି ଅନୁଷ୍ଠିତ ହୋଇଥିଲା। ଏହି ସୁରଭି କାର୍ଯ୍ୟ କ୍ରମରେ ଦୁଇଟି ଉଚ୍ଚ ମାଧ୍ୟମିକ ସ୍କୁଲ, 4ଟି ମାଧ୍ୟମିକ ସ୍କୁଲ, ଦୁଇଟି ୟୁ ପି ସ୍କୁଲ, ପାଞ୍ଚଟି ପ୍ରାଇମେରି ସ୍କୁଲ ରୁ ଏକ ଶହ ପଚାଶ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବରେ ହୃଷୀକେଶ ମହାନ୍ତି, ଶ୍ରୀମାଳିନି ଦାଶ, ଶୋଭେନ୍ କୁମାର, ସୁବ୍ରତ କୁମାର ପଣ୍ଡା, ଅନିମେଶ ମହାପାତ୍ର ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନେ ବ୍ଲକ୍ ସ୍ତରରେ ହେବାକୁ ଥିବା ସୁରଭିରେ ଭାଗ ନେବେ।
ଏହି ସୁରଭି କାର୍ଯ୍ୟ କ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ କଳ୍ପନା ରାଉତ,କବିତା ଆଚାର୍ଯ୍ୟ, ସୁପ୍ରିୟା ସେନା ପତି, ବିଶ୍ୱଜିତ୍ ଜେନା, ରିନାକ୍ଷି ଷଡଙ୍ଗୀ, ବାସନ୍ତୀ ବେହେରା, ସ୍ମିତା ରାଣୀ ସେଠୀ, ଜୟଶ୍ରୀ ସାହୁ, ସୁଶାନ୍ତ ପରିଡ଼ା, ଭାଗ୍ୟଶ୍ରୀ ରାଏ ପ୍ରମୁଖ ପରିଚାଳନା କରିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed